ପେଟ୍ରୋଲପମ୍ପରେ ପଶି ମ୍ୟାନେଜରଙ୍କୁ ଆକ୍ରମଣ କରି ଲୁଟିନେଲେ ଟଙ୍କା: କର୍ମଚାରୀଙ୍କ ସମ୍ପୃକ୍ତି ସନ୍ଦେହ

ବାଲେଶ୍ୱର ଅଫିସ, ୨୫।୮: ବାଲେଶ୍ବର ଜିଲା ଚାନ୍ଦିପୁର ରାସ୍ତାରେ ଥିବା ଏକ ପେଟ୍ରୋଲପମ୍ପରେ ସୋମବାର ରାତିରେ ୩ ଦୁର୍ବୃତ୍ତ ପଶି ମ୍ୟାନେଜରଙ୍କୁ ଆକ୍ରମଣ କରିଛନ୍ତି। ଏହା ସହ ଟଙ୍କା ଲୁଟି ନେଇଛନ୍ତି । ଏହି ଘଟଣାରେ ପେଟ୍ରୋଲପମ୍ପର କର୍ମଚାରୀଙ୍କ ସମ୍ପୃକ୍ତିଥିବା ସନ୍ଦେହ କରି ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।
ସୂଚନାଯୋଗ୍ୟ, ରାତିରେ ଦୁର୍ବୃତ୍ତମାନେ ପେଟ୍ରୋଲପମ୍ପର ପଶି ପ୍ରଥମେ କ୍ୟାମେରାଗୁଡିକୁ ଭାଙ୍ଗିଥିଲେ। ପରେ ମ୍ୟାନେଜର ଗଜେନ୍ଦ୍ର ପାଢ଼ୀ ଶୋଇଥିବା ବେଳେ ତାଙ୍କ ମୁଣ୍ଡକୁ ଶକ୍ତ ପ୍ରହାର କରି ଟଙ୍କା ନେଇ ପଳାଇଥିଲେ। ଏ ନେଇ ପାଢ଼ୀ ତୁରନ୍ତ ଚାନ୍ଦିପୁର ଥାନାକୁ ଜଣାଇଥିଲେ। ଖବରପାଇ ପୋଲିସ ପହଞ୍ଚି ୩ ଲୁଟେରାଙ୍କୁ କାବୁ କରିବା ସହ ସେମାନଙ୍କଠାରୁ ଟଙ୍କା, ମୋବାଇଲ ଫୋନ୍‌ ଓ ଗାଡ଼ି ଜବତ କରିଛି। ସେମାନେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ଏହି ଲୁଟ୍‌ରେ ପେଟ୍ରୋଲପମ୍ପ କର୍ମଚାରୀ ସାମିଲ ଥିବା ଅଭିଯୋଗ ହୋଇଥିବା ବେଳେ ସେମାନଙ୍କୁ ମଧ୍ୟରୁ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରି କରିଛି।