Categories: ଜାତୀୟ

କୃଷ୍ଣ ମାତ୍ର ୫ ଗାଁ ମାଗିଥିଲେ, ଆମେ ୩ ମାଗିଛୁ…ଅଯୋଧ୍ୟା-ମଥୁରା-କାଶୀକୁ ନେଇ କହିଲେ ଯୋଗୀ

ଲକ୍ଷ୍ନୌ,୮।୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ରାଜ୍ୟ ବିଧାନସଭାରେ ଅଯୋଧ୍ୟାରେ ‘ପ୍ରାଣ ପ୍ରତିଷ୍ଠା’ ସମାରୋହ ଏବଂ କାଶୀ- ମଥୁରା ପ୍ରସଙ୍ଗ ଉଠାଇଛନ୍ତି। ଏହି ଅବସରରେ ସେ ରାଜ୍ୟର ପୂର୍ବ ସରକାରଙ୍କ ସହ ଅଯୋଧ୍ୟାକୁ ନେଇ ହୋଇଥିବା ଅନ୍ୟାୟ ବିଷୟରେ କହିଛନ୍ତି।

ଆଦିତ୍ୟନାଥ କହିଛନ୍ତି, ଯେତେବେଳେ ମୁଁ ଅନ୍ୟାୟ ବିଷୟରେ କଥା ହୋଇଥାଏ, ସେତେବେଳେ ୫୦୦୦ ବର୍ଷ ପୁରୁଣା କଥା ମନେପଡେ। ସେତେବେଳେ ପାଣ୍ଡବମାନଙ୍କ ସହ ଅନ୍ୟାୟ ହୋଇଥିଲା। ଅଯୋଧ୍ୟା, କାଶୀ, ମଥୁରା ସହ ମଧ୍ୟ ସେଭଳି ହୋଇଛି। କୃଷ୍ଣ ସେବେ କୌରବଙ୍କ ପାଖକୁ ଯାଇଥିଲେ। ସବୁ ସମ୍ପତ୍ତି ରଖି ୫ ଗ୍ରାମ ଦେବାକୁ କହିଥିଲେ। ସେ ନ୍ୟାୟ ମାଗିଥିଲେ। ହେଲେ ଏବେର ସମାଜ ଏବଂ ଆସ୍ଥା ବର୍ଷ ବର୍ଷ ଧରି ୩ ମାତ୍ର ୩ ସ୍ଥାନ ବିଷୟରେ କହୁଛି। କାରଣ ସେଗୁଡ଼ିକ ବିଶେଷ ସ୍ଥାନ, ଭଗବାନଙ୍କ ଅବତାରର ସ୍ଥାନ। ଯଦି ଅଯୋଧ୍ୟାକୁ ରାମଙ୍କ ଜନ୍ମସ୍ଥାନ ବୋଲି କୁହାଯାଉଛି ତେବେ ମଥୁରା ଭଗବାନ କୃଷ୍ଣଙ୍କ ଜନ୍ମସ୍ଥାନ। ସେହିଭଳି ବାରାଣସୀ ଜ୍ଞାନବାପୀ ସ୍ଥଳକୁ ୧୨ ଜ୍ୟୋତିର୍ଲିଙ୍ଗରୁ ଗୋଟିଏ ବୋଲି କୁହାଯାଏ। କେବଳ ରାଜନୈତିକ ଜିଦ୍‌ ଏବଂ ଭୋଟବ୍ୟାଙ୍କ ରାଜନୀତି ଯୋଗୁ ବିବାଦ ହେଉଛି। ଆମେ କେବଳ ୩ ସ୍ଥାନ ମାଗିଥିଲୁ, ବାକି ସ୍ଥାନକୁ ନେଇ କିଛି ବିବାଦ ନାହିଁ ବୋଲି ସେ କହିଛନ୍ତି।

Share