ଗାଁରେ ପହଞ୍ଚିଲା ଲୋପାମୁଦ୍ରାଙ୍କ ମୃତଦେହ

ବରୀ,୪।୧୧(ମହେନ୍ଦ୍ର ସ୍ବାଇଁ): ଗତ ମଙ୍ଗଳବାର ରାଜଧାନୀରେ ଦାମୀ ଗାଡ଼ି ଧକ୍କାରେ ଜଣେ ଯୁବତୀ ଗୁରୁତର ହୋଇଥିଲେ। ପରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
ସୂଚନାଯୋଗ୍ୟ ମୃତ ଯୁବତୀ ଜଣଙ୍କ ଯାଜପୁର ଜିଲା ବରୀ ବ୍ଲକ ଅନ୍ତର୍ଗତ ଅନ୍ୟାସିପୁର ଗ୍ରାମର କୈଳାଶ ସାହୁଙ୍କ ଝିଅ ଲୋପମୁଦ୍ରା ସାହୁ(୨୪)। ସ୍ବର୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅଙ୍କ ଦାମୀ ରେଞ୍ଜ ରୋଭର ଗାଡି ଲୋପାମୁଦ୍ରାଙ୍କୁ ଧକ୍କା  ଦେଇଥିବା  ଅଭିଯୋଗ ହୋଇଛି। ଶନିବାର  ଲୋପାମୁଦ୍ରଙ୍କ ମୃତଦେହ ଗ୍ରାମରେ ପହଞ୍ଚିିବାରୁ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲୋପମୁଦ୍ରାଙ୍କ ବାପା କୈଳାଶ ଦାବି କରିଛନ୍ତି।