Posted inଫୁରସତ

ସରହଦ ଊର୍ଦ୍ଧ୍ୱରେ ପ୍ରେମ

ଇସ୍‌ଲାମାବାଦ୍‌: ପ୍ରେମ ସୀମା ସରହଦ, ବାଧା ବନ୍ଧନ କି ବୟସ ମାନେନା। ଏ କଥା ପ୍ରମାଣିତ ହୋଇଛି ପୋଲାଣ୍ଡର ଜଣେ ୮୩ ବର୍ଷୀୟା ମହିଳାଙ୍କ କ୍ଷେତ୍ରରେ, ଯିଏକି ନିଜ ୨୮ ବର୍ଷୀୟ ପୁରୁଷ ବନ୍ଧୁଙ୍କୁ ବାହାହେବା ପାଇଁ ପାକିସ୍ତାନ ଚାଲିଯାଇଛନ୍ତି। ତାଙ୍କ ନାଁ ବ୍ରୋମା। ଅଟୋ ମେକାନିକ୍‌ ହାଫିଜ୍‌ ମହମ୍ମଦ ନଦିମ୍‌ ପାକିସ୍ତାନର ହାଫିଜବାଦ୍‌ରେ ରୁହନ୍ତି। ୬ ବର୍ଷ ତଳେ ସେ ପୋଲାଣ୍ଡର ବ୍ରୋମାଙ୍କ ସହ ଫୋନ୍‌ରେ କଥା ହୋଇଥିଲେ। କଥା ହେଉ ହେଉ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରସ୍ପରକୁ କେବେ ସାକ୍ଷାତ୍‌ କରି ନ ଥିଲେ ମଧ୍ୟ ବାହାହେବା ପାଇଁ ଦୁହେଁ ନିଷ୍ପତ୍ତି ନେଇଥିଲେ। ବୟସରେ ଏତେ ବ୍ୟବଧାନ ଥାଇ ବି ପାରମ୍ପରିକ ରୀତିନୀତିରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ଏହି ଯୋଡ଼ି। ବ୍ରୋମା ନାଲି ରଙ୍ଗର ଟ୍ରାଡିଶ୍‌ନାଲ ଡ୍ରେସ୍‌ ପିନ୍ଧି ବିବାହବେଳେ ଇସ୍‌ଲାମୀୟ ଆଇନ ଓ ପ୍ରଥା ଅନୁଯାୟୀ ‘ହକ୍‌ ମେହର୍‌’ ପାଉଣା ପୈଠ କରିଥିଲେ। ଦୁହେଁ ଏବେ ଭଲରେ ଅଛନ୍ତି ବୋଲି ହାଫିଜ୍‌ ଗଣମାଧ୍ୟମକୁ ଜଣାଇଛନ୍ତି। ଏହାପୂର୍ବରୁ ହାଫିଜ୍‌ଙ୍କ ବିବାହ ତାଙ୍କର ଜଣେ ସମ୍ପର୍କୀୟା ଭଉଣୀଙ୍କ ସହ ସ୍ଥିର ହୋଇଥିଲା।
ଗତମାସରେ ଆଉ ଏକ ଲଭ୍‌ ଷ୍ଟୋରି ଶୁଣିବାକୁ ମିଳିଥିଲା। ଫିଲିପାଇନ୍ସର ରଶଦ ମଙ୍ଗାକୋପ୍‌ (୭୮) ଜଣେ ୧୮ ବର୍ଷୀୟା ଝିଅକୁ ବାହା ହୋଇଥିଲେ। ପୂର୍ବରୁ କୃଷି କାର୍ଯ୍ୟ କରୁଥିବା ରଶଦ କାଗାୟାନର ଏକ ଡିନର ପାର୍ଟିରେ ସ୍ବଳ୍ପ ବୟସ୍କା ହାଲିମା ଅବ୍‌ଦୁଲାଙ୍କୁ ଦେଖିବା ପରେ ପ୍ରେମରେ ପଡ଼ିଯାଇଥିଲେ। ହାଲିମାଙ୍କୁ ସେତେବେଳେ ୧୫ ବର୍ଷ ହୋଇଥିଲା। ଏହାପୂର୍ବରୁ ରଶଦ ବାହା ହୋଇ ନ ଥିଲେ କି ତାଙ୍କର କେହି ଗର୍ଲଫ୍ରେଣ୍ଡ ବି ନ ଥିଲେ। ଗତ ଅଗଷ୍ଟ ୨୫ରେ ଏହି ପ୍ରେମୀ ଯୁଗଳ ଜୀବନସାଥୀ ପାଲଟିବା ପୂର୍ବରୁ ୩ ବର୍ଷ ଏକାଠି ରହିଥିଲେ।
ଗତ ଅକ୍ଟୋବରରେ ଜଣେ ମହିଳା ନିଜ ଘରଠାରୁ ୧୪,୪୦୦ କିଲୋମିଟର ଯାତ୍ରା କରି କେନିଆର ମାସାଇ ସମ୍ପ୍ରଦାୟର ଜଣେ ଯୁବକଙ୍କୁ ବାହାହେଲେ, ଯିଏକି ତାଙ୍କଠାରୁ ୩୦ ବର୍ଷ ସାନ। ସେହିପରି ଦେବୋରାହ ବାବୁ ନାମ୍ନୀ ଜଣେ ୬୦ ବର୍ଷୀୟା ମହିଳା ସାମାଜିକ ନିନ୍ଦା ଅପବାଦକୁ ଖାତିର ନ କରି ଜଣେ କମ୍‌ ବୟସର ପୁଅଙ୍କୁ ବାହା ହୋଇଥିଲେ। ୨୦୧୭ ଅକ୍ଟୋବରରେ ଦେବୋରାହ ନିଜ ଝିଅଙ୍କ ସହ ତାଞ୍ଜାନିଆ ଯାତ୍ରା କରୁଥିବାବେଳେ ତାଙ୍କ ସ୍ବପ୍ନର ମଣିଷ ସଇଟୋଟିଙ୍କୁ ଭେଟିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri