ଘରୁ ମିଳିଲା ପୁଳାପୁଳା ନଗଦ ଟଙ୍କା: ଜେଲ୍‌ ଗଲେ ସରକାରୀ ବାବୁ

ବଣାଇଁ,୧।୨(ପ୍ରଦୀପ ତ୍ରିପାଠୀ)/: ଗିରଫ ବଣାଇଁ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ବିଶ୍ବଦର୍ଶୀ ସାହୁ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ  ଜେଲ୍ ଯାଇଛନ୍ତି। ସୁନ୍ଦରଗଡ଼ ସରକାରୀ ଡାକ୍ତରଖାନାରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପରେ ତାଙ୍କୁ ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ସୁନ୍ଦରଗଡ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।

ସୂଚନାଯୋଗ୍ୟ, ବଣାଇଁ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ପ୍ରୋଜେକ୍ଟ ଆଡ୍‌ମିନିଷ୍ଟ୍ରେଟର୍‌ (ପିଏ) ବିଶ୍ୱଦର୍ଶୀ ସାହୁ ଭିଜିଲାନ୍ସ ଜାଲରେ ଧରା ପଡ଼ିଛନ୍ତି। ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ବିଶ୍ୱଦର୍ଶୀଙ୍କ ଘର ସମେତ ଭୁବନେଶ୍ୱର, ବାଲେଶ୍ୱର, ଯାଜପୁର ଓ ବଣାଇଁର ୭ଟି ସ୍ଥାନରେ ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ଏକକାଳୀନ ଚଢ଼ାଉ ହୋଇଥିଲା। ଯାଞ୍ଚ ହେଉଥିବା ସ୍ଥାନ ମଧ୍ୟରେ ବିଶ୍ୱଦର୍ଶୀଙ୍କ ଯାଜପୁର ଟାଉନସ୍ଥିତ ସମ୍ପର୍କୀୟଙ୍କ ଘର, ବଣାଇଁସ୍ଥିତ ସରକାରୀ କ୍ୱାର୍ଟର, ବଣାଇଁ ଆଇଟିଡିଏ ଅଫିସ, ବାଲେଶ୍ୱରସ୍ଥିତ ସୁକୁମାର ନାୟକ ଆପାର୍ଟମେଣ୍ଟର ଫ୍ଲାଟ୍‌ ନଂ.୩୦୨ ଆଦି ରହିଛି। ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ କୋର୍ଟଙ୍କ ପକ୍ଷରୁ ଜାରି ସର୍ଚ୍ଚ ଓ୍ବାରେଣ୍ଟ ବଳରେ ଏହି ଯାଞ୍ଚ ହେଉଛି। ଏଥିରେ ଭିଜିଲାନ୍ସ ନିର୍ଦ୍ଦେଶାଳୟର ୭ଟି ଟିମ୍‌ରେ ଜଣେ ଅତିରିକ୍ତ ଏସ୍‌ପି, ୩ ଡିଏସ୍‌ପି, ୧୦ ଇନ୍ସପେକ୍ଟର ଏବଂ ଅନ୍ୟ ସହକାରୀ କର୍ମଚାରୀ ନିୟୋଜିତ ଅଛନ୍ତି। ସା ସୁଦ୍ଧା ଭିଜିଲାନ୍ସ ଟିମ୍‌ ବିଶ୍ୱଦର୍ଶୀଙ୍କ ବିପୁଳ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଛି।
ଭିଜିଲାନ୍ସ ସୂଚନା ଅନୁଯାୟୀ, ବିଶ୍ୱଦର୍ଶୀଙ୍କ ଭୁବନେଶ୍ୱର ଶ୍ରୀରାମନଗରସ୍ଥିତ ୩,୫୦୦ ବର୍ଗଫୁଟରେ ଥିବା ଦୁଇ ମହଲା ଆବାସିକ କୋଠା ଓ ଲକ୍ଷ୍ମୀସାଗରସ୍ଥିତ ଭଗବାନ ଟାୱାର ଆପାର୍ଟମେଣ୍ଟର ୩ୟ ମହଲାରେ ଏକ ଫ୍ଲାଟ୍‌ ନଂ.୩୦୪ ଠାବ ହୋଇଛି। ସେହିପରି ଖାରବେଳନଗର ୟୁନିଟ-୩ସ୍ଥିତ ଇଭୋସ୍‌ ଗାଲାକ୍ସି ଆପାର୍ଟମେଣ୍ଟର ୪ର୍ଥ ମହଲାରେ ଥିବା ଫ୍ଲାଟ୍‌ ନଂ.୪୦୨ (ନିର୍ମାଣାଧୀନ) କିଣିବାକୁ ବିଶ୍ୱଦର୍ଶୀ ଅଗ୍ରୀମ ୮୨ ଲକ୍ଷ ଟଙ୍କା ଦେଇଥିବା ଭିଜିଲାନ୍ସ ପ୍ରମାଣ ପାଇଛି। ଏଥିସହ ଭୁବନେଶ୍ୱର ଓ ପୁରୀରେ ୯ଟି ବହୂମୂଲ୍ୟ ପ୍ଲଟ୍‌ ମଧ୍ୟ ଠାବ ହୋଇଛି। ଏହାବ୍ୟତୀତ ବିଶ୍ୱଦର୍ଶୀଙ୍କ ଘର ଯାଞ୍ଚ ବେଳେ ନଗଦ ୪ ଲକ୍ଷ ୫୧ ହଜାର ଟଙ୍କା ମିଳିଛି। ସେହିପରି ବିଶ୍ୱଦର୍ଶୀ ବ୍ୟାଙ୍କ ଓ ଜୀବନବୀମା ଜମା ୬୧ ଲକ୍ଷ ୪୨ ହଜାର ୬୭୬ ଟଙ୍କା କରିଥିବା ଭିଜିଲାନ୍ସ ପ୍ରମାଣ ପାଇଛି। ତାଙ୍କ ଘରୁ ପ୍ରାୟ ୧୫୦ ଗ୍ରାମର ସୁନା ଅଳଙ୍କାର ମଧ୍ୟ ଠାବ ହୋଇଛି। ଏଥିସହ ଗୋଟିଏ ଚାରିଚକିଆ ଯାନ (ଫୋର୍ଡ ଫିଗୋ) ଓ ୪ଟି ଦୁଇ ଚକିଆ ଯାନ ଓ ୨୧.୧୪ ଲକ୍ଷ ଟଙ୍କାର ଘରୋଇ ସାମଗ୍ରୀ ଠାବ ହୋଇଛି। ଭିଜିଲାନ୍ସ ଟିମ୍‌ ବିଶ୍ୱଦର୍ଶୀଙ୍କୁ ତାଙ୍କ ବିପୁଳ ସମ୍ପତ୍ତିର ଉତ୍ସ ସଂକ୍ରାନ୍ତରେ ଅଧିକ ପଚରାଉଚରା କରୁଛି। ଯାଞ୍ଚ ସରିବା ପରେ ଏହି ସମ୍ପତ୍ତିର ପରିମାଣ ଆହୁରି ଅଧିକ ହେବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଶୁକ୍ରବାର ଭିଜିଲାନ୍ସ ଏସଂକ୍ରାନ୍ତରେ ମାମଲା ରୁଜୁ କରି ବିଶ୍ୱଦର୍ଶୀଙ୍କୁ ଗିରଫ କରିବ ବୋଲି ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ, ବଣାଇଁ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ (ପିଏ) ଭାବେ ବିଶ୍ୱଦର୍ଶୀ ୨୦୨୨ ମାର୍ଚ୍ଚରୁ କାମ କରୁଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ କ୍ରିକେଟ୍‌କୁ ବାଏ ବାଏ କଲେ ଏହି କିମ୍ବଦନ୍ତୀ କ୍ରିକେଟର୍‌: ଭାବପ୍ରବଣ ହୋଇ କହିଲେ…

ନୂଆଦିଲ୍ଲୀ,୨୧।୧: କିମ୍ବଦନ୍ତୀ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ୪୩ ବର୍ଷ ବୟସରେ ପାକିସ୍ତାନ ସୁପର ଲିଗରୁ ଅବସର ନେଇଛନ୍ତି। ସେ ୨୦୧୬ରେ ଏହାର ଉଦଘାଟନୀ ସିଜିନରୁ...

‘ଯଦି କିଛି ହେବ ତେବେ ସମ୍ପୂର୍ଣ୍ଣ ଇରାନକୁ ଉଡାଇଦେବି’, କାହିଁକି ଏମିତି ଧମକ ଦେଲେ ଟ୍ରମ୍ପ? ଜାଣନ୍ତୁ ଏହା ପଛର ବଡ଼ କାରଣ

ଓ୍ବାଶିଂଟନ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ସରକାରୀ ଟେଲିଭିଜନରେ ପ୍ରସାରିତ ମୃତ୍ୟୁ ଧମକ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ ‘ଯଦି କିଛି ହୁଏ...

ଚାଲିଥିଲା ଜୁଆ ଖେଳ, ଅଚାନକ ଚଢାଉ କଲା ପୋଲିସ, ଆଉ ତା’ପରେ…

ଛତ୍ରପୁର, ୨୧।୧ ( ଦିଲ୍ଲୀପ ସାମଲ): ଛତ୍ରପୁର ଥାନା ପୋଲିସ ପକ୍ଷରୁ ଚିକଲଖଣ୍ଡିଠାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଅଚାନକ ଚଢ଼ାଉ କରି ୮...

ଭାରତ-ପାକିସ୍ତାନ ପରମାଣୁ ଯୁଦ୍ଧ ନିକଟତର..ପୁଣି ବିଶ୍ୱରେ ଚହଳ ପକାଇଲା ଟ୍ରମ୍ପଙ୍କ ମନ୍ତବ୍ୟ

ଓ୍ବାଶିଂଟନ,୨୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ମିଛ ଦାବି କରିଛନ୍ତି। ସେ ୨୦୨୫ ମେ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ...

ଘାଟିରେ ତଳକୁ ଖସିଲା ଟ୍ରଲର: ଲାଗିଲା ନିଆଁ, ଆଉ ତା’ପରେ…

ପଟାଙ୍ଗୀ,୨୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟାଙ୍ଗୀ ବ୍ଲକ ଅଧିନସ୍ଥ ରାଲେଗଡା ପଞ୍ଚାୟତ ଯୋଡିମାଦିଲି ଘାଟିରେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡ଼ିଛି ଏକ ଟ୍ରଲର।...

ଶ୍ରୀମନ୍ଦିରରେ ରକ୍ତ ଛିଟା: ମହାପ୍ରଭୁଙ୍କ ହେବ ବଡ଼ ମହାସ୍ନାନ

ଭୁବନେଶ୍ୱର,୨୧।୧: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେବ ହେବ ବଡ଼ ମହାସ୍ନାନ ନୀତି। ଭିତର କାଠ ନିକଟ ଚାଙ୍ଗେଡ଼ା ଘରେ ରକ୍ତ ପଡ଼ିଥିବାରୁ ବଡ଼ ମହାସ୍ନାନ କରାଯାଇଛି।...

ସୁନା ଦର ଆକାଶଛୁଆଁ: ଦେଢ଼ଲକ୍ଷ ଟପିଲା ଦାମ୍‌, ଭୁବନେଶ୍ୱରରେ ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୨୧।୧: ଆଉ ମାରିହେବନି ହାତ। ସୁନା ଦର ଆକାଶଛୁଆଁ। ଦେଢ଼ଲକ୍ଷ ଟପିଲା ଦାମ୍‌। ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୧ ଲକ୍ଷ ୫୪...

ସ୍ବିଜରଲାଣ୍ଡ ଯାଉଥିଲେ ଟ୍ରମ୍ପ, ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ହଠାତ୍‌ ଖରାପ ହେଲା ବିମାନ, ତା’ପରେ..

ଓ୍ବାଶିଂଟନ୍‌,୨୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ଅର୍ଥନୈତିକ ଫୋରମରେ ଯୋଗଦେବା ପାଇଁ ସ୍ବିଜରଲାଣ୍ଡର ଡାଭୋସ ଅଭିମୁଖେ ଯାତ୍ରା କରୁଥିଲେ। କିନ୍ତୁ, ଉଡ଼ାଣ ଆରମ୍ଭ ହେବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri