Categories: ଫୁରସତ

ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପ୍ରେମିକାଙ୍କ ପାଇଁ ତିଆରି କଲେ ଲଭ୍‌ ଆଇଲାଣ୍ଡ, ହେଲେ ସେ…

ଚାଇନାର ଜଣେ ଯୁବକ ତାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ବା ପ୍ରେମିକାଙ୍କ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଏକ ଲଭ୍‌ ଆଇଲାଣ୍ଡ ତିଆରି କରିଥିଲେ। ମାତ୍ର ପ୍ରେମିକା ନ ଆସିବାରୁ ଏବେ ଏହି ସ୍ଥାନଟି ପର୍ଯ୍ୟଟକଙ୍କ ପାଇଁ ଦର୍ଶନୀୟ ସ୍ଥାନ ପାଲଟିଛି। ତଥାପି ପ୍ରେମିକ ଜଣକ ଆଶା ହରାଇ ନାହାନ୍ତି। ଏବେ ବି ପ୍ରେମିକାଙ୍କ ବାଟକୁ ଚାହିଁ ବସିଛନ୍ତି। କାରଣ ୩୦ ବର୍ଷ ଧରି ଯୁବକ ଜଣକ ଗାର୍ଡେନ ତିଆରି କରିବା ପାଇଁ ବହୁ ପରିଶ୍ରମ କରିଛନ୍ତି।

ଜ୍ୟୁ ନାମକ ଏହି ଯୁବକ ୧୧ ହଜାର ପାଉଣ୍ଡ ଅର୍ଥାତ୍‌ ୧୧ ଲକ୍ଷ ଟଙ୍କା ଖର୍ଚ୍ଚ କରି ଗାର୍ଡେନ ତିଆରି କରିଥିଲେ। ଏହାକୁ ପୂରା ଗୋଲାପୀ ଫୁଲରେ ସଜାଇଛନ୍ତି। ଆଇଲାଣ୍ଡର ଘାସ ବି ଗୋଲାପୀ ରଙ୍ଗର। ଏଠାରେ କେତେକ ଚେରି ଗଛ ଦେଖିବାକୁ ମିଳେ। ଏହା ବ୍ୟତୀତ ଜ୍ୟୁ ଏହି ଗାର୍ଡେନ ଭିତରକୁ ଯିବା ପାଇଁ ଏକ ବ୍ରିଜ ବି ତିଆରି କରିଛନ୍ତି।

ଜ୍ୟୁ ଏବଂ ପ୍ରେମିକାଙ୍କା ବ୍ରେକ୍‌ଅପ୍‌ ହୋଇଥିଲା। କାରଣ ଜ୍ୟୁ ଚାହୁଁଥିଲେ ପ୍ରେମିକାଙ୍କୁ ବିବାହ କରି ଗାଁରେ ରହିବେ। ଆଉ ତାଙ୍କ ମା-ବାପାଙ୍କର ଦେଖାଶୁଣା କରିବେ। କିନ୍ତୁ ତାଙ୍କ ପ୍ରେମିକା ଏହି ପ୍ରସ୍ତାବରେ ରାଜି ନ ଥିଲେ। ଏହି କଥାକୁ ନେଇ ତାଙ୍କର ବ୍ରେକ୍‌ଅପ ହୋଇଥିଲା। ଏହା ପରେ ଜ୍ୟୁ ତାଙ୍କ ପ୍ରେମିକାଙ୍କୁ ମନାଇବା ପାଇଁ ଏପରି ଗାର୍ଡେନ ତିଆରି କରିଥିଲେ। ମାତ୍ର ଆଜି ପର୍ଯ୍ୟନ୍ତ ସେ ସଫଳ ହୋଇପାରିନାହାନ୍ତି।

Share