ପିଲାବେଳୁ ଆକ୍ସନ୍‌ ସିନ୍‌ ପସନ୍ଦ…

ଚେନ୍ନାଇ: ସାଉଥ ଫିଲ୍ଟ ଷ୍ଟାର୍‌ ଆଲୁ ଅର୍ଜୁନଙ୍କୁ ଗୁରୁବାର ୩୮ବର୍ଷ ପୂରଣ ହୋଇଛି। ସେ ୧୯୮୩ ଏପ୍ରିଲ ୮ରେ ଚେନ୍ନାଇଠାରେ ଜନ୍ମଗ୍ରହଣ କରିଥିଲେ। ଛୋଟ ପିଲା ଥିବାବେଳେ ସେ ଫିଲ୍ମରେ ଅଭିନୟ କରିବା ଆରମ୍ଭ କରିଥିଲେ। ୨୦୦୧ରେ ଜଣେ ଶିଶୁ କଳାକାର ଭାବେ ସେ ବିଜେଥା ଏବଂ ଡାଡ଼ିରେ ଅଭିନୟ କରିଥିଲେ। ୨୦୦୩ରେ ଗଙ୍ଗୋତ୍ରୀ ଫିଲ୍ମରେ ସେ ଡେବ୍ୟୁ କରିଥିଲେ। ଏହାପରେ ୨୦୦୪ରେ ଆରୟା, ୨୦୦୫ରେ ବୁନ୍ନି, ୨୦୦୬ରେ ହାପି,୨୦୦୭ରେ ଦେଶାମୁୁଦୁରୁରେ ଅଭିନୟ କରି ବେଶ୍‌ ଖ୍ୟାତି ହାସଲ କରିପାରିଥିଲେ। ୨୦୦୮ରେ ପାରୁଗୁ, ୨୦୦୯ରେ ଆରୟା-୨, ୨୦୧୦ରେ ଭେଦମ୍‌ ଏବଂ ଭାରୁଦୁ, ୨୦୧୧ରେ ବଦ୍ରିନାଥ, ୨୦୧୪ରେ ଗୁରୁମ୍‌, ୨୦୧୫ରେ ରୁଦ୍ରମାଦେବୀ, ୨୦୧୬ରେ ସାରିନୋଦୁ,୨୦୧୭ରେ ଦୁଭାଦା ଜଗନ୍ନାଦହମ୍‌ ଫିଲ୍ମରେ ଅଭିନୟ କରିଥିଲେ। ୨୦୧୨ରେ ତାଙ୍କ ଅଭିନୀତ ଫିଲ୍ମ ଜୁଲାୟି ବକ୍ସ ଅଫିସ୍‌ରେ ୧୦୦ କୋଟି ଟଙ୍କାର କାରବାର କରିଥିଲା। ସେହିପରି ୨୦୧୫ରେ ସନ୍‌ ଅଫ୍‌ ସତ୍ୟମୂର୍ତ୍ତି ବେଶ୍‌ ସଫଳ ରହିଥିଲା। ୨୦୨୦ରେ ତାଙ୍କର ଫିଲ୍ମ ଭାଲକୁନ୍ଥାପୁରାମୁଲୁ ବକ୍ସ ଅଫିସ୍‌ରେ ହିଟ୍‌ ହେବା ସହିତ ୨୬୨ କୋଟିରୁ ଅଧିକ ଟଙ୍କାର କାରବାର କରିବାକୁ ସକ୍ଷମ ହୋଇଥିଲା। ଦାମୀ କାର୍‌ ଚଳାଇବା ତାଙ୍କର ସୌକ। ଏବେ ତାଙ୍କ ପାଖରେ ବହୁ ନାମୀଦାମୀ କମ୍ପାନୀର କାର୍‌ ରହିଛି। ଏହାସହିତ ଆଲୁଙ୍କ ପାଖରେ ବହୁମୂଲ୍ୟ ପ୍ରାସାଦ, ଅନେକ ସ୍ଥାବର ତଥା ଅସ୍ଥାବର ସମ୍ପତ୍ତି ରହିଛି। ତାଙ୍କ ମୋଟ ସମ୍ପତ୍ତି ପରିମାଣ ୩୬୨ କୋଟି ଟଙ୍କା। ସେ ରୋମାଣ୍ଟିକ ଭୂମିକାରେ ଅଭିନୟ କରିବା ତୁଳନାରେ ଆକ୍ସନ ସିନ କରିବାକୁ ବେଶି ପସନ୍ଦ କରନ୍ତି। ସାଉଥ ସୁପରଷ୍ଟାର ଚୀରଞ୍ଜିବୀଙ୍କର ସେ ଭଣଜା। ୨୦୧୧ରେ ଆଲୁ ସ୍ନେହା ରେଡ୍ଡୀଙ୍କୁ ବିବାହ କରିଥିଲେ।

Share