କଟକ,୭।୭: ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଗତ ଦିନ ହେଲା ଜିଲାର ବିଭିନ୍ନ ନଦୀରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏଭଳିସ୍ଥିତିରେ କଟକ ଜିଲା ଆଠଗଡ ବ୍ଲକ ତଳଗଡ ଗ୍ରାମରେ ବନ୍ୟା ଜଳ ପ୍ରବେଶ କରିଥିବା ବେଳେ ପ୍ରଭୁ ସ୍ବପ୍ନେଶ୍ବର ମହାଦେବଙ୍କ ମନ୍ଦିର ଭିତରେ ୪ଫୁଟର ଜଳ ପ୍ରବାହିତ ହେଉଛି। ପ୍ରଭୁ ସ୍ବପ୍ନେଶ୍ବର ପାଣିରେ ବୁଡ଼ି ରହିଥିବା ବେଳେ ତଥାପି ଚାଲିଛି ପୂଜାର୍ଚ୍ଚନା।