ନାବାଳିକାଙ୍କୁ ପ୍ରେମ ପ୍ରତାରଣା: ଅଭିଯୁକ୍ତ ଗିରଫ

କୋକସରା,୨୭।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): କଳାହାଣ୍ଡି ଜିଲା କୋକସରା ପୋଲିସ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ଅପହରଣ କରିନେଇଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ସେ ହେଲେ କୋକସରା ଥାନା ଟେମରା ପଞ୍ଚାୟତ ସିର୍ଲିଗୁଡା ଗ୍ରାମର ମାନଧର ସୁନାନୀ(୨୫)।

ଅଭିଯୋଗ ମୁତାବକ, ମାନଧର ଜଣେ ନାବଳିକାଙ୍କୁ ପ୍ରେମ ନିବେଦନ କରି ଗତ ମଙ୍ଗଳବାର ରାତିରେ ଅପହରଣ କରି ଘରେ ଆଣି ରଖିଥିଲେ। ନାବାଳିକାଙ୍କ ପରିବାର ଲୋକେ ଏହା ଜାଣି କୋକସରା ଥାନାକୁ ଜଣାଇଥିଲେ। ପୋଲିସ ଯୁବକଙ୍କୁ ଥାନାରେ ଅଟକ ରଖିଥିଲା। ଏ ନେଇ ନାବାଳିକାଙ୍କ ମା’ କୋକସରା ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଏକ ମାମଲା (ନଂ.୧୯୬/୨୩) ରୁଜୁ କରି ଗୁରୁବାର ଗିରଫ ଯୁବକଙ୍କ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରିଛି।