Posted inଫୁରସତ

ଲଟକନ୍‌ ଫ୍ୟାଶନ

ଲଟକନ୍‌ ଯାହା ସିମ୍ପଲ ଦେଖାଯାଉଥିବା ବ୍ଲାଉଜ୍‌, ଲେହେଙ୍ଗା ଆଉ ସୁଟ୍‌ର ଗ୍ରେସ୍‌ ବଢାଇଦିଏ। ବିଶେଷକରି ବାହାଘର, ପୂଜାପର୍ବ ଆଦି ସମୟରେ ଯେଉଁ ଟ୍ରାଡିସନାଲ୍‌ ଆଉଟ୍‌ଫିଟ୍‌ ପିନ୍ଧାଯାଏ, ତାହା ଦେଖିବାକୁ ସୁନ୍ଦର ଲାଗୁଥିଲେ ବି ଯଦି ସେଥିରେ ଲଟକନ୍‌ ଲଗାଇ ଦିଆଯାଏ, ତା’ହେଲେ ତାହାର ଆକର୍ଷଣ ଆହୁରି ବଢିଯାଏ। ତେବେ କେଉଁ ଆଉଟ୍‌ଫିଟ୍‌କୁ କେଉଁ ଲଟକନ୍‌ ଭଲ ମାନିଥାଏ ଜାଣନ୍ତୁ ସେ ସମ୍ପର୍କରେ…

* ସିତାରୋଁ ବାଲି ଲଟକନ୍‌: ଆଜିକାଲି ଏହି ଟାଇପ୍‌ ଲଟକନ୍‌ର ବହୁତ ଚାହିଦା ରହୁଥିବା ଦେଖିବାକୁ ମିଳୁଛି। ମୁଖ୍ୟତଃ ହଳଦୀ ରସମ, ମେହେନ୍ଦି, ବାହାଘର ଭଳି ଦିନରେ ଶାଢିର ବ୍ଲାଉଜ୍‌ରେ ହେଉ ଅବା ଲେହେଙ୍ଗାରେ ଏହି ଡିଜାଇନ୍‌ର ଲଟକନ୍‌ ଲଗାଇ ଆକର୍ଷଣୀୟ ଲୁକ୍‌ ପାଇପାରିବେ।
* ରୋଜ୍‌ ଡିଜାଇନ୍‌ ଲଟକନ୍‌: ଏହା ଏକପ୍ରକାର ୟୁନିକ୍‌ ଡିଜାଇନ୍‌ ଲଟକନ୍‌। ବିଶେଷକରି ବ୍ରାଇଡାଲ୍‌ ବ୍ଲାଉଜ୍‌ ତଥା ଲେହେଙ୍ଗାରେ ଏହି ଟାଇପ୍‌ର ଲଟକନ୍‌ ଲଗାଇେଲେ ଲୁକ୍‌ ଡିଫରେଣ୍ଟ ଲାଗିଥାଏ।
* କଷ୍ଟମାଇଜ୍‌ ଲଟକନ୍‌: ଏହି ଟାଇପ୍‌ର ଲଟକନ୍‌କୁ ବାହାଘର ଅବସରରେ ପିନ୍ଧିବାକୁ ଚାହୁଁଥିଲେ, ଏହାକୁ ବ୍ରାଇଡାଲ୍‌ ବ୍ଲାଉଜ୍‌ ହେଉ ଅବା ଲେହେଙ୍ଗାରେ ଲଗାଇ ସେଥିରେ ବର-କନ୍ୟାଙ୍କର ନାମ ଲେଖିବା ସହ ଆଉ କେତୋଟି ଟ୍ରେଣ୍ଡି ଲାଇନ୍ସ ବି ଲେଖିପାରିବେ।
* ଜରକନ୍‌ ଲଟକନ୍‌: ଏହା ଏକ ଲାଟେଷ୍ଟ ଷ୍ଟାଇଲ୍‌ର ଲଟକନ୍‌। ବିଶେଷକରି ସିଲଭର୍‌ କିମ୍ବା ଗୋଲ୍ଡେନ୍‌ କଲର୍‌ର ଟ୍ରାଡିସନାଲ୍‌ ଆଉଟ୍‌ଫିଟ୍‌ ସାଙ୍ଗରେ ଏହି ଲଟକନ୍‌କୁ ପେୟାର୍‌ କଲେ ଲୁକ୍‌ ବେଶ୍‌ ସୁନ୍ଦର ଲାଗିଥାଏ।
* ମଲ୍ଟି ଲେୟାର୍‌ ଲଟକନ୍‌: ଏହି ଟାଇପ୍‌ର ଲଟକନ୍‌କୁ ଯେ କୌଣସି ପ୍ରକାରର ଓ୍ବେଡିଂ ଆଉଟ୍‌ଫିଟ୍‌ ସାଙ୍ଗରେ ଆରାମରେ ଟ୍ରାଏ କରିହୁଏ।
* ଫ୍ଲୋରାଲ୍‌ ଡିଜାଇନ୍‌ ଲଟକନ୍‌: ବାହାଘର, ପୂଜାପର୍ବ ଅବସରରେ ଯଦି ଫ୍ଲୋରାଲ୍‌ ଡିଜାଇନ୍‌ର କୌଣସି ଟ୍ରାଡିସନାଲ୍‌ ଆଉଟ୍‌ଫିଟ୍‌ ପିନ୍ଧୁଥାନ୍ତି, ତା’ହେଲେ ସେଥିରେ ଏହି ଫ୍ଲୋରାଲ୍‌ ଡିଜାଇନ୍‌ର ଲଟକନ୍‌ ଲଗାଇଲେ ଟିକେ ଡିଫରେଣ୍ଟ ଲୁକ୍‌ ମିଳେ।
* ଥ୍ରେଡ୍‌ ଟାସେଲ୍‌ ଲଟକନ୍‌: ଏହା ଏକ ପ୍ରକାର ଲାଇଟ୍‌ ଓ୍ବେଟ୍‌ର ଲଟକନ୍‌। ଛୋଟ ହେଉ ଅବା ବଡ଼ ଅନେକ ପାଟର୍ନରେ ଏହା ମିଳିଥାଏ। ଏହି ଷ୍ଟାଇଲ୍‌ର ଲଟକନ୍‌କୁ ବ୍ଲାଉଜ୍‌ର ପଛପଟେ ହେଉ କିମ୍ବା ସ୍ଲିଭ୍ସରେ ବି ଲଗାଇହେବ। ସେହିପରି ସିଲ୍କ ଲେହେଙ୍ଗାରେ ବି ଏହି ଟାଇପ୍‌ର ଲଟକନ୍‌ ବେଶ୍‌ ଭଲ ମାନିଥାଏ।
* ନେଟ୍‌ ଡିଜାଇନ୍‌ ଲଟକନ୍‌: ମୁଖ୍ୟତଃ ପେଷ୍ଟାଲ୍‌ କଲର୍‌ର ଲେହେଙ୍ଗା ସହିତ ଏହି ଟାଇପ୍‌ର ଲଟକନ୍‌ ବେଶ୍‌ ସୁନ୍ଦର ଦେଖାଯାଇଥାଏ। ଆପଣ ଚାହିଁଲେ କଷ୍ଟମାଇଜ୍‌ କରି ଏହି ଲଟକନ୍‌ରେ ପର୍ଲ ହେଉ କିମ୍ବା ମୋତି ଲଗାଇବି ଭିନ୍ନ ଲୁକ୍‌ ପାଇପାରିବେ।
* ମିରର୍‌ ଓ୍ବାର୍କ ଲଟକନ୍‌: ଆଜିକାଲି ଏହି ଟାଇପ୍‌ ଲଟକନ୍‌ର ବି ବେଶ୍‌ ଡିମାଣ୍ଡ ରହୁଥିବା ଦେଖିବାକୁ ମିଳୁଛି। ତେବେ ଏହି ମିରର୍‌ ଓ୍ବାର୍କ ବାଲା ଲଟକନ୍‌କୁ ଯଦି ଲେହେଙ୍ଗାର ଅଣ୍ଟା ପାଖରେ ରଖିବାକୁ ଚାହୁଁଥାନ୍ତି, ତା’ହେଲେ ଲେୟାର୍‌ ଡିଜାଇନ୍‌ର ଡୋରି ଲଗାନ୍ତୁ। ଆଉ ଯଦି ଲେହେଙ୍ଗାର ବ୍ଲାଉଜ୍‌ରେ ଲଗାଉଥାନ୍ତି, ତା’ହେଲେ ଟିକେ କମ୍‌ ଓଜନର ମିରର୍‌ ଓ୍ବାର୍କ ବାଲା ଲଟକନ୍‌ ଲଗାଇବେ; ଯଦ୍ଦ୍ବାରା ବେଶୀ ସମୟ ପର୍ଯ୍ୟନ୍ତ ଲେହେଙ୍ଗାକୁ କ୍ୟାରି କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri