ଗ୍ୟାସ୍‌ କଟରରେ କାଟି ଏଟିଏମ୍‌ରୁ ୩.୯୨ଲକ୍ଷ ଟଙ୍କା ଲୁଟ୍‌

ରସୁଲପୁର,୨୮।୮(ଡି.ଏନ.ଏ.): ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ ହରିପୁର ବଜାରସ୍ଥିତ ଆକ୍ସିସ୍‌ ବ୍ୟାଙ୍କ ଏଟିଏମ୍‌ରୁ ୩.୯୨ ଲକ୍ଷ ଟଙ୍କା ଲୁଟ୍‌ ହୋଇଛି ା ଲୁଟେରାମାନେ ଗ୍ୟାସ କଟରରେ ଏଟିଏମକୁ କାଟି କ୍ୟାଶ ଟ୍ରେ ରେ ଥିବା ସମୁଦାୟ ଟଙ୍କା ନେଇ ଯାଇଛନ୍ତି ବୋଲି ଏଟିଏମ୍‌ ଲୋଡିଂକୁ ପରିଚାଳନା କରୁଥିବା ସଂସ୍ଥାର ସିନିୟର କାର୍ଯ୍ୟନିର୍ବାହୀ ସୁଧିର କୁମାର ବରାଳ ଥାନାରେ ଅଭିଯୋଗ କରିଛନ୍ତି ା ତେବେ ଏହି ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ ା
ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ଏହି ଘଟଣା ଘଟଛି ା ଶନିବାର ସକାଳୁ ହାଟକୁ ବ୍ୟବସାୟୀମାନେ ଆସିବା ପରେ ଏଟିଏମ୍‌ ଲୁଟ୍‌ ହୋଇଥିବା ଜାଣି ପୋଲିସକୁ ଅବଗତ କରିଥିଲେ ା ଏସ୍‌ଡିପିଓ ପ୍ରମୋଦ କୁମାର ମଲ୍ଲିକ, କୁଆଖିଆ ଥାନା ଅଧିକାରୀ ଶିବ ଚରଣ ବେହେରା, ଏସ୍‌ଆଇ ଅନିତା ପ୍ରଧାନ, ଭାଗବତ ମହାଳି, ଏଏସ୍‌ଆଇ ପ୍ରଦୀପ କୁମାର ମଲିକ ପ୍ରମୁଖ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଥିଲେ ା ତଦନ୍ତରେ ସାଇଣ୍ଟିଫିକ୍‌ ଟିମ୍‌ର ସହାୟତା ନିଆଯାଇଥିଲା ା ତଦନ୍ତ ଚାଲିଥିବାରୁ ପୋଲିସ ଏ ସମ୍ପର୍କରେ ବିଶେଷ ସୂଚନା ଦେବାକୁ ମନା କରିଛି ା ପୋଲିସ ବଜାରର ବିଭିନ୍ନ ଦୋକାନରେ ଲାଗିଥିବା ସିସି ଟିଭି ଫୁଟେଜକୁ ଯାଞ୍ଚ କରିଛି ା ଲୁଟରେ ୪ଜଣରୁ ଊର୍ଦ୍ଧ୍ୱ ଦୁର୍ବୃତ୍ତ ସାମିଲ ଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ା ଏଟିଏମ୍‌ରେ ଲାଗିଥିବା ସିସିଟିଭି ଫୁଟେଜକୁ ବି ଯାଞ୍ଚ କରାଯାଇଛି ା ପୋଲିସ ପକ୍ଷରୁ ଏକ ଟିମ୍‌ ଗଠନ କରାଯାଇଛି ା ସେମାନେ ତଦନ୍ତ ପାଇଁ ବାହାରକୁ ଯାଇଥିବା ସୂଚନା ମିଳିଛି ା