ଲୋରି ଲାଫଲିନ୍‌ଙ୍କୁ ୨ ମାସ ଜେଲ୍‌

ଡୁବ୍‌ଲିନ, ୨୯।୧୨ : କଲେଜରେ ନାମଲେଖା ଦୁର୍ନୀତିରେ ‘ଫୁଲ୍‌ ହାଉସ୍‌’ ଅଭିନେତ୍ରୀ ଲୋରି ଲାଫଲିନ୍‌ ୨ ମାସ ଜେଲ୍‌ରେ ସଜା କାଟିବା ପରେ ମୁକ୍ତ ହୋଇଛନ୍ତି। ସେ ତାଙ୍କର ଦୁଇଝିଅଙ୍କୁ କଲେଜରେ ନାମ ଲେଖାଇବା ଲାଗି ୫ ନିୟୁତ ଡଲାର ଲାଞ୍ଚ ଦେଇଥିଲେ। ଏହି ଅପରାଧରେ ତାଙ୍କୁ କାଲିଫର୍ନିଆର ଡୁବଲିନ୍‌ ଜେଲ୍‌ରେ ଦୁଇମାସ କାଟିବାକୁ ପଡ଼ିଛି। ତାଙ୍କ ସ୍ବାମୀ ଫେଶନ ଡିଜାଇନର ମୋସିମୋ ଗ୍ୟାନୁଲିଙ୍କୁ ମଧ୍ୟ ୫ ମାସ ଜେଲ୍‌ଦଣ୍ଡ ମିଳିଥିଲା। ଖ୍ୟାତନାମା ବିଶ୍ୱବିଦ୍ୟାଳୟରେ ନିଜ ପିଲାଙ୍କୁ ନାମ ଲେଖାଇବା ଲାଗି ଧନୀ ମାତାପିତା ଲାଞ୍ଚ ଦେଇଥାନ୍ତି। ଏହି ଦୁର୍ନୀତିରେ ଫସିବାରେ ଲାଫଲିନ୍‌ ଓ ଗ୍ୟାନୁଲି ହାଇପ୍ରୋଫାଇଲ୍‌ ଅଭିଯୁକ୍ତ। ସେମାନେ ସଦର୍ନ କାଲିଫର୍ନିଆ ୟୁନିଭର୍ସିଟିରେ ଦୁଇ ଝିଅଙ୍କ ନାମ ଲେଖାଇବା ଲାଗି ୫ ଲକ୍ଷ ଡଲାର ଦେଇଥିବା ସ୍ବୀକାର କରିଥିଲେ।
ନାମଲେଖା ପାଇଁ ଲାଞ୍ଚ କାରବାର ମାମଲାରେ ପାଖାପାଖି ୬୦ ଅଭିଭାବକ, କୋଚ୍‌ ଓ ଅନ୍ୟମାନେ ମାମଲାର ସମ୍ମୁଖୀନ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ଏବେ ବି ମାମଲା ଲଢ଼ୁଛନ୍ତି। ଯେଉ ଅଭିଭାବକ ଦୋଷ ସ୍ବୀକାର କରିଛନ୍ତି, ସେମାନଙ୍କୁ ଦୁଇ ସପ୍ତାହରୁ ୯ ମାସ ଜେଲ୍‌ଦଣ୍ଡ ହୋଇଛି।

Share