ଲର୍ଡ ସ୍ବରାଜ ପଲ୍‌ଙ୍କ ପରଲୋକ: ଭାରତ-ବ୍ରିଟେନ୍‌ ସମ୍ପର୍କର ଥିଲେ ସେତୁ

ଲଣ୍ଡନ/ନୂଆଦିଲ୍ଲୀ,୨୩ା୮(ପି.ଟି.):ଏନ୍‌ଆର୍‌ଆଇ ଶିଳ୍ପପତି ଲର୍ଡ ସ୍ବରାଜ ପଲ୍‌ଙ୍କ ଗୁରୁବାର ସନ୍ଧ୍ୟାରେ ଲଣ୍ଡନ୍‌ରେ ପରଲୋକ ହୋଇଯାଇଛି। ଏହି ୯୪ ବର୍ଷୀୟ ପରୋପକାରୀ ଉଦ୍ୟୋକ୍ତା ତଥା ବ୍ରିଟେନ୍‌ର କାପାରୋ ଗ୍ରୁପ୍‌ ଅଫ୍‌ ଇଣ୍ଡଷ୍ଟ୍ରିଜ୍‌ ପ୍ରତିଷ୍ଠାତା କିଛିଦିନ ହେଲା ଅସୁସ୍ଥ ଥିଲେ। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି। ବ୍ରିଟେନ୍‌ ସହ ଭାରତର ଘନିଷ୍ଠ ସମ୍ପର୍କକୁ ସ୍ବରାଜଙ୍କ ସମର୍ଥନ ଚିରଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ମୋଦି କହିଛନ୍ତି। ୧୯୩୧ ଫେବୃଆରୀ ୧୮ରେ ପଞ୍ଜାବର ଜଳନ୍ଧରରେ ସ୍ବରାଜ ପଲ୍‌ଙ୍କ ଜନ୍ମ। ତାଙ୍କ ବାପା ପ୍ୟାରେ ଲାଲ ଷ୍ଟିଲ୍‌ ବାଲ୍‌ଟି ଓ ଅନ୍ୟ କୃଷି ଉପକରଣ ନିର୍ମାଣ ଫ୍ୟାକ୍ଟ୍ରି ଖୋଲିଥିଲେ। ବାଲ୍ୟ ଜୀବନରୁ ଲର୍ଡ ପଲ୍‌ ବାପାଙ୍କ ବ୍ୟବସାୟିକ ସଂସ୍ଥା କଥା ବୁଝାବୁଝି କରୁଥିଲେ। ଜଳନ୍ଧରରେ ହାଇସ୍କୁଲ ଶିକ୍ଷା ଶେଷକରି ୧୯୪୯ରେ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ଏହା ପରେ ସ୍ବରାଜ ଆମେରିକା ଯାଇ ମାସାଚ୍ୟୁସେଟ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଏମ୍‌ଆଇଟି)ରୁ ସ୍ନାତକ ଓ ସ୍ନାତକୋତ୍ତର ହୋଇଥିଲେ। ଉଚ୍ଚଶିକ୍ଷା ସମ୍ପୂର୍ଣ୍ଣ କରି ସେ ଭାରତକୁ ଫେରିବା ସହ ପାରିବାରିକ ବ୍ୟବସାୟିକ ପ୍ରତିଷ୍ଠାନ ଏପିଜେ ସୁରେନ୍ଦ୍ର ଗ୍ରୁପ୍‌ରେ ଯୋଗଦେଇଥିଲେ। କିନ୍ତୁ ସ୍ବରାଜ ପଲ୍‌ଙ୍କ ଭାଗ୍ୟରେ ଭିନ୍ନ କିଛି ଲେଖାଥିଲା। ୧୯୬୬ରେ ଲ୍ୟୁକୋମିଆରେ ପୀଡ଼ିତା ଝିଅ ଅମ୍ବିକାଙ୍କ ଚିକିତ୍ସା ପାଇଁ ସେ ବ୍ରିଟେନ୍‌ ଯାଇଥିଲେ। ଦୁର୍ଭାଗ୍ୟବଶତଃ ଅମ୍ବିକା ମାତ୍ର ୪ ବର୍ଷ ବୟସରେ ଆଖି ବୁଜିଦେଇଥିଲେ। ପରବର୍ତ୍ତୀ ସମୟରେ ସ୍ବରାଜ ବ୍ରିଟେନ୍‌ରେ କାପାରୋ ଗ୍ରୁପ୍‌ ପ୍ରତିଷ୍ଠା କରି ଇସ୍ପାତ୍‌ ଏବଂ ଇଞ୍ଜିନିୟରିଂ ଉତ୍ପାଦର ଡିଜାଇନ୍‌, ମାନୁଫାକ୍ଚରିଂ, ମାର୍କେଟିଂ ଓ ଡିଷ୍ଟ୍ରିବ୍ୟୁଶନ୍‌ ଭଳି ବିବିଧ କ୍ଷେତ୍ରରେ ବ୍ୟବସାୟିକ ସାମ୍ରାଜ୍ୟ ଗଢ଼ିପାରିଥିଲେ। ଏତିକି ନୁହେଁ, ସେ ଅମ୍ବିକା ଫାଉଣ୍ଡେଶନ୍‌ ନାମରେ ଏକ ଦାତବ୍ୟ ଟ୍ରଷ୍ଟ ପ୍ରତିଷ୍ଠା କରି ସାରା ବିଶ୍ୱରେ ଛୋଟ ପିଲାଙ୍କ ସ୍ବାସ୍ଥ୍ୟ ଓ ଶିକ୍ଷା ପାଇଁ ବିପୁଳ ଅର୍ଥ ଦାନ କରିଥିଲେ। ଲଣ୍ଡନ୍‌ର ଅମ୍ବିକା ପଲ୍‌ ଚିଲ୍ଡରେନ୍ସ ଜୁ ଏହି ଫାଉଣ୍ଡେଶନ୍‌ର ଏକ ବଡ଼ ଅବଦାନ।
ସ୍ବରାଜ ପଲ୍‌ ୨୦୧୫ରେ ନିଜ ପୁଅ ଅଙ୍ଗଦ ପଲ୍‌ ଓ ୨୦୨୨ରେ ସ୍ତ୍ରୀ ଅରୁଣାଙ୍କୁ ହରାଇ ଉଭୟଙ୍କ ସ୍ମୃତିରେ ଅନୁରୂପ ମାନବହିତୈଷ୍ଣୀ ପ୍ରୟାସ ଜାରି ରଖିଥିଲେ। ଲଣ୍ଡନରେ ମୁଖ୍ୟାଳୟ ଥିବା କାପାରୋ ଗ୍ରୁପ୍‌ ଅଧୀନରେ ବ୍ରିଟେନ୍‌, ଉତ୍ତର ଆମେରିକା, ଭାରତ ଓ ମଧ୍ୟପ୍ରାଚ୍ୟ ସମେତ ବିଶ୍ୱର ବିଭିନ୍ନ ଭାଗରେ ୪୦ରୁ ଉର୍ଦ୍ଧ୍ୱ ବ୍ୟବସାୟିକ ପ୍ରତିଷ୍ଠାନ ରହିଛି। ସ୍ବରାଜଙ୍କ ପୁଅ ଆକାଶ ପଲ୍‌ କାପାରୋ ଇଣ୍ଡିଆର ଅଧ୍ୟକ୍ଷ ଏବଂ କାପାରୋ ଗ୍ରୁପ୍‌ ଡାଇରେକ୍ଟର ଅଛନ୍ତି। ୧୯୯୬ରେ ତତ୍କାଳୀନ କଞ୍ଜଭେଟିଭ୍‌ ପ୍ରଧାନମନ୍ତ୍ରୀ ଜନ୍‌ ମେଜରଙ୍କ ଅମଳରେ ସ୍ବରାଜ ଲେବର ପାର୍ଟିରୁ ହାଉସ୍‌ ଅଫ୍‌ ଲଡର୍‌ସକୁ ଯାଇଥିଲେ। ସେହି ସମୟରେ ତାଙ୍କୁ ଲର୍ଡ ଉପାଧି ମିଳିଥିଲା। ୨୦୦୮ ଡିସେମ୍ବରରେ ତାଙ୍କୁ ଲଡର୍‌ସର ଉପବାଚସ୍ପତି ନିଯୁକ୍ତ କରାଯାଇଥିଲା। ୨୦୦୯ରେ ସ୍ବରାଜ ପଲ୍‌ଙ୍କୁ ପ୍ରିଭି କାଉନ୍ସିଲରେ ନିଯୁକ୍ତି ପ୍ରଦାନ କରାଯାଇଥିଲା। ଲଡର୍‌ସରେ ମର୍ଯ୍ୟାଦାଜନକ ଡେପୁଟି ସ୍ପିକର ହେବାରେ ଲର୍ଡ ସ୍ବରାଜ ପଲ୍‌ ଥିଲେ ପ୍ରଥମ ଭାରତୀୟ ବଂଶୋଦ୍ଭବ। ୨୦୦୦ରୁ ୨୦୦୫ ମଧ୍ୟରେ ସେ ଭାରତ-ବ୍ରିଟେନ୍‌ ରାଉଣ୍ଡ୍‌ ଟେବୁଲ୍‌ର ଅଧ୍ୟକ୍ଷତା କରିଥିଲେ। ୧୯୮୩ରେ ଭାରତ ସରକାର ତାଙ୍କୁ ପଦ୍ମଭୂଷଣ ଉପାଧିରେ ଭୂଷିତ କରିଥିଲେ। ଲର୍ଡ ପଲ୍‌ ଭାରତ ଓ ବ୍ରିଟେନ୍‌ ସମ୍ପର୍କର ସେତୁ ପାଲଟି ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲେ ବୋଲି ତାଙ୍କ ଅବର୍ତ୍ତମାନରେ ବହୁ ବିଶିଷ୍ଟ ବ୍ୟକ୍ତି ସ୍ମୃତିଚାରଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି-ଦୀପାବଳିରେ ମାଗଣା ଗ୍ୟାସ ସିଲିଣ୍ଡର; ଜାଣନ୍ତୁ ଆପଣଙ୍କୁ କିପରି ମିଳିବ ଲାଭ…

ନୂଆଦିଲ୍ଲୀ,୫।୨: ଯଦି ଆପଣ ଦିଲ୍ଲୀରେ ରହୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର। ଦିଲ୍ଲୀର ରେଖା ଗୁପ୍ତା ସରକାର ନିଜର ନିର୍ୱାଚନୀ ପ୍ରତିଶ୍ରୁତି ପୂରଣ କରି…

SIR ନେଲାଣି ୧୦୭ ଲୋକଙ୍କ ଜୀବନ

କୋଲକାତା,୫।୨: ଗୁରୁବାର, ଫେବୃଆରୀ ୫, ୨୦୨୬ରେ ପଶ୍ଚିମବଙ୍ଗ ବିଧାନସଭାରେ ଏକ ଜରୁରୀ ପ୍ରସ୍ତାବ ଆଗତ କରାଯାଇଥିଲା। ଏଥିରେ ଦାବି କରାଯାଇଛି ଯେ ସ୍ବତନ୍ତ୍ର ସଘନ ସଂଶୋଧନ (SIR)…

ତତ୍ପରତା ଦେଖାଇଲା ଜିଲା ପ୍ରଶାସନ, ଜେସିବି ମେଶିନ ସାହାଯ୍ୟରେ ହଟାଗଲା ହମ୍ପସ

ବଞ୍ଚୋ,୫ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଜୀବନରେଖା କୁହାଯାଉଥିବା ୨୦ ନମ୍ବର ଜାତୀୟ ରାଜପଥର କୋଳିମାଟି ଛକ ଦୁର୍ଘଟଣାର ହଟ୍‌ସ୍ପଟ୍‌ ପାଲଟିଛି। ଉକ୍ତ ସ୍ଥାନରେ ବାରମ୍ବାର ଦୁର୍ଘଟଣା…

ଚାଇନା-ରୁଷିଆ-ଆମେରିକାକୁ ପଛରେ ପକାଇ ଏହି ଲିଷ୍ଟ୍‌ରେ ଆଗକୁ ଗଲା ଭାରତ, ଜାଣନ୍ତୁ ପାକିସ୍ତାନ ସ୍ଥିତି କ’ଣ

ନୂଆଦିଲ୍ଲୀ,୫।୨: ବିଶ୍ୱ ବୌଦ୍ଧିକ ଫାଉଣ୍ଡେସନ (WIF) ଦ୍ୱାରା ପ୍ରକାଶିତ ଦାୟିତ୍ୱବାନ ରାଷ୍ଟ୍ର ସୂଚକାଙ୍କ ଦେଶଗୁଡ଼ିକ ଉପରେ ଏକ ନୂତନ ଦୃଷ୍ଟିକୋଣ ପ୍ରଦାନ କରେ। ଏହି ତାଲିକା ଏକ…

ବଲାଙ୍ଗୀର ସହର ପରିକ୍ରମା କଲେ ଆୟୁର୍ବେଦ ଛାତ୍ରୀଛାତ୍ର, ସୁବର୍ଣ୍ଣ ଜୟନ୍ତୀ ଗେଟକୁ କଳିକେଶ…

ବଲାଙ୍ଗୀର,୫।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଏବଂ ହସ୍ପିଟାଲର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଗୁରୁବାର ଉଦଘାଟିତ ହୋଇଛି । ଏହି ଅବସରରେ ବଲାଙ୍ଗୀର ବିଧାୟକ…

୧ ବଲ୍‌ ୯ ରନ୍‌: ବିନା ଓ୍ବାଇଡ୍‌-ନୋ ବଲ୍‌ରେ କେମିତି ହେଲା ସମ୍ଭବ, ଜାଣନ୍ତୁ କ୍ରିକେଟ୍‌ ପଡ଼ିଆରେ ରୋଚକ ଘଟଣା

ହରାରେ,୫।୨: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ୧୯ ବର୍ଷରୁ କମ ବିଶ୍ୱକପ ସେମିଫାଇନାଲ ମ୍ୟାଚ କ୍ରିକେଟ ପଡ଼ିଆରେ ଏକ ଅସାଧାରଣ ଘଟଣା ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବ୍ୟାଟିଂ…

ଟି-୨୦ ବିଶ୍ୱକପ ପୂର୍ବରୁ ଭାରତକୁ ଜୋରଦାର୍‌ ଝଟ୍‌କା: ଯନ୍ତ୍ରଣାରେ ଛଟ୍‌ପଟ୍‌ ହୋଇ…

ନୂଆଦିଲ୍ଲୀ,୫।୨: ICC ଟି-୨୦ ବିଶ୍ୱକପ ୨୦୨୬ ପୂର୍ବରୁ ଟିମ ଇଣ୍ଡିଆର ଖେଳାଳିଙ୍କ ଆଘାତର ଧାରା ଜାରି ରହିଛି। ଦ୍ରୁତ ବୋଲର ହର୍ଷିତ ରାଣା ଏବେ ଏହି ତାଲିକାରେ…

ସାଙ୍ଗ ନେଲା ସାଙ୍ଗର ଜୀବନ, ହତ୍ୟା କରି ଜରିରେ କରିଦେଲେ ପ୍ୟାକ୍‌, ୫ ଦିନ ପରେ ମିଳିଲା…

ବ୍ରଜରାଜନଗର, ୫।୨(ବିଜୟ ବରାଡ଼): ଝାରସୁଗୁଡା ବ୍ରଜରଜନଗର ଥାନା ରାମପୁର ଫାଣ୍ଡି ଆନ୍ତର୍ଗତ କୁକୁରିକାନୀ ପଡ଼ାର ଟାଙ୍ଗର ଘାଟ ଜଙ୍ଗଲରେ ଏକ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri