Odisha Elections 2024

ପ୍ରଭୁ ନାରାୟଣ ଗୋସାଇଁଙ୍କ ସ୍ଥଳାଦେଶ ଯାତ୍ରା ଆରମ୍ଭ

ରସୁଲପୁର,୧୫।୪(ଡି.ଏନ.ଏ.):ରସୁଲପୁର ବ୍ଲକ ଅଞ୍ଚଳର ଐତିହାସିକ ସିଂହାପୁର ଯାତ୍ରା ଅବସରରେ ପ୍ରଭୁ ନାରାୟଣ ଗୋସାଇଁଙ୍କ ୩ ଦିନିଆ ସ୍ଥଳାଦେଶ ଯାତ୍ରା ମହାବିଷୁବ ସଂକ୍ରାନ୍ତି ତିଥି ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଏହି ଯାତ୍ରାରେ ନାରାୟଣ ଗୋସାଇଁଙ୍କ ଜଳକ୍ରୀଡ଼ା ଯାତ୍ରା ଦର୍ଶନ ପାଇଁ ୧୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।
ପ୍ରଭୁ ନାରାୟଣ ଗୋସାଇଁ ମଧୁତୀର୍ଥ ପୁଷ୍କରିଣୀର ଜଳ ଶୟନ କକ୍ଷ ପରିତ୍ୟାଗ କରି ଭକ୍ତଙ୍କୁ ସ୍ଥଳାଦେଶ ମନ୍ଦିରରେ ବିଭିନ୍ନ ରୂପରେ ଦର୍ଶନ ଦେବେ। ଠାକୁରଙ୍କୁ ସ୍ଥଳାଦେଶ ମନ୍ଦିରରେ ବିରାଜମାନ କରାଯିବା ପୂର୍ବରୁ ସେବକ, ଭକ୍ତ ଜଳକ୍ରୀଡ଼ା କରାଇ ପୁଷ୍କରିଣୀର ଉତ୍ତର ପାବଚ୍ଛରେ ଅବସ୍ଥାନ କରିଥିଲେ। ମଧୁପୁରଗଡ଼ ରାଜପରିବାରଙ୍କ କୁଳ ଦେବତା ପ୍ରଭୁ ନାରାୟଣ ଗୋସାଇଁଙ୍କୁ ସ୍ବାଗତ କରିବା ପରେ ପୂଜା ଅର୍ଚ୍ଚନା ପାଇଁ ରାଜପରିବାର ବର୍ଗ, ସେବକ, ରାଜପୁରୋହିତ ପ୍ରମୁଖ ଅପେକ୍ଷାରତ ଥିଲେ। ଏଠାରେ ପାରମ୍ପାରିକ ରୀତିନୀତି ସହ ପୂଜା ଅର୍ଚ୍ଚନା ପରେ ପ୍ରଭୁଙ୍କୁ ପୁଣିଥରେ ଜଳକ୍ରୀଡ଼ା କରାଇ ପୂର୍ବ ପାବଚ୍ଛରେ ଅବସ୍ଥାନ କରାଇଥିଲେ। ସେଠାରୁ ପ୍ରଭୁଙ୍କୁ ପହଣ୍ଡି ଯାତ୍ରା ଜରିଆରେ ମନ୍ଦିରରେ ଅବସ୍ଥାନ କରାଯାଇଥିଲା। ଏହିଠାରେ ପ୍ରଭୁଙ୍କୁ ୩ଦିନ ଧରି ପାରମ୍ପାରିକ ରୀତିନୀତି ସହ ପୂଜା ଅର୍ଚ୍ଚନା କରାଯିବା ପରେ ପୁଣି ଥରେ ଜଳାଶୟକୁ ପ୍ରବେଶ କରାଯିବ। ପୂଜା ମଣ୍ଡପରେ ପ୍ରଭୁଙ୍କୁ ଅବସ୍ଥାନ କରାଯାଇ ନାନା ବେଶରେ ଭୂଷିତ କରାଯିବ।
ମଧୁପୁରଗଡ଼ ରାଜ ପରିବାରର ନିର୍ଦ୍ଦେଶ ଓ ସହଯୋଗକ୍ରମେ ଏହି ଯାତ୍ରା ଅନୁଷ୍ଠିତ ହୋଇ ଆସୁଛି। ପରମ୍ପରା ଅନୁଯାୟୀ ସକାଳ ୭ଟା ୪୫ରେ ଠାକୁରଙ୍କୁ ପୁଷ୍କରିଣୀରୁ ଆଣାଯାଇ ୮ଟା ୩୦ରେ ସିଂହାସନରେ ଅବସ୍ଥାପିତ କରାଯାଇଥିଲା। ପ୍ରତ୍ୟୁଷରୁ ରାଜ ପୁରୋହିତ, ସେବକ, ପରିଚାଳକ, ସର୍ବୋପରି ଭକ୍ତଙ୍କ ଗହଳିରେ ମଧୁତୀର୍ଥ ପୁଷ୍କରିଣୀ ଚର୍ତ୍ତୃପାର୍ଶ୍ୱ ପୁରି ଉଠିଥିଲା। ଆଜ୍ଞାମାଳ ନେଇ ଭକ୍ତ ପୁଷ୍କରଣି ମଧ୍ୟଙ୍କୁ ପ୍ରବେଶ କରିଥିଲେ। ପୁଷ୍କରିଣୀ ମଧ୍ୟ ଭାଗରେ ଜଳାସିଂହାସନରେ ଅବସ୍ଥାନ କରିଥିବା ପ୍ରଭୁ ନରାୟଣ ଗୋସାଇଁଙ୍କୁ ଜଳ ଉତ୍ସରୁ ବାହାରକୁ ଆଣାଯାଇଥିଲା। ଭକ୍ତ ପ୍ରଭୁଙ୍କୁ ଜଳକ୍ରୀଡ଼ା ଜରିଆରେ ପୁଷ୍କରିଣୀ ପୂର୍ବ ପବାଚ୍ଛ ନିକଟକୁ ଆଣାଯାଇଥିଲା। ରାଜ ପୁରୋହିତଙ୍କ ଦ୍ୱାରା ଗୋସାଇଁଙ୍କୁ ଦୁଗ୍ଧ ସ୍ନାନ କରାଯାଇଥିଲା। ପରେ ଭକ୍ତମାନେ ଠାକୁରଙ୍କୁ ଜଳକ୍ରୀଡ଼ାର ସହ ପୁଷ୍କରିଣୀର ଉତ୍ତର ପାବଚ୍ଛରେ ଅବସ୍ଥାନ କରାଇଥିଲେ। ସେଠାରେ ରାଜଜେମା ଅପର୍ଣ୍ଣା ଧୀର ସିଂ ଭରଦ୍ୱାଜ ପୁଷ୍ପାଞ୍ଜଳି ଦେଇ ଠାକୁରଙ୍କୁ ସ୍ଥଳ ଦେଶ ମନ୍ଦିରକୁ ପ୍ରବେଶ କରାଇବାର ବନ୍ଦୋବସ୍ତ କରାଇଥିଲେ।
ପରିଚାରିକା, ପରିଚାରକ ପୁଷ୍ପାଞ୍ଜଳି ଅର୍ପଣକରି ପ୍ରଭୁଙ୍କୁ ସ୍ବାଗତ କରିଥିଲେ। ପୁଷ୍କରିଣୀର ପୂର୍ବତଟରେ ଅବସ୍ଥିତ ମଦନ ମୋହନ ମନ୍ଦିରେ ପୂଜା ପାଉଥିବା ପ୍ରଭୁନାରାୟଣ ଗୋସାଇଁଙ୍କ ଚଳନ୍ତି ପ୍ରତିମା ଏକ ପଟୁଆରରେ ଆସି ଉତ୍ତର ପାବଚ୍ଚ ନିକଟରେ ପହଞ୍ଚତ୍ଥିଲେ। ଉକ୍ତ ସ୍ଥାନରେ ମଦନମୋହନ ଓ ନାରାୟଣ ଗୋସାଇଁଙ୍କ ମିଳନ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିସହ ଠାକୁରଙ୍କୁ ପହଁଣ୍ଡି କରାଇ ସିଂହାସନ ବିଜେ କରାଇଥିଲେ। ପ୍ରଭୁଙ୍କ ଏହି ଲିଳାଖେଳା ଦେଖି ଭକ୍ତ ବିମୁଗ୍ଧ ହୋଇାଉଠିଥିଲେ।
ଅନୁଷ୍ଠିତ ଯଜ୍ଞୌତ୍ସବରେ ୬ଜଣ ପୁରୋହିତ ଓ ପର୍ବାଚାର୍ଯ୍ୟ ବ୍ରାହ୍ମଣ ୪ଜଣଙ୍କୁ ମିଶାଇ ମୋଟ ୧୦ ପଣ୍ଡିତ ନିୟୋଜିତ ଅଛନ୍ତି। ଉକ୍ତ ବ୍ରାହ୍ମଣମାନଙ୍କ ଦ୍ୱାରା ପ୍ରଭୁଙ୍କୁ ନାନା ପ୍ରକାର ପୂଜା ଅର୍ପଣ କରାଯାଇଥିଲା। ପ୍ରଭୁ ନାରାୟଣ ଗୋସାଇଁ ଭକ୍ତଙ୍କୁ ସୂର୍ଯ୍ୟ ନାରାୟଣ ବେଶରେ ଭୁଷିତ କରାଯାଇଥିଲା। ଏହି ଯାତ୍ରାରେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ରସୁଲପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଅରୁଣ କୁମାର ରାଉତ, ରସୁଲପୁର ବ୍ଲକ ଯୁବ ବିଜେଡି ସଭାପତି ମନୋଜ କୁମାର ରାଉତ, ଜିଲାପରିଷଦ ସଦସ୍ୟା ମମତା ଖୁଣ୍ଟିଆ, ସରପଞ୍ଚ ହୃଦାନନ୍ଦ ସାହୁ, ଯାତ୍ରା ପରିଚାଳନା କମିଟି କାର୍ଯ୍ୟକାରୀ ସଭାପତି ଭୀଷ୍ମ ପ୍ରସାଦ ରଥ ପ୍ରମୁଖ ଯୋଗଦେଇଥିଲେ। ଯାଜପୁର ଜିଲା ପ୍ରଶାସନ ଓ ସିଂହାପୁର ଯାତ୍ରା କମିଟି ପକ୍ଷରୁ ଯାତ୍ରା ପରିଚାଳନା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବିତ ପାତ୍ରଙ୍କୁ ପାଣ୍ଡିଆନ କହିଲେ, ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅ

ଭୁବନେଶ୍ୱର,୨୧।୫: ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ପୁରୀ ଭାଜପା ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ବିବାଦୀୟ ବୟାନ ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା କାର୍ତ୍ତିକ...

କାଜୁର ଅମଳ ବେଳକୁ ଅଭାବୀ ବିକ୍ରି: ଚିନ୍ତାରେ ଚାଷୀ

ଭବାନୀପାଟଣା,୨୧ା୫ (ଉତ୍ତମ କୁମାର ଦାଶ)- କାଳବୈଶାଖୀ ପ୍ରଭାବରେ ଝଡ଼ିଗଲା କାଜୁ ବଉଳ। ଆଉ ଯାହା କିଛି ରହିଥିଲା ଅମଳ ବେଳକୁ ଏବେ ଅଭାବୀ ବିକ୍ରି ଚାଷୀକୁ...

ଓଡ଼ିଶାରେ ପ୍ରଥମ ଥର ପାଇଁ ଶାହା କହିଦେଲେ ଏମିତି କଥା, ବିରୋଧୀ ଛାନିଆ

ନୟାଗଡ,୨୧।୫: ସମ୍ବଲପୁରରେ ପ୍ରଚାର ପରେ ଢେଙ୍କାନାଳ ପରଜଙ୍ଗରେ ପହଞ୍ଚିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। । ବିରାଟ ଜନସଭାକୁ ସମ୍ବୋଧିତ କରି ସେ ପୁଣି ବିଜେଡି ଉପରେ...

ବିଧାୟକ, ସାଂସଦ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ପାଣ୍ଡିଆନ

ପାଟଣା,୨୧।୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ସାହାରପଡ଼ା ବ୍ଲକ ମୁଖ୍ୟାଳୟ ହାଇସ୍କୁଲ ପଡ଼ିଆରେ ମଙ୍ଗଳବାର ଅପରାହ୍ନରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିୟାନ ପାଟଣା ବିଜେଡି...

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମ ଥର ଏପରି ହମଲା କଲେ ଅପରାଜିତା, କହିଦେଲେ ଏମିତି ଯେ…

ଭୁବନେଶ୍ୱର,୨୧।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୋରଦାର ଆଟାକ୍‌ କରିଛନ୍ତି ଭୁବନେଶ୍ୱର ଏମପି ଅପରାଜିତା ଷଡଙ୍ଗୀ। ଭୁବନେଶ୍ୱର ଏମପି ଲିଙ୍ଗରାଜ ପ୍ରକଳ୍ପ କାମକୁ ବନ୍ଦ କରିବାକୁ ପ୍ରୟାସ...

ଓଡିଶା ଆସୁଛନ୍ତି ରାମ, ଏହିଠି କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର,୨୧।୫: ଓଡିଶାକୁ ଜାରି ରହିଛି କେନ୍ଦ୍ର ନେତାଙ୍କ ମାରାଥନ ଗସ୍ତ । ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସୋମବାର ସରିଥିବାବେଳେ କେନ୍ଦ୍ର ନେତାଙ୍କ ଘନଘନ ଓଡ଼ିଶା...

ରତ୍ନଭଣ୍ଡାର ଚାବି ହଜେଇଛି କିଏ? ସମ୍ବଲପୁରରୁ ଶାହାଙ୍କ ବଡ଼ ଖୁଲାସା

ସମ୍ବଲପୁର,୨୧।୫: ସମ୍ବଲପୁର ଅଇଁଠାପାଲି ପିଏଚଡି ପଡ଼ିଆରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବିରାଟ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ଶାହା ବିଜେଡି ସରକାରଙ୍କୁ...

ଦୁର୍ଘଟଣା ପରେ ହେଲପରଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅଧୀନ ୨୦ ନମ୍ବର ଜାତୀୟ ରାଜପଥ ପଳାସପଙ୍ଗା ଓଭରବ୍ରିଜ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri