ଲକ୍‌ଡାଉନ୍‌ରେ ଚାକିରି ଚାଲିଯିବାରୁ ଯୁବକ ବାଛିନେଲେ ଏହି ପଥ, କଲେଜ ଛାତ୍ରଙ୍କୁ ଯୋଗାଉଥିଲେ…

ବେଙ୍ଗାଲୁରୁ,୧୧ା୧୦: କରୋନା ମହମାରୀ ଯୋଗୁ ହୋଇଥିବା ଲକ୍‌ଡାଉନ୍‌ରେ ଜଣେ ଯୁବକ ଚାକିରି ହରାଇଥିଲେ। ପେଟଭୋକରୁ ନିସ୍ତାର ପାଇବା ପାଇଁ ସେ ଡ୍ରଗ୍ସ କାରବାରକୁ ଆପଣାଇ ନେଲେ। ତେବେ ଏହି ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି।
୨୮ ବର୍ଷୀୟ ଯୁବକ ଅମିର ଅହମ୍ମଦ ପୂର୍ବ ହୋଟେଲରେ ରିସେପ୍‌ସନନିଷ୍ଟ ଭାବେ କାମ କରୁଥିଲେ। ଲକ୍‌ଡାଉନ୍‌ ସମୟରେ ତାଙ୍କ ଚାକିରି ଚାଲିଗଲା। ଏହା ପରେ ସେ ଡ୍ରଗ୍ସ କାରବାର ଆରମ୍ଭ କରିଦେଲେ। ଅମିର କେବଳ କଲେଜ ପଢୁଆ ଛାତ୍ରମାନଙ୍କୁ ଡ୍ରଗ୍ସ ଯୋଗାଉଥିଲେ। କୌଣସି ସୂତ୍ରରୁ ଖବର ପାଇ ରାଜଗୋପାଲ ନଗର ପୋଲିସ ତାଙ୍କୁ ଗିରଫ କରିଥିଲା। ଗ୍ରାହକଙ୍କୁ ଅପେକ୍ଷା କରିଥିବା ଅମିରଙ୍କ ବ୍ୟାଗ୍‌ରୁ ପୋଲିସ ୧ କିଲୋଗ୍ରାମ ଡ୍ରଗ୍ସ ଜବତ କରିଛି। ଏଥିସହ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ସେମାନେ ଅଭିଯୁକ୍ତ ଘରେ ଚଢ଼ାଉ କରିବା ପରେ ସେଠାରୁ ଆଉ ୨୦ କେଜି ଡ୍ରଗ୍ସ ଜବତ କରିଥିଲେ।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଅମିର ଆନ୍ଧ୍ରପ୍ରଦେଶର ଜଣେ ବ୍ୟବସାୟୀଙ୍କଠାରୁ ଡ୍ରଗ୍ସ କିଣି କଲେଜ ଛାତ୍ର ତଥା ଏକ ଘରୋଇ ସଂସ୍ଥାର କର୍ମଚାରୀଙ୍କୁ ବିକ୍ରି କରୁଥିଲେ।

Share