ନୂଆଦିଲ୍ଲୀ,୧୯।୮: କ୍ରମାଗତ ଭାବେ ଉଭୟ ଘରୋଇ ଓ ଅନ୍ତଃରାଷ୍ଟ୍ରୀୟ ବଜାରରେ ବେଆଇନ ସିଗାରେଟ କାରବାର ପାଇଁ ସରକାର ମୋଟା ଅଙ୍କର ରାଜସ୍ବ ହରାଉଛନ୍ତି। ଏପରିକି ବେଆଇନ ତମାଖୁ କାରବାର ବିଶ୍ୱବ୍ୟାପୀ ଏକ ପ୍ରମୁଖ ବିପଦ ଓ ବର୍ଦ୍ଧିତ ଆହ୍ବାନ ପାଲଟିଛି। ଉଲ୍ଲେଖଯୋଗ୍ୟ, ଫିକି (ଏଫ୍ଆଇସିସିଆଇ) କାସ୍କେଡ ଷ୍ଟଡି-୨୦୨୨ ମୁତାବକ ଭାରତରେ ବେଆଇନ ସିଗାରେଟ ପାଇଁ ମୋଟ ବଜାରର ହାରାହାରି ୨୨,୯୩୦ କୋଟି ଟଙ୍କା ମୂଲ୍ୟର ଅଟେ। ଏହି ରିପୋର୍ଟ ଅନୁଯାୟୀ ବେଆଇନ ତମାଖୁ କାରବାର ଯୋଗୁ ୨୦୨୨ରେ ଭାରତ ସରକାରଙ୍କ ହୋଇଥିବା ମୋଟ କ୍ଷତିର ମୂଲ୍ୟ ହାରାହାରି ୧୩,୩୩୧କୋଟି ଟଙ୍କା ହୋଇଥିଲାବେଳେ ୨୦୧୨ରେ ଏହାର ପରିମାଣ ୬୨୪୦ କୋଟି ଟଙ୍କା ଥିଲା। ୨୦୧୨ତୁଳନାରେ ୨୦୨୨ରେ ଏହାର ପରିମାଣ ପ୍ରାୟ ୪୬% ଅଧିକ ବୋଲି ରିପୋର୍ଟରେ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ସେହିଭଳି ଫିଲିପ ମୋରିସ୍ ଇଣ୍ଟରନ୍ୟାଶନାଲ୍ସ (ପିଏମ୍ଆଇ) ଇଣ୍ଡିଆ ଆଫିଲିଏଟ, ଆଇପିଏମ୍ ଇଣ୍ଡିଆ, ଭାରତର ଅର୍ଥନୈତିକ ଆଗ୍ରହ ଓ ଉପଭୋକ୍ତାଙ୍କୁ ସୁରକ୍ଷିତ ରଖିବା ପାଇଁ ବେଆଇନ ତମାଖୁ କାରବାର ପ୍ରତିରୋଧ ଦିଗରେ ନିଜର ପ୍ରତିବଦ୍ଧତାକୁ ସୁଦୃଢ କରିଛି। ଏପରିକି ଟବାକୋ ଇନ୍ଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ (ଟିଆଇଆଇ)ର ରିପୋର୍ଟ ଅନୁଯାୟୀ ଅନ୍ତର୍ଜାତୀୟ ସ୍ତରରୁ ଚୋରାଚାଲାଣ କରାଯାଉଥିବା ଏବଂ ସ୍ଥାନୀୟ ଭାବେ ଟିକସ ଫାଙ୍କି ଉପତ୍ାଦନ କରାଯାଉଥିବା ବେଆଇନ ସିଗାରେଟକୁ ନେଇ ଗଠିତ ଏବଂ ଏହି ବେଆଇନ ସିଗାରେଟ କାରବାର ପରିମାଣ ଭାରତରେ ସିଗାରେଟ ଶିଳ୍ପର ଏକ ଚତୁର୍ଥାଂଶ ସହ ସମାନ ଅଟେ। ସଦ୍ୟତମ ରିପୋର୍ଟ ଅନୁଯାୟୀ ୨୦୨୩-୨୪ରେ ଆଇନ ପ୍ରଣୟନ ସଂସ୍ଥାଗୁଡିକ ଭାରତର ଅନେକ ସହରରୁ ବେଆଇନ ସିଗାରେଟ ଜବତ କରିଥିଲେ ମଧ୍ୟ ବେଆଇନ କାରବାର ବନ୍ଦ ହୋଇନାହିଁ। ଏପରିକି ୟୁରୋ ମନିଟର ଇଣ୍ଟରନ୍ୟାଶନାଲର ୨୦୨୩ ରିପୋର୍ଟ ଅନୁଯାୟୀ ଭାରତରେ ବେଆଇନ ସିଗାରେଟ କାରବାର ସଂଖ୍ୟା ୨୦୨୨ରେ ୩୦.୨ ବିଲିୟନ ଷ୍ଟିକ୍ରେ ପହଞ୍ଚତ୍ଥିଲାବେଳେ ଏ କ୍ଷେତ୍ରରେ ଭାରତର ସ୍ଥାନ ଚାଇନା ଓ ବ୍ରାଜିଲ ପଛରେ ରହିଛି।
ଏ ସମ୍ପର୍କରେ ଆଇପିଏମ୍ ଇଣ୍ଡିଆର ଏମଡି ନବୀନ ଲକର କହିଛନ୍ତି, ବେଆଇନ କାରବାରକୁ ଦୂର କରିବା ଆମ ପାଇଁ ଦୀର୍ଘ ଦିନରୁ ଏକ ପ୍ରାଥମିକତା ରହି ଆସିଛି। ଏପରିକି ବେଆଇନ କାରବାରକୁ ରୋକିବା ପାଇଁ ବିଶ୍ୱବ୍ୟାପୀ ପିଏମ୍ଆଇର ରଣନୀତି ଜାରି ରହିଛି। ଏପରିକି ୫ଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଅନୁସନ୍ଧାନ ଓ ବୁଦ୍ଧିମତ୍ତା, ଯୋଗାଣ ଶୃଙ୍ଖଳାକୁ ସୁରକ୍ଷିତ ରଖିବା, ସହଭାଗିତା, ଆଇନ ପ୍ରଣୟନ ସଂସ୍ଥାନ ସହ ସହଭାଗିତା ଓ ସଚେତନତା ବୃଦ୍ଧି କରିବା ଉପରେ ସଂସ୍ଥା ଗୁରୁତ୍ୱ ଦେଉଛି। ଭାରତରେ ଆମେ ଏହି କାରଣ ପାଇଁ ସମାନ ଭାବେ ପ୍ରୟାସ କରୁଛୁ,ବେଆଇନ ତମାଖୁ କାରବାର ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଓ ଲୋକମାନଙ୍କୁ ସଚେତନ କରିବା ପାଇଁ ଆଇନ ପ୍ରଣୟନ ସଂସ୍ଥାଗୁଡିକ ସହ କାର୍ଯ୍ୟ କରୁଛୁ।
ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ
ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...
ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ
ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...
୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ…
ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍ଆଇପି,...
୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…
ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...
ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …
ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...
ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ
ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...
ମୁନିଗୁଡ଼ା ବ୍ଲକ୍ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର
ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...
ଆମୋନିୟମ୍ ନାଇଟ୍ରେଟ୍ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ
ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍ ନାଇଟ୍ରେଟ୍ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...
Archives

