Categories: ଫୁରସତ

୭୦ ବର୍ଷ ଧରି ଅଦୃଶ୍ୟ ହୋଇଯାଇଥିଲା ଏହି ଗାଁ, ଏବେ ମିଳିଲା ଏମିତି

୭୦ ବର୍ଷ ପୂର୍ବରୁ ଇଟାଲୀ ହ୍ରଦରେ ଏକ ଗାଁ ହଜିଯାଇଥିବା ବେଳେ ବର୍ତ୍ତମାନ ଏହା ମିଳିଛି। ଅର୍ଥାତ୍‌ ଏହି ଗାଁ ୭୦ ବର୍ଷ ତଳେ ଅଦୃଶ୍ୟ ହୋଇଯାଇଥିଲା। ଯାହା ବିଷୟରେ କେହି କିଛି ଜାଣି ନ ଥିଲେ। ବର୍ତ୍ତମାନ ଇଟାଲୀ ହ୍ରଦରେ ଏହି ଗାଁର ଅବଶେଷ ଦେଖିବାକୁ ମିଳିଛି।

ରେସିୟା ହ୍ରଦ ହେଉଛି ଇଟାଲୀର ଦକ୍ଷିଣ ଟିରୋଲର ପଶ୍ଚିମ ଭାଗରେ ଥିବା ଏକ କୃତ୍ରିମ ହ୍ରଦ। ରେଶେନ ପାସଠାରୁ ପ୍ରାୟ ୨ କିଲୋମିଟର ଦକ୍ଷିଣରେ ଏହା ଅବସ୍ଥିତ। ୧୯୫୦ ମସିହାରେ ଏହି ଗାଁ ଅଦୃଶ୍ୟ ହୋଇଯାଇଥିଲା।

କ୍ୟୁରୋନ୍‌ ନାମକ ଏହି ଗାଁରେ ଶହ ଶହ ଲୋକ ଦଶନ୍ଧି ପୂର୍ବରୁ ସେମାନଙ୍କ ପରିବାର ସହିତ ରହୁଥିଲେ। ମାତ୍ର ୭୦ ବର୍ଷ ପୂର୍ବେ ଏକ ଜଳ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ଦେଶର ସରକାର ଏକ ବନ୍ଧ ନିର୍ମାଣ କରିଥିଲେ। ଏଥିପାଇଁ ଦୁଇଟି ହ୍ରଦ ମିଶ୍ରଣ କରାଯାଇଥିଲା।

ଗାଁଟି ପାଣିରେ ବୁଡ଼ି ରହିଥିବାରୁ ଲୋକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ଏହି ଗାଁର ବିସ୍ଥାପନ ହେତୁ ପ୍ରାୟ ୪୦୦ ଲୋକ ନିକଟସ୍ଥ ଅନ୍ୟ ଏକ ଗ୍ରାମରେ ରହୁଥିଲେ। ଇଟାଲୀର ଦକ୍ଷିଣ ଟିରୋଲର ପଶ୍ଚିମ ଭାଗରେ ଅବସ୍ଥିତ ଜଳଭଣ୍ଡାରରେ, ଯେତେବେଳେ ମରାମତି କାର୍ଯ୍ୟ ଆରମ୍ଭ ହେଲା, ଏହାର ଜଳ ସାମୟିକ ଭାବରେ ଶୁଖିଗଲା। ପାଣି ଶୁଖିବା ପରେ ଏହି ଗାଁର ଅବଶେଷ ବର୍ତ୍ତମାନ ଦେଖିବାକୁ ମିଳିଛି।

Share