ଷଷ୍ଠ ଶ୍ରେଣୀରୁ ପ୍ରେମ, ଏବେ ଲିଭ୍‌ ଇନ୍‌ରେ ରହୁଛନ୍ତି ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ ଅଭିନେତା ବରୁଣ ଧାୱନ ନିଜ ଅଭିନୟ ବ୍ୟତୀତ ବ୍ୟକ୍ତିଗତ ଜୀବନକୁ ନେଇ ସର୍ବଦା ଚର୍ଚ୍ଚାରେ ଥାନ୍ତି। ଦୀର୍ଘଦିନର ପ୍ରେମିକା ନତାଶା ଦଲାଲ ସହ ସେ ଏବେ ଲିଭ୍‌ଇନ୍‌ରେ ରହୁଛନ୍ତି। କୁଲି ନଂ -୨ ଫିଲ୍ମ ପ୍ରମୋଶନ ଅବସରରେ କରିନା କପୁର ସହ ଅଭିନେତା ବରୁଣ ଧାଓ୍ବନଙ୍କ ସହ ରେଡିଓ ଶୋ ‘ମହିଳାମାନେ କଣ ଚାହାଁନ୍ତି’ରେ ଯୋଗ ଦେଇଥିଲେ। ବେବୋଙ୍କ ସହ ବାର୍ତ୍ତାଳାପ ସମୟରେ, ବରୁଣ ଧାୱନ ତାଙ୍କ ପ୍ରେମ ଜୀବନ ବିଷୟରେ ବଡ଼ ଖୁଲାସା କରିଥିଲେ। ‘ହଁ’ କହିବା ପୂର୍ବରୁ ନତାଶା ତାଙ୍କୁ ୩ରୁ ୪ଥର କିପରି ପ୍ରତ୍ୟାଖ୍ୟାନ କରିଥିଲେ କିନ୍ତୁ ସେ କେବେ ଆଶା ଛାଡି ନାହାଁନ୍ତି। ଆହୁରି ମଧ୍ୟ, ନତାଶାଙ୍କ ସହ ଥିବା ସମ୍ପର୍କରୁ ପରଦା ହଟାଇ ଥିଲେ। ବରୁଣ ଧାୱନ ଏବଂ ନତାଶା ଦଲାଲଙ୍କ ସମ୍ପର୍କ କାହାକୁ ଅଛପା ନାହିଁ। ଉଭୟଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳେ। ଷଷ୍ଠ ଶ୍ରେଣୀରେ ସେ ପ୍ରଥମ ଥର ପାଇଁ ନତାଶାଙ୍କୁ ଦେଖିଥିଲେ। ପ୍ରଥମ ଦେଖାରେ ତାଙ୍କ ପ୍ରେମରେ ପଡଯାଇଥିଲେ। ଦ୍ୱାଦଶ ପର୍ଯ୍ୟନ୍ତ ଉଭୟ ବନ୍ଧୁ ଥିଲେ। ସେ କହିଥିଲେ ଯେ, ଉଭୟ ଏକାଠି ବାସ୍କେଟବଲ ଖେଳୁଥିଲେ। ଏଭଳି ପରିସ୍ଥିତିରେ ସେ ରେଡ ଟିମରେ ଏବଂ ନତାଶା ୟେଲୋ ଦଳରେ ଥିଲେ। ମଧ୍ୟାହ୍ନ ଭୋଜନ ବିରତି ସମୟରେ ସେ ନତାଶା ବାସ୍କେଟବଲ କୋର୍ଟରେ ବୁଲୁଥିବାର ଦେଖିଲେ। ସେ ସେହି ସମୟରେ ନତାଶାଙ୍କୁ ଭଲ ପାଇ ବସିଥିଲେ ବୋଲି ବରୁଣ କହିଥିଲେ। ସେ ଏବଂ ନତାଶା ଲାଇଭ-ଇନ୍‌ରେ ରହିବାକୁ ଚାହୁଁଥିଲେ, କିନ୍ତୁ ପରିବାର ଚାହୁଁଥିଲେ ଯେ ଉଭୟ ବିବାହ କରନ୍ତୁ। ବରୁଣ ଧାୱନଙ୍କ ଫିଲ୍ମ କୁଲି ନମ୍ବର ୧ ନିର୍ଦ୍ଦେଶନା ଦେଇଛନ୍ତି ତାଙ୍କ ପିତା ଡେଭିଡ ଧାୱନ। ଏହି ଚଳଚ୍ଚିତ୍ରରେ ସାରା ଅଲି ଖାନ, ପରେଶ ରାୱଲ ଏବଂ ରାଜପାଲ ଯାଦବ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଡିସେମ୍ବର ୨୫ ଖ୍ରୀଷ୍ଟମାସ ଅବସରରେ ଏହା ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିବାର କାର୍ଯ୍ୟକ୍ରମ ରହିଛି।

 

 

Share