ହାରିଗଲେ ବହୁ ଟାଣୁଆ ନେତା

ଚଣ୍ଡିଖୋଲ,୨।୩(ଡି.ଏନ.ଏ.): ଚଳିତ ପଞ୍ଚାୟତ ନିର୍ବାଚନରେ ବଡ଼ଚଣା ବ୍ଲକରେ ବହୁ ହେଭିୱେଟ୍‌ ନେତାଙ୍କୁ ପରାଜୟର ସ୍ବାଦ ଚାଖିବାକୁ ପଡ଼ିଛି। ସମସ୍ତ ୫ଟି ଜିଲାପରିଷଦ ଜୋନ୍‌ ବିଜେଡି ହାତେଇ ନେଇଛି। ମାତ୍ର ସରପଞ୍ଚ ଓ ସମିତିସଭ୍ୟ ପଦବୀରେ ଲଢ଼େଇ କରି ଦଳୀୟ ସମର୍ଥିତ ପ୍ରାର୍ଥୀ ପରାଜିତ ହୋଇଛନ୍ତି। ପୂର୍ବରୁ ବିଜେଡି ବ୍ଲକ ଅଧ୍ୟକ୍ଷା ଓ ୨ ଥର ଜିଲା ପରିଷଦ ସଭ୍ୟ ହୋଇଥିବା ଇତିଶ୍ରୀ ସାମଲ ଏଥର ପରାଜିତ ହୋଇଛନ୍ତି। ସେ ଗୋପାଳପୁର ପଞ୍ଚାୟତରୁ ସମିତିସଭ୍ୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ୨୦୦୭ ପଞ୍ଚାୟତ ନିର୍ବାଚନରେ ଗୋପାଳପୁର ସମିତିସଭ୍ୟ ଭାବେ ନିର୍ବାଚିତ ହୋଇ ବ୍ଲକ ଅଧ୍ୟକ୍ଷା ହୋଇଥିଲେ। ୨୦୧୨ ଓ ୨୦୧୭ ପଞ୍ଚାୟତ ନିର୍ବାଚନରେ ୧୯ ନଂ. ଜିଲା ପରିଷଦ ଜୋନରୁ ସେ ନିର୍ବାଚିତ ହୋଇଥିଲେ। ୨୦ ନଂ. ଜିଲା ପରିଷଦ ସଭ୍ୟ ଥିବା ବିପିନ ବିହାରୀ ଜେନା ଏବେ ବ୍ଲକ ବିଜେଡି ସାଧାରଣ ସମ୍ପାଦକ ଅଛନ୍ତି। ତାଙ୍କ ସ୍ତ୍ରୀ ପୂର୍ଣ୍ଣିମା ଜେନାଙ୍କୁ ଗୋପାଳପୁର ସରପଞ୍ଚ ପ୍ରାର୍ଥୀ କରିଥିଲେ ମଧ୍ୟ ସେ ପରାଜିତ ହୋଇଛନ୍ତି।
ସେହିଭଳି ଅରଖପୁର ସରପଞ୍ଚ ଥିବା ସ୍ନେହଲତା ସ୍ବାଇଁ ଚଳିତ ଥର ଉକ୍ତ ପଞ୍ଚାୟତରୁ ସମିତି ସଭ୍ୟା ପଦବୀରେ ଲଢ଼ି ପରାଜିତ ହୋଇଛନ୍ତି। ସେ ୨ଥର ଏହି ପଞ୍ଚାୟତର ସରପଞ୍ଚ ହୋଇଥିବାବେଳେ ତାଙ୍କ ସ୍ବାମୀ ମିହିର ସ୍ବାଇଁ ଏବେ ବ୍ଲକ ବିଜେଡି କୋଷାଧ୍ୟକ୍ଷ ଅଛନ୍ତି। ସ୍ନେହଲତା ପଞ୍ଚାୟତ ସମିତି ଅଧ୍ୟକ୍ଷା ପଦବୀ ଦୌଡ଼ରେ ଥିଲେ। ସେହିପରି ବ୍ଲକ ମହିଳା ସଭାନେତ୍ରୀ ସରସ୍ବତୀ ବେହେରା ଚଳିତ ପଞ୍ଚାୟତ ନିର୍ବାଚନରେ ଭରତପୁର ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ନିର୍ବାଚନ ଲଢ଼ି ପରାଜୟ ବରଣ କରିଛନ୍ତି। ସେ ଏହି ପଞ୍ଚାୟତରେ ୩ଥର ସରପଞ୍ଚ ହୋଇଛନ୍ତି। ସେହିଭଳି କଂଗ୍ରେସ ବ୍ଲକ ସଭାପତି ଉମେଶ ଚନ୍ଦ୍ର ଜେନା ଚଳିତ ଥର ୧୭ ନଂ. ଜିଲା ପରିଷଦ ଜୋନରୁ ଲଢି ପରାଜିତ ହୋଇଛନ୍ତି। ଭାଜପାରୁ ୧୮ ନଂ. ଜୋନ୍‌ରୁ ପ୍ରାର୍ଥୀ ହୋଇଥିବା ଦେବଯାନୀ ପ୍ରଧାନ ଏବେ ଯାଜପୁର ଜିଲା ଭାଜପାର ସାଧାରଣ ସମ୍ପାଦିକା ଅଛନ୍ତି। ସେ ମଧ୍ୟ ନିର୍ବାଚନରେ ପରାଜୟ ବରଣ କରିଛନ୍ତି। ସେହିଭଳି ଭାଜପା ଜିଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଥିବା ପ୍ରୀତମ ନାୟକ ଚଳିତ ଥର ପଞ୍ଚାୟତ ନିର୍ବାଚନରେ ୧୭ ନଂ. ଜିଲା ପରିଷଦ ଜୋନରେ ପ୍ରାର୍ଥୀ ହୋଇ ପରାଜୟ ବରଣ କରିଛନ୍ତି। ଏହିଭଳି ହେଭିୱେଟ୍‌ ନେତାଙ୍କ ପରାଜୟକୁ ନେଇ ବଡ଼ଚଣାରେ ଚର୍ଚ୍ଚା ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri