ହାରିଗଲେ ବହୁ ଟାଣୁଆ ନେତା

ଚଣ୍ଡିଖୋଲ,୨।୩(ଡି.ଏନ.ଏ.): ଚଳିତ ପଞ୍ଚାୟତ ନିର୍ବାଚନରେ ବଡ଼ଚଣା ବ୍ଲକରେ ବହୁ ହେଭିୱେଟ୍‌ ନେତାଙ୍କୁ ପରାଜୟର ସ୍ବାଦ ଚାଖିବାକୁ ପଡ଼ିଛି। ସମସ୍ତ ୫ଟି ଜିଲାପରିଷଦ ଜୋନ୍‌ ବିଜେଡି ହାତେଇ ନେଇଛି। ମାତ୍ର ସରପଞ୍ଚ ଓ ସମିତିସଭ୍ୟ ପଦବୀରେ ଲଢ଼େଇ କରି ଦଳୀୟ ସମର୍ଥିତ ପ୍ରାର୍ଥୀ ପରାଜିତ ହୋଇଛନ୍ତି। ପୂର୍ବରୁ ବିଜେଡି ବ୍ଲକ ଅଧ୍ୟକ୍ଷା ଓ ୨ ଥର ଜିଲା ପରିଷଦ ସଭ୍ୟ ହୋଇଥିବା ଇତିଶ୍ରୀ ସାମଲ ଏଥର ପରାଜିତ ହୋଇଛନ୍ତି। ସେ ଗୋପାଳପୁର ପଞ୍ଚାୟତରୁ ସମିତିସଭ୍ୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ୨୦୦୭ ପଞ୍ଚାୟତ ନିର୍ବାଚନରେ ଗୋପାଳପୁର ସମିତିସଭ୍ୟ ଭାବେ ନିର୍ବାଚିତ ହୋଇ ବ୍ଲକ ଅଧ୍ୟକ୍ଷା ହୋଇଥିଲେ। ୨୦୧୨ ଓ ୨୦୧୭ ପଞ୍ଚାୟତ ନିର୍ବାଚନରେ ୧୯ ନଂ. ଜିଲା ପରିଷଦ ଜୋନରୁ ସେ ନିର୍ବାଚିତ ହୋଇଥିଲେ। ୨୦ ନଂ. ଜିଲା ପରିଷଦ ସଭ୍ୟ ଥିବା ବିପିନ ବିହାରୀ ଜେନା ଏବେ ବ୍ଲକ ବିଜେଡି ସାଧାରଣ ସମ୍ପାଦକ ଅଛନ୍ତି। ତାଙ୍କ ସ୍ତ୍ରୀ ପୂର୍ଣ୍ଣିମା ଜେନାଙ୍କୁ ଗୋପାଳପୁର ସରପଞ୍ଚ ପ୍ରାର୍ଥୀ କରିଥିଲେ ମଧ୍ୟ ସେ ପରାଜିତ ହୋଇଛନ୍ତି।
ସେହିଭଳି ଅରଖପୁର ସରପଞ୍ଚ ଥିବା ସ୍ନେହଲତା ସ୍ବାଇଁ ଚଳିତ ଥର ଉକ୍ତ ପଞ୍ଚାୟତରୁ ସମିତି ସଭ୍ୟା ପଦବୀରେ ଲଢ଼ି ପରାଜିତ ହୋଇଛନ୍ତି। ସେ ୨ଥର ଏହି ପଞ୍ଚାୟତର ସରପଞ୍ଚ ହୋଇଥିବାବେଳେ ତାଙ୍କ ସ୍ବାମୀ ମିହିର ସ୍ବାଇଁ ଏବେ ବ୍ଲକ ବିଜେଡି କୋଷାଧ୍ୟକ୍ଷ ଅଛନ୍ତି। ସ୍ନେହଲତା ପଞ୍ଚାୟତ ସମିତି ଅଧ୍ୟକ୍ଷା ପଦବୀ ଦୌଡ଼ରେ ଥିଲେ। ସେହିପରି ବ୍ଲକ ମହିଳା ସଭାନେତ୍ରୀ ସରସ୍ବତୀ ବେହେରା ଚଳିତ ପଞ୍ଚାୟତ ନିର୍ବାଚନରେ ଭରତପୁର ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ନିର୍ବାଚନ ଲଢ଼ି ପରାଜୟ ବରଣ କରିଛନ୍ତି। ସେ ଏହି ପଞ୍ଚାୟତରେ ୩ଥର ସରପଞ୍ଚ ହୋଇଛନ୍ତି। ସେହିଭଳି କଂଗ୍ରେସ ବ୍ଲକ ସଭାପତି ଉମେଶ ଚନ୍ଦ୍ର ଜେନା ଚଳିତ ଥର ୧୭ ନଂ. ଜିଲା ପରିଷଦ ଜୋନରୁ ଲଢି ପରାଜିତ ହୋଇଛନ୍ତି। ଭାଜପାରୁ ୧୮ ନଂ. ଜୋନ୍‌ରୁ ପ୍ରାର୍ଥୀ ହୋଇଥିବା ଦେବଯାନୀ ପ୍ରଧାନ ଏବେ ଯାଜପୁର ଜିଲା ଭାଜପାର ସାଧାରଣ ସମ୍ପାଦିକା ଅଛନ୍ତି। ସେ ମଧ୍ୟ ନିର୍ବାଚନରେ ପରାଜୟ ବରଣ କରିଛନ୍ତି। ସେହିଭଳି ଭାଜପା ଜିଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଥିବା ପ୍ରୀତମ ନାୟକ ଚଳିତ ଥର ପଞ୍ଚାୟତ ନିର୍ବାଚନରେ ୧୭ ନଂ. ଜିଲା ପରିଷଦ ଜୋନରେ ପ୍ରାର୍ଥୀ ହୋଇ ପରାଜୟ ବରଣ କରିଛନ୍ତି। ଏହିଭଳି ହେଭିୱେଟ୍‌ ନେତାଙ୍କ ପରାଜୟକୁ ନେଇ ବଡ଼ଚଣାରେ ଚର୍ଚ୍ଚା ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୌନ୍ଦର୍ଯ୍ୟ ହରାଇଲାଣି ଚିଲଡ୍ରେନ ପାର୍କ: ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ପଦ୍ମପୁର,୪ା୪(ପ୍ରଦୀପ୍ତ ଦାଶ ):ସହରକୁ ସରସ ସୁନ୍ଦର କରିବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏ ସବୁ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ନୌସେନାରେ ସାମିଲ ହେଲା ‘ଅରିଦମନ’

ନୂଆଦିଲ୍ଲୀ,୪ା୪: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଣବିକ ଶକ୍ତିସମ୍ପନ୍ନ ବାଲିଷ୍ଟିକ୍‌ ମିଶାଇଲ୍‌ ବୁଡ଼ାଜାହାଜ ଆଇଏନ୍‌ଏସ୍‌ ଅରିଦମନ ଶୁକ୍ରବାର ଭାରତୀୟ ନୌସେନାରେ ସାମିଲ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ…

ପ୍ରଶାସନ ଆଖି ଆଗରେ ପ୍ରଦୂଷଣ: ରାସ୍ତାପାର୍ଶ୍ୱ ପାଲଟିଛି ଡମ୍ପିଂ ୟାର୍ଡ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପ୍ରଶାସନ ଆଖି ଆଗରେ ପ୍ରଦୂଷଣ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଗତ କିଛିଦିନ ହେଲା ସହରର ବିଭିନ୍ନ ରାସ୍ତାରେ ସ୍ତୁପ ଭଳି କୁଢ଼…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଥାନାରେ ପହଞ୍ଚିଲେ ଯୁବତୀ

କେନ୍ଦୁଝର,୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ପୋଲିସ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବାଲେଶ୍ୱର ଜିଲା…

ଲୋକଙ୍କୁ ଅଜଣା ପ୍ରଶାସନିକ ପଦକ୍ଷେପ: ବଢୁଛି ତାତି, ଘାରୁଛି ଭୟ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବୈଶାଖ ପାଦ ଥାପୁଣୁ ବରଗଡ଼ ଜିଲାରେ ତାତି ଅସହ୍ୟ ହୋଇପଡ଼ିଛି। ସକାଳ ୯ଟାରୁ ତାତି ବଢ଼ିବାରେ ଲାଗିଛି। ପୂର୍ବାହ୍ନ ୧୧ଟାରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

ଆମେରିକାର ଲଢ଼ୁଆ ବିମାନକୁ ଖସାଇଲା ଇରାନ: ନାଗରିକଙ୍କୁ ଦେଲା ଏମିତି ଅଫର, ‘ପାଇଲଟ ଜୀବିତ ଥିଲେ…’

ଓ୍ବାଶିଂଟନ୍‌,୪।୪: ଇରାନରେ ଏକ ଆମେରିକୀୟ F-15E ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫେବୃଆରୀ ୨୮ ତାରିଖରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ଥର ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri