ମାନସିକସ୍ଥିତି ହରାଇ ଶିକୁଳିରେ ବିତୁଛି ଜୀବନ

କୁଜଙ୍ଗ,୨୭ା୬(ଡି.ଏନ୍‌.ଏ.): ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମାନସିକ ସ୍ଥିତି ହରାଇବା ପରେ ବାରମ୍ବାର ଆତ୍ମହତ୍ୟା ଉଦ୍ୟମ କରିବାରୁ ଓ ଘର ଛାଡି ପଳାଇବାକୁ ଉଦ୍ୟମ କରିବାକୁ ଜଣେ ଯୁବକଙ୍କୁ ମା’ ବାପା ଶିକୁଳିରେ ବାଧ୍ୟିବାକୁ ବାଧ୍ୟ ହୋଇଛନ୍ତି। ଅର୍ଥ ଅଭାବକରୁ ତାଙ୍କ ଚିକିତ୍ସା ହୋଇପାରୁ ନଥିବା ବେଳେ ମାସେ ହେବ ସେ ବନ୍ଧୀ ଜୀବନ କାଟୁଛନ୍ତି। ସେ ହେଲେ କୁଜଙ୍ଗ ବ୍ଲକ ଗୋପିଆକୁଦ ପଂଚାୟତର ଗୋଠଡିଆ ଗ୍ରାମର ବାସୁଦେବ ରାଉତ(୨୮)।
ବାପା ବୈଷ୍ଣବଙ୍କ କହିବା ଅନୁଯାୟୀ, ବାସୁଦେବଙ୍କ ପାରାଦୀପସ୍ଥିତ ଜିଜେଏଆଇ କଲୋନିରେ ପରିବାରସହ ରହୁଥିଲେ। ସେ ପୋର୍ଟ ହାଇସ୍କୁଲର ଜଣେ ମେଧାବି ଛାତ୍ର ଥିଲେ। ୧୮ ବର୍ଷତଳେ ମାଟ୍ରିକ ପରୀକ୍ଷାର କିଛିଦିନ ପୂର୍ବରୁ ପଡ଼ିଶାଘର ବାଡ଼ିରେ ପଡ଼ିଥିବା ଆମ୍ବ ଆଣିବାକୁ ଯାଇଥିଲେ। ବାଡ଼ିରୁ ଆମ୍ବ ଚୋରି ନ ହେବା ପାଇଁ ପଡିଶା ଘର ଲୋକେ ବାଡି ଚର୍ତୁପାର୍ଶ୍ୱରେ ତାରବାଡ଼ କରି ବିଦ୍ୟୁତ୍‌ ଚାର୍ଜ କରି ଦେଇଥିଲେ। ବାସୁଦେବ ଆମ୍ବ ଆଣିବାକୁ ଗଲାବେଳେ ଉକ୍ତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ। ସେବେଠାରୁ ବାସୁଦେବ ମାନସିକ ସ୍ଥିତି ହାରାଇ ବସିଛନ୍ତି। ତାଙ୍କ ପାଠପଢ଼ାରେ ଡୋରି ବାନ୍ଧି ହୋଇଯାଇଛି। ବହୁଚିକିତ୍ସା ପରେବି ବାସୁଦେବଙ୍କ ମାନସିକ ସ୍ଥିତିରେ ପରିବର୍ତ୍ତନ ହୋଇ ନ ଥିଲା। ପ୍ରାୟ ଏକମାସରୁ ଉର୍ଦ୍ଧ୍ୱହେବ ବାସୁଦେବର ମାନସିକ ବିକୃତି ବୃଦ୍ଧିପାଇବାରେ ଲାଗିଛି। ଫଳରେ ସେ ବାରମ୍ବାର ଘରୁ ପଳାଇଯିବାକୁ ଉଦ୍ୟମ କରିବା ସହ କୂଅକୁ ଡେଇଁପଡିବାକୁ ଉଦ୍ୟମ କରୁଛନ୍ତି ବୋଲି ମା’ ଦୁଲଣା କହିଛନ୍ତି। ପୁଅର ଚିକିତ୍ସା ପାଇଁ ସମସ୍ତ ସଞ୍ଚତ୍ତ ଅର୍ଥ ଖର୍ଚ୍ଚ ହୋଇସାରିଥିବାବେଳେ ଆଗକୁ କିପରି ଚଳିବେ ସେନେଇ ବୈଷ୍ଣବଙ୍କ ଚିନ୍ତା ବଢ଼ିଯାଇଛି। ଅପରପକ୍ଷେ ଅର୍ଥ ବାଧକ ଯୋଗୁ ଚିକିତ୍ସା ହୋଇପାରୁ ନଥିବାରୁ ବାସୁଦେବଙ୍କ ମାନସିକସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। କିଛି ସରକାରୀ ବା ବେସରକାରୀସ୍ତରରେ ସାହାଯ୍ୟ ମିଳିପାରିଲେ ପୁଅର ଚିକିତ୍ସା କରାଯାଇପାରନ୍ତା ବୋଲି ବୈଷ୍ଣବ କହିଛନ୍ତି।
ଏସମ୍ପର୍କରେ ଗୋପିଆକୁଦ ସରପଞ୍ଚ ଶ୍ରୀନିବାସ କହିଛନ୍ତି, ବାସୁଦେବଙ୍କ ପରି ଅନେକ ବାସୁଦେବ ଚିକିତ୍ସା ଅଭାବରୁ କଷ୍ଟ ପାଉଛନ୍ତି। ସେମାନଙ୍କୁ ଚିହ୍ନଟ କରି ଚିକିତ୍ସା କରିବା ନିମନ୍ତେ ସରକାର ପକ୍ଷରୁ ଉଦ୍ୟମ ହେବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ପାକିସ୍ତାନୀ ମହିଳାଙ୍କ ଚିଠି, କହିଲେ ମୋ ସ୍ୱାମୀ ଧୋକା ଦେଇଛି…

ନୂଆଦିଲ୍ଲୀ,୭।୧୨: ପାକିସ୍ତାନୀ ମହିଳା ନିକିତା ନାଗଦେବଙ୍କ ଏକ ଭିଡିଓ ସମ୍ପ୍ରତି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ, ପାକିସ୍ତାନୀ ମହିଳା ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ନ୍ୟାୟ ପାଇଁ...

୬୫ ବର୍ଷ ବିଦ୍ୟାଳୟରେ ପାଇଖାନା କି ମୌଳିକ ସୁବିଧା ନାହିଁ:  ପିଲାଙ୍କ ପାଇଁ ପାହାଡ ଜଙ୍ଗଲ ହିଁ ଭରସା 

ଦାରିଙ୍ଗବାଡି,୮।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ...

ନୂଆବର୍ଷ ଆଗରୁ ଅଚାନକ ଧନୀ ହୋଇଯିବେ ୩ରାଶି! ହୁହୁ ହୋଇ ବଢିବ ସମ୍ପତ୍ତି

ଦ୍ରିକ ପାଞ୍ଜି ଅନୁସାରେ, ଶୁକ୍ର ଓ ଶନି ଏକ ଅତ୍ୟନ୍ତ ଶକ୍ତିଶାଳୀ, ଦୁର୍ଲଭ ଏବଂ ଶୁଭ ଯୋଗ ଗଠନ କରୁଛନ୍ତି, ଯାହା ୬ ଡିସେମ୍ବର,ଶନିବାର ସନ୍ଧ୍ୟା...

ଭୁବନେଶ୍ୱରରେ ଖୋଲିବ ଆଉ ଦୁଇ ତହସିଲ୍, ଜମି କିଣାବିକା ପାଇଁ…

ଭୁବନେଶ୍ୱର,୭ା୧୨: ଭୁବନେଶ୍ବରରେ ଆଉ ୨ ନୂଆ ତହସିଲ ଅଫିସ୍‌ ପ୍ରସ୍ତୁତ ହେବାକୁ ଯାଉଛି । ପୁରୁଣା ଭୁବନେଶ୍ବରରେ ଥିବା ତହସିଲ ଅଫିସ୍‌ରେ କ୍ରମାଗତ ଭାବେ ଚାପ ବଢ଼ିବାରେ...

ମୋବାଇଲ ଆପ ସତର୍କ ସଙ୍କେତରେ ଛାତ୍ରଙ୍କ ସଫଳତା

ନୂଆପଡ଼ା,୮ା୧୨ (ମକାରୁ ବେମାଲ): ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ପରିଚାଳିତ ଅଟଳ ଟିଙ୍କରୀଙ୍କ ଲ୍ୟାବମାନଙ୍କର ଅନ୍‌ଲାଇନ ମାଧ୍ୟମରେ ଓସିଏସି ଦ୍ୱାରା...

Featured Video Play Icon

ଧରିତ୍ରୀ, ଆଦିତ୍ୟ ବିର୍ଲା ସନ୍‌ଲାଇଫ୍‌ ମ୍ୟୁଚୁଆଲ ଫଣ୍ଡ୍‌ର ‘ଶିକ୍ଷିତ ନିବେଶକ ବିକଶିତ ଭାରତ’ କର୍ମଶାଳା

କଟକ,୭ା୧୨(କାର୍ତ୍ତିକ ସାହୁ): ଭବିଷ୍ୟତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଜର ଅର୍ଜିତ ଅର୍ଥକୁ ଖର୍ଚ୍ଚ କରିବା ଜରୁରୀ। ବିଶେଷକରି ପ୍ରଥମେ ସଞ୍ଚୟ ଏବଂ ପରେ ଖର୍ଚ୍ଚ କରିବା...

ସ୍ତ୍ରୀଙ୍କ ମୁଣ୍ଡରେ ଟ୍ୟୁମର: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ

ନୂଆପଡ଼ା,୮ା୧୨(ମକାରୁ ବେମାଲ): ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଶେଷରେ ଅସହାୟ ହୋଇ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ସ୍ବାମୀ । ଏଭଳି ଘଟଣା...

ନାଇଟ୍ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୨୫ଜଣ

ଗୋଆ,୭।୧୨: ଗୋଆର ପ୍ରସିଦ୍ଧ ନାଇଟ୍ କ୍ଲବରେ ବଡ଼ ଧରଣର ଅଗ୍ନିକାଣ୍ଡ। ଗୋଆ ଆର୍ପୋରା ସ୍ଥିତ ରୋମିଓ ଲେନ୍ ରେ ଥିବା ବ୍ରିଚ୍ ନାଇଟ୍ କ୍ଲବରେ ନିଆଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri