Posted inଫୁରସତ

ସରହଦ ଊର୍ଦ୍ଧ୍ୱରେ ପ୍ରେମ

ଇସ୍‌ଲାମାବାଦ୍‌: ପ୍ରେମ ସୀମା ସରହଦ, ବାଧା ବନ୍ଧନ କି ବୟସ ମାନେନା। ଏ କଥା ପ୍ରମାଣିତ ହୋଇଛି ପୋଲାଣ୍ଡର ଜଣେ ୮୩ ବର୍ଷୀୟା ମହିଳାଙ୍କ କ୍ଷେତ୍ରରେ, ଯିଏକି ନିଜ ୨୮ ବର୍ଷୀୟ ପୁରୁଷ ବନ୍ଧୁଙ୍କୁ ବାହାହେବା ପାଇଁ ପାକିସ୍ତାନ ଚାଲିଯାଇଛନ୍ତି। ତାଙ୍କ ନାଁ ବ୍ରୋମା। ଅଟୋ ମେକାନିକ୍‌ ହାଫିଜ୍‌ ମହମ୍ମଦ ନଦିମ୍‌ ପାକିସ୍ତାନର ହାଫିଜବାଦ୍‌ରେ ରୁହନ୍ତି। ୬ ବର୍ଷ ତଳେ ସେ ପୋଲାଣ୍ଡର ବ୍ରୋମାଙ୍କ ସହ ଫୋନ୍‌ରେ କଥା ହୋଇଥିଲେ। କଥା ହେଉ ହେଉ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରସ୍ପରକୁ କେବେ ସାକ୍ଷାତ୍‌ କରି ନ ଥିଲେ ମଧ୍ୟ ବାହାହେବା ପାଇଁ ଦୁହେଁ ନିଷ୍ପତ୍ତି ନେଇଥିଲେ। ବୟସରେ ଏତେ ବ୍ୟବଧାନ ଥାଇ ବି ପାରମ୍ପରିକ ରୀତିନୀତିରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ଏହି ଯୋଡ଼ି। ବ୍ରୋମା ନାଲି ରଙ୍ଗର ଟ୍ରାଡିଶ୍‌ନାଲ ଡ୍ରେସ୍‌ ପିନ୍ଧି ବିବାହବେଳେ ଇସ୍‌ଲାମୀୟ ଆଇନ ଓ ପ୍ରଥା ଅନୁଯାୟୀ ‘ହକ୍‌ ମେହର୍‌’ ପାଉଣା ପୈଠ କରିଥିଲେ। ଦୁହେଁ ଏବେ ଭଲରେ ଅଛନ୍ତି ବୋଲି ହାଫିଜ୍‌ ଗଣମାଧ୍ୟମକୁ ଜଣାଇଛନ୍ତି। ଏହାପୂର୍ବରୁ ହାଫିଜ୍‌ଙ୍କ ବିବାହ ତାଙ୍କର ଜଣେ ସମ୍ପର୍କୀୟା ଭଉଣୀଙ୍କ ସହ ସ୍ଥିର ହୋଇଥିଲା।
ଗତମାସରେ ଆଉ ଏକ ଲଭ୍‌ ଷ୍ଟୋରି ଶୁଣିବାକୁ ମିଳିଥିଲା। ଫିଲିପାଇନ୍ସର ରଶଦ ମଙ୍ଗାକୋପ୍‌ (୭୮) ଜଣେ ୧୮ ବର୍ଷୀୟା ଝିଅକୁ ବାହା ହୋଇଥିଲେ। ପୂର୍ବରୁ କୃଷି କାର୍ଯ୍ୟ କରୁଥିବା ରଶଦ କାଗାୟାନର ଏକ ଡିନର ପାର୍ଟିରେ ସ୍ବଳ୍ପ ବୟସ୍କା ହାଲିମା ଅବ୍‌ଦୁଲାଙ୍କୁ ଦେଖିବା ପରେ ପ୍ରେମରେ ପଡ଼ିଯାଇଥିଲେ। ହାଲିମାଙ୍କୁ ସେତେବେଳେ ୧୫ ବର୍ଷ ହୋଇଥିଲା। ଏହାପୂର୍ବରୁ ରଶଦ ବାହା ହୋଇ ନ ଥିଲେ କି ତାଙ୍କର କେହି ଗର୍ଲଫ୍ରେଣ୍ଡ ବି ନ ଥିଲେ। ଗତ ଅଗଷ୍ଟ ୨୫ରେ ଏହି ପ୍ରେମୀ ଯୁଗଳ ଜୀବନସାଥୀ ପାଲଟିବା ପୂର୍ବରୁ ୩ ବର୍ଷ ଏକାଠି ରହିଥିଲେ।
ଗତ ଅକ୍ଟୋବରରେ ଜଣେ ମହିଳା ନିଜ ଘରଠାରୁ ୧୪,୪୦୦ କିଲୋମିଟର ଯାତ୍ରା କରି କେନିଆର ମାସାଇ ସମ୍ପ୍ରଦାୟର ଜଣେ ଯୁବକଙ୍କୁ ବାହାହେଲେ, ଯିଏକି ତାଙ୍କଠାରୁ ୩୦ ବର୍ଷ ସାନ। ସେହିପରି ଦେବୋରାହ ବାବୁ ନାମ୍ନୀ ଜଣେ ୬୦ ବର୍ଷୀୟା ମହିଳା ସାମାଜିକ ନିନ୍ଦା ଅପବାଦକୁ ଖାତିର ନ କରି ଜଣେ କମ୍‌ ବୟସର ପୁଅଙ୍କୁ ବାହା ହୋଇଥିଲେ। ୨୦୧୭ ଅକ୍ଟୋବରରେ ଦେବୋରାହ ନିଜ ଝିଅଙ୍କ ସହ ତାଞ୍ଜାନିଆ ଯାତ୍ରା କରୁଥିବାବେଳେ ତାଙ୍କ ସ୍ବପ୍ନର ମଣିଷ ସଇଟୋଟିଙ୍କୁ ଭେଟିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନବଗ୍ରହଙ୍କ ରାଜା ସୂର୍ଯ୍ୟଙ୍କ ନଜରରେ ୫ ରାଶି: ରବିବାରଠୁ ଭାଗ୍ୟରେ ଲାଗିବ ଲଟେରୀ, ଆୟ ସହିତ ବଢିବ…

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ନବଗ୍ରହଙ୍କ ରାଜା ବୋଲି କୁହାଯାଏ। ଆତ୍ମବିଶ୍ୱାସ, ପ୍ରତିଷ୍ଠା, ନେତୃତ୍ୱ କ୍ଷମତା ଓ କର୍ମକ୍ଷେତ୍ରରେ ସଫଳତା ସହ ସୂର୍ଯ୍ୟଙ୍କୁ ଯୋଡ଼ି ଦେଖାଯାଏ। ତେଣୁ…

‘ମୋର ଶେଷ ବିଶ୍ୱକପ…’, କ୍ରିକେଟରୁ ବିଦାୟ ନେବା ନେଇ ଭାବପ୍ରବଣ ବୟାନ ଦେଲେ ବିରାଟ କୋହଲି, ପ୍ରଶଂସକ ଜାଣିଲେ…

ନୂଆଦିଲ୍ଲୀ,୨୬।୯: ବିରାଟ କୋହଲି ନିଜେ ଘୋଷଣା କରିଛନ୍ତି ଯେ ୨୦୨୭ ODI ବିଶ୍ୱକପ ତାଙ୍କର ଶେଷ ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ହେବ। ୨୦୧୧ ବିଶ୍ୱକପ ବିଜୟୀ ଦଳର ସଦସ୍ୟ…

ଭାରତର ଏକମାତ୍ର ନଦୀ, ଯାହାର ବାଲିରୁ ମିଳେ ସୁନା! ଓଡ଼ିଶାରେ ବି ବୋହୁଛି…

ନୂଆଦିଲ୍‌ଲୀ,୨୬।୯: ଭାରତରେ ନଦୀଗୁଡ଼ିକୁ କେବଳ ଜଳର ଉତ୍ସ ଭାବେ ଗ୍ରହଣ କରାଯାଏ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଏଗୁଡ଼ିକର ଏକ…

ବୃଦ୍ଧଙ୍କୁ ଶୁଣ୍ଢରେ ଟେକି କଚାଡ଼ି ମାରିଲା ହାତୀ, ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କାର ସହାୟତା, ଘୋଷଣା କରି…

କୁଆଁରମୁଣ୍ଡା,୨୬ା୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ବନ ରେଞ୍ଜ ଅନ୍ତର୍ଗତ ଝୁନମୁର ଗ୍ରାମର ବିଶ୍ରାଟୋଲିରେ ଶନିବାର ସକାଳେ ଏକ ବଣୁଆ ଦନ୍ତା ହାତୀ ଆକ୍ରମଣରେ ଜଣେ…

‘ତାଙ୍କୁ PM କର’, ଜ୍ଞାନେଶ କୁମାରଙ୍କୁ ପଦ୍ମ ଭୂଷଣ ଦେବା ବୟାନରେ କଟାକ୍ଷ କଲେ ପୱନ ଖେରା

ନୂଆଦିଲ୍ଲୀ,୨୬।୯: ନିର୍ବାଚନ ଆୟୋଗଙ୍କୁ ନେଇ ଚାଲିଥିବା ରାଜନୈତିକ ବିତର୍କ ମଧ୍ୟରେ, କଂଗ୍ରେସ ନେତା ପୱନ ଖେରା ପଶ୍ଚିମବଙ୍ଗ ଭାଜପା ସଭାପତି ସମିକ ଭଟ୍ଟାଚାର୍ଯ୍ୟଙ୍କ ଏକ ମନ୍ତବ୍ୟକୁ ନେଇ…

ଗିଲଙ୍କ କ୍ୟାପଟେନ୍ସି ଉପରେ କୋହଲିଙ୍କ ବଡ଼ କଥା, ଭବିଷ୍ୟତକୁ ନେଇ କହିଲେ…

ନୂଆଦିଲ୍ଲୀ,୨୬।୯: ରୋହିତ ଶର୍ମାଙ୍କ ପରେ ଶୁଭମନ ଗିଲଙ୍କୁ ଭାରତର ଦିନିକିଆ ଓ ଟେଷ୍ଟ ଦଳର ଅଧିନାୟକ କରାଯାଇଛି। ତାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଆସନ୍ତା ୨୭ ସେପ୍ଟେମ୍ବର…

ମଦ୍ୟପାନ ନିଷେଧ ରାଜ୍ୟ ନାଗାଲାଣ୍ଡରେ ହଇଚଇ: ବିଷାକ୍ତ ମଦ ପିଇ ୧୯ ଜଣଙ୍କ ମୃତ୍ୟୁ

କୋହିମା,୨୬।୯: ମଦ ନିଷେଧାଦେଶ ଲାଗୁ ଥିବା ରାଜ୍ୟ ନାଗାଲାଣ୍ଡରେ ମଦ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ରାଜ୍ୟର ମୋକୋକଚୁଙ୍ଗ (Mokokchung) ଏବଂ ଟୁଏନସାଙ୍ଗ (Tuensang) ଜିଲାରେ ଭେଜାଲ…

ନିର୍ବାଚନ ଆୟୋଗଙ୍କ ବଡ଼ ପଦକ୍ଷେପ ପରେ ପ୍ରଶ୍ନ ଉଠାଇଲେ CJP ମୁଖ୍ୟ ଦୀପକେ, କହିଲେ, ‘ଏପର୍ଯ୍ୟନ୍ତ ଏହା କାହିଁକି କରାଯାଇନଥିଲା?’

ନୂଆଦିଲ୍ଲୀ,୨୬।୯: ‘କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ପୁଣିଥରେ ନିର୍ବାଚନ ଆୟୋଗଙ୍କୁ ଟାର୍ଗେଟ କରିଛନ୍ତି। ଶନିବାର (୨୬ ସେପ୍ଟେମ୍ବର) ସେ ସୋସିଆଲ ମିଡିଆରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?