୧୩ରେ ପରଦାକୁ ଆସିବ ‘ଲଭ୍‌ ଇନ୍‌ ଲଣ୍ଡନ’

ଭୁବନେଶ୍ୱର: ଜେବି ଫିଲ୍ମସ୍‌ ଆଣ୍ଡ୍‌ ଟିଭି ଏବଂ ଅମରା ଷ୍ଟୁଡିଓ ଏଲ୍‌ଏଲ୍‌ପି ପକ୍ଷରୁ ଗୁରୁବାର ସ୍ଥାନୀୟ ଏକ ହୋଟେଲରେ ଖବରଦାତା ସମ୍ମିଳନୀ ଆୟୋଜିତ ହୋଇଥିଲା। ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଲଭ୍‌ ଇନ୍‌ ଲଣ୍ଡନ’ ଜୁନ୍‌ ୯ରେ ମୁକ୍ତିଲାଭ କରିବାକୁ ଯୋଜନା ରହିଥିବାବେଳେ ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ମୃତାହତଙ୍କୁ ସମ୍ମାନ ଏବଂ ଓଡ଼ିଆ ଏକତାର ଚିହ୍ନ ଭାବେ ଫିଲ୍ମ ପ୍ରିମିୟର୍‌କୁ ୧୩ତାରିଖକୁ ଘୁଞ୍ଚାଇଦିଆଯାଇଥିବା ଏହି ସମ୍ମିଳନୀରେ ସୂଚନା ଦିଆଯାଇଛି। ଏଥିସହ ଚଳଚ୍ଚିତ୍ରରୁ ଲାଭାଂଶ ଅର୍ଥର ୧୦ ଭାଗ ପୀଡିତଙ୍କ ପରିବାରକୁ ସହାୟତା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରାଯିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଲକ୍ଷ୍ୟ ରଖାଯାଇଥିବା ଫିଲ୍ମ ନିର୍ମାତା ନବୀନ ଭଣ୍ଡାରୀ ଏବଂ ଜେ. ବର୍ଖା କହିଛନ୍ତି। ଖବରଦାତା ସମ୍ମିଳନୀରେ ଅଭିନେତା ଅନୁଭବ ମହାନ୍ତି, ଅଭିନେତ୍ରୀ ସ୍ବପ୍ନା ପ୍ରିୟଦର୍ଶିନୀ, ନିର୍ଦ୍ଦେଶକ ତାପସ ସରଘରିଆ, ଆମର ମ୍ୟୁଜିକ ଓଡ଼ିଶା ମୁଖ୍ୟ ଦେବାଶିଷ ପଣ୍ଡା ଏବଂ କ୍ରିଏଟିଭ ହେଡ୍‌ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ।

Share