ପ୍ରଭୁ ନାରାୟଣ ଗୋସାଇଁଙ୍କ ସ୍ଥଳାଦେଶ ଯାତ୍ରା ଆରମ୍ଭ

ରସୁଲପୁର,୧୫।୪(ଡି.ଏନ.ଏ.):ରସୁଲପୁର ବ୍ଲକ ଅଞ୍ଚଳର ଐତିହାସିକ ସିଂହାପୁର ଯାତ୍ରା ଅବସରରେ ପ୍ରଭୁ ନାରାୟଣ ଗୋସାଇଁଙ୍କ ୩ ଦିନିଆ ସ୍ଥଳାଦେଶ ଯାତ୍ରା ମହାବିଷୁବ ସଂକ୍ରାନ୍ତି ତିଥି ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଏହି ଯାତ୍ରାରେ ନାରାୟଣ ଗୋସାଇଁଙ୍କ ଜଳକ୍ରୀଡ଼ା ଯାତ୍ରା ଦର୍ଶନ ପାଇଁ ୧୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।
ପ୍ରଭୁ ନାରାୟଣ ଗୋସାଇଁ ମଧୁତୀର୍ଥ ପୁଷ୍କରିଣୀର ଜଳ ଶୟନ କକ୍ଷ ପରିତ୍ୟାଗ କରି ଭକ୍ତଙ୍କୁ ସ୍ଥଳାଦେଶ ମନ୍ଦିରରେ ବିଭିନ୍ନ ରୂପରେ ଦର୍ଶନ ଦେବେ। ଠାକୁରଙ୍କୁ ସ୍ଥଳାଦେଶ ମନ୍ଦିରରେ ବିରାଜମାନ କରାଯିବା ପୂର୍ବରୁ ସେବକ, ଭକ୍ତ ଜଳକ୍ରୀଡ଼ା କରାଇ ପୁଷ୍କରିଣୀର ଉତ୍ତର ପାବଚ୍ଛରେ ଅବସ୍ଥାନ କରିଥିଲେ। ମଧୁପୁରଗଡ଼ ରାଜପରିବାରଙ୍କ କୁଳ ଦେବତା ପ୍ରଭୁ ନାରାୟଣ ଗୋସାଇଁଙ୍କୁ ସ୍ବାଗତ କରିବା ପରେ ପୂଜା ଅର୍ଚ୍ଚନା ପାଇଁ ରାଜପରିବାର ବର୍ଗ, ସେବକ, ରାଜପୁରୋହିତ ପ୍ରମୁଖ ଅପେକ୍ଷାରତ ଥିଲେ। ଏଠାରେ ପାରମ୍ପାରିକ ରୀତିନୀତି ସହ ପୂଜା ଅର୍ଚ୍ଚନା ପରେ ପ୍ରଭୁଙ୍କୁ ପୁଣିଥରେ ଜଳକ୍ରୀଡ଼ା କରାଇ ପୂର୍ବ ପାବଚ୍ଛରେ ଅବସ୍ଥାନ କରାଇଥିଲେ। ସେଠାରୁ ପ୍ରଭୁଙ୍କୁ ପହଣ୍ଡି ଯାତ୍ରା ଜରିଆରେ ମନ୍ଦିରରେ ଅବସ୍ଥାନ କରାଯାଇଥିଲା। ଏହିଠାରେ ପ୍ରଭୁଙ୍କୁ ୩ଦିନ ଧରି ପାରମ୍ପାରିକ ରୀତିନୀତି ସହ ପୂଜା ଅର୍ଚ୍ଚନା କରାଯିବା ପରେ ପୁଣି ଥରେ ଜଳାଶୟକୁ ପ୍ରବେଶ କରାଯିବ। ପୂଜା ମଣ୍ଡପରେ ପ୍ରଭୁଙ୍କୁ ଅବସ୍ଥାନ କରାଯାଇ ନାନା ବେଶରେ ଭୂଷିତ କରାଯିବ।
ମଧୁପୁରଗଡ଼ ରାଜ ପରିବାରର ନିର୍ଦ୍ଦେଶ ଓ ସହଯୋଗକ୍ରମେ ଏହି ଯାତ୍ରା ଅନୁଷ୍ଠିତ ହୋଇ ଆସୁଛି। ପରମ୍ପରା ଅନୁଯାୟୀ ସକାଳ ୭ଟା ୪୫ରେ ଠାକୁରଙ୍କୁ ପୁଷ୍କରିଣୀରୁ ଆଣାଯାଇ ୮ଟା ୩୦ରେ ସିଂହାସନରେ ଅବସ୍ଥାପିତ କରାଯାଇଥିଲା। ପ୍ରତ୍ୟୁଷରୁ ରାଜ ପୁରୋହିତ, ସେବକ, ପରିଚାଳକ, ସର୍ବୋପରି ଭକ୍ତଙ୍କ ଗହଳିରେ ମଧୁତୀର୍ଥ ପୁଷ୍କରିଣୀ ଚର୍ତ୍ତୃପାର୍ଶ୍ୱ ପୁରି ଉଠିଥିଲା। ଆଜ୍ଞାମାଳ ନେଇ ଭକ୍ତ ପୁଷ୍କରଣି ମଧ୍ୟଙ୍କୁ ପ୍ରବେଶ କରିଥିଲେ। ପୁଷ୍କରିଣୀ ମଧ୍ୟ ଭାଗରେ ଜଳାସିଂହାସନରେ ଅବସ୍ଥାନ କରିଥିବା ପ୍ରଭୁ ନରାୟଣ ଗୋସାଇଁଙ୍କୁ ଜଳ ଉତ୍ସରୁ ବାହାରକୁ ଆଣାଯାଇଥିଲା। ଭକ୍ତ ପ୍ରଭୁଙ୍କୁ ଜଳକ୍ରୀଡ଼ା ଜରିଆରେ ପୁଷ୍କରିଣୀ ପୂର୍ବ ପବାଚ୍ଛ ନିକଟକୁ ଆଣାଯାଇଥିଲା। ରାଜ ପୁରୋହିତଙ୍କ ଦ୍ୱାରା ଗୋସାଇଁଙ୍କୁ ଦୁଗ୍ଧ ସ୍ନାନ କରାଯାଇଥିଲା। ପରେ ଭକ୍ତମାନେ ଠାକୁରଙ୍କୁ ଜଳକ୍ରୀଡ଼ାର ସହ ପୁଷ୍କରିଣୀର ଉତ୍ତର ପାବଚ୍ଛରେ ଅବସ୍ଥାନ କରାଇଥିଲେ। ସେଠାରେ ରାଜଜେମା ଅପର୍ଣ୍ଣା ଧୀର ସିଂ ଭରଦ୍ୱାଜ ପୁଷ୍ପାଞ୍ଜଳି ଦେଇ ଠାକୁରଙ୍କୁ ସ୍ଥଳ ଦେଶ ମନ୍ଦିରକୁ ପ୍ରବେଶ କରାଇବାର ବନ୍ଦୋବସ୍ତ କରାଇଥିଲେ।
ପରିଚାରିକା, ପରିଚାରକ ପୁଷ୍ପାଞ୍ଜଳି ଅର୍ପଣକରି ପ୍ରଭୁଙ୍କୁ ସ୍ବାଗତ କରିଥିଲେ। ପୁଷ୍କରିଣୀର ପୂର୍ବତଟରେ ଅବସ୍ଥିତ ମଦନ ମୋହନ ମନ୍ଦିରେ ପୂଜା ପାଉଥିବା ପ୍ରଭୁନାରାୟଣ ଗୋସାଇଁଙ୍କ ଚଳନ୍ତି ପ୍ରତିମା ଏକ ପଟୁଆରରେ ଆସି ଉତ୍ତର ପାବଚ୍ଚ ନିକଟରେ ପହଞ୍ଚତ୍ଥିଲେ। ଉକ୍ତ ସ୍ଥାନରେ ମଦନମୋହନ ଓ ନାରାୟଣ ଗୋସାଇଁଙ୍କ ମିଳନ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିସହ ଠାକୁରଙ୍କୁ ପହଁଣ୍ଡି କରାଇ ସିଂହାସନ ବିଜେ କରାଇଥିଲେ। ପ୍ରଭୁଙ୍କ ଏହି ଲିଳାଖେଳା ଦେଖି ଭକ୍ତ ବିମୁଗ୍ଧ ହୋଇାଉଠିଥିଲେ।
ଅନୁଷ୍ଠିତ ଯଜ୍ଞୌତ୍ସବରେ ୬ଜଣ ପୁରୋହିତ ଓ ପର୍ବାଚାର୍ଯ୍ୟ ବ୍ରାହ୍ମଣ ୪ଜଣଙ୍କୁ ମିଶାଇ ମୋଟ ୧୦ ପଣ୍ଡିତ ନିୟୋଜିତ ଅଛନ୍ତି। ଉକ୍ତ ବ୍ରାହ୍ମଣମାନଙ୍କ ଦ୍ୱାରା ପ୍ରଭୁଙ୍କୁ ନାନା ପ୍ରକାର ପୂଜା ଅର୍ପଣ କରାଯାଇଥିଲା। ପ୍ରଭୁ ନାରାୟଣ ଗୋସାଇଁ ଭକ୍ତଙ୍କୁ ସୂର୍ଯ୍ୟ ନାରାୟଣ ବେଶରେ ଭୁଷିତ କରାଯାଇଥିଲା। ଏହି ଯାତ୍ରାରେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ରସୁଲପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଅରୁଣ କୁମାର ରାଉତ, ରସୁଲପୁର ବ୍ଲକ ଯୁବ ବିଜେଡି ସଭାପତି ମନୋଜ କୁମାର ରାଉତ, ଜିଲାପରିଷଦ ସଦସ୍ୟା ମମତା ଖୁଣ୍ଟିଆ, ସରପଞ୍ଚ ହୃଦାନନ୍ଦ ସାହୁ, ଯାତ୍ରା ପରିଚାଳନା କମିଟି କାର୍ଯ୍ୟକାରୀ ସଭାପତି ଭୀଷ୍ମ ପ୍ରସାଦ ରଥ ପ୍ରମୁଖ ଯୋଗଦେଇଥିଲେ। ଯାଜପୁର ଜିଲା ପ୍ରଶାସନ ଓ ସିଂହାପୁର ଯାତ୍ରା କମିଟି ପକ୍ଷରୁ ଯାତ୍ରା ପରିଚାଳନା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?