ମହିଳାଙ୍କ ସ୍ବାମୀ ଅନ୍ୟ ରାଜ୍ୟରେ କାମ କରୁଥିବା ବେଳେ ଗଢ଼ିଉଠିଲା ପ୍ରେମ, ଜାଣିବା ପରେ ହାଣିଲେ…

ଦିଗପହଣ୍ଡି,୨୫ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମରେ ପ୍ରେମ ସମ୍ପର୍କକୁ କେନ୍ଦ୍ରକରି ଶୁକ୍ରବାର ସନ୍ଧ୍ୟାରେ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଆହାତ ଯୁବକ ଜଣକ ହେଲେ ଗ୍ରାମର ବଳରାମ ପ୍ରଧାନ(୨୬)। ଗ୍ରାମର ଜଣେ ବିବାହିତ ମହିଳାଙ୍କ ସ୍ବାମୀ ଅନ୍ୟ ରାଜ୍ୟରେ କାମ କରୁଥିବା ବେଳେ ସେ ଘରେ ରହନ୍ତି ନାହିଁ। ଉକ୍ତ ମହିଳାଙ୍କ ସହ ବଳରାମ ଏବଂ ଅନନ୍ତ ରାମ ଦଳାଇଙ୍କ ପ୍ରେମ ସମ୍ପର୍କ ଥିଲା। ବଳରାମଙ୍କ ସମ୍ପୃକ୍ତା ମହିଳାଙ୍କ ସହ ସମ୍ପର୍କ ଥିବା ଜାଣିବା ପରେ ଏଥିରେ  ଅନନ୍ତରାମ କ୍ଷୁବ୍ଧ ହୋଇଥିଲେ। ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ବଳରାମଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ବେକକୁ ଖଣ୍ଡାରେ ଚୋଟ ପକାଇଥିବା ପୋଲିସ କହିଛି। ଆହତ ବଳରାମଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପାଟପୁର ପୋଲିସ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି।

Dharitri – Odisha’s No.1 Odia Daily

 

 

Share