Categories: ଫୁରସତ

ନିଶ ପାଇଁ ପ୍ରସିଦ୍ଧ ଭଗବାନ ଶ୍ରୀରାମ: ଜାଣନ୍ତୁ କେଉଁଠି

ଭାରତରେ ଅନେକ ଧର୍ମର ଲୋକ ବାସ କରନ୍ତି। ତନ୍ମଧ୍ୟରେ ହିନ୍ଦୁମାନଙ୍କ ସଂଖ୍ୟା ସବୁଠାରୁ ଅଧିକ। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ଅନେକ ବର୍ଷ ହେବ ଲାଗିରହିଥିବା ଆଶା ଆଶଙ୍କାର ଶେଷରେ ଅନ୍ତ ଘଟିଛି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିପାଇଁ ଭୂମିପୂଜା ଏବଂ ଶିଳାନ୍ୟାସ କରିଛନ୍ତି। ଏହାପରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ତେବେ ଭାରତରେ ଅନେକ ଦେବତାଙ୍କୁ ପୂଜା କରାଯାଏ। ଭଗବାନ ବ୍ରହ୍ମାଙ୍କୁ ଛାଡିଦେଲେ ଆଉ କୌଣସି ଠାକୁରଙ୍କର ନିଶ କିମ୍ବା ଦାଢ଼ି ନ ଥିବା ଆମେ ଦେଖିଛୁ। ଭଗବାନ ରାମଙ୍କର ନିଶ, ଦାଢ଼ି ଥିବା ଫଟୋ କିମ୍ବା ମୂର୍ତ୍ତି ଆମେ କେବେ ଦେଖିନାହୁଁ। ହେଲେ ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ରାମ ମନ୍ଦିର ରହିଛି, ଯାହାକି ଭଗବାନ ରାମଙ୍କ ନିଶ ପାଇଁ ପ୍ରସିଦ୍ଧ। ଏହି ମନ୍ଦିରରେ ରାମ ଏବଂ ଲକ୍ଷଣଙ୍କର ନିଶ ଅଛି। ଏହି ମନ୍ଦିର ସହରର ପୁରୁଣା ଅଞ୍ଚଳରେ ଅବସ୍ଥିତ କୁମାଓ୍ବତପୁରାରେ ରହିଛି। ଏହା ୧୫୦ ବର୍ଷର ପୁରୁଣା ମନ୍ଦିର। ଏଠାକାର ଲୋକଙ୍କ ବିଶ୍ୱାସ ରହିଛି ଯେ, ରାମଙ୍କ ବାପା ଦଶରଥଙ୍କର ନିଶ ଥିଲା, ତେଣୁ ତାଙ୍କ ପୁଅଙ୍କର କିପରି ନିଶ ରହିବ ନାହିଁ। ଏଠାରେ ରାମଙ୍କ ନିଶଥିବା ରୂପକୁ ପୂଜା କରାଯାଏ।

Share