Posted inଭଦ୍ରକ

ଲୁଟେରା ଗ୍ୟାଙ୍ଗ ଠାବ: ୪ ଗିରଫ

ଭଦ୍ରକ ଅଫିସ, ୨୪।୪: ଭଦ୍ରକ ଆରଡ଼ି ଛକରେ ଘର ଭଡ଼ା ନେଇ ରହୁଥିବା ଏକ ଲୁଟେରା ଗ୍ୟାଙ୍ଗକୁ ଶନିବାର ଗ୍ରାମାଞ୍ଚଳ ପୋଲିସ ଠାବ କରିଛି। ଗ୍ୟାଙ୍ଗର ୩ ଲୁଟେରାଙ୍କ ସମେତ ୪ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ବାଲେଶ୍ୱର ଜିଲା ଖଇରା ଥାନା ଅଞ୍ଚଳର ଅନ୍ତର୍ଯ୍ୟାମୀ ନାୟକ, ଦେବାଶିଷ ଦାସ, ହରେକୃଷ୍ଣ ପଣ୍ଡା ଓ ସୁନା ଦୋକାନୀ ଆଦିତ୍ୟ ନନ୍ଦୀ। ସେମାନଙ୍କଠାରୁ ଏକ କାର୍‌, ଦୁଇଟି ବାଇକ୍‌, ସୁନା ଅଳଙ୍କାର, ନଗଦ ୨୦,୩୦୦ ଟଙ୍କା ସହ ମୋବାଇଲ, ଏଟିଏମ୍‌ କାର୍ଡ, ବିଭିନ୍ନ ପ୍ରକାର ମାରଣାସ୍ତ୍ର ଜବତ କରାଯାଇଛି। ଗତ ୧୯ ତାରିଖରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଧରିତ୍ରୀନଗର ଅଞ୍ଚଳରେ ଜଣେ ମହିଳା ତାଙ୍କ ପିଲାକୁ ସ୍କୁଲ ନେଇ ଯାଉଥିବା ବେଳେ ସ୍କୁଟିରେ ଆସି ଦୁର୍ବୃତ୍ତ ଛିନ୍‌ତାଇ କରିଥିଲେ। ଏନେଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ବିଭିନ୍ନ ସ୍ଥାନରେ ଛାନ୍‌ଭିନ ଚଳାଇଥିବା ବେଳେ ଶନିବାର ଏମାନଙ୍କୁ ଠାବ କରିଛି। ଏହି ଅଭିଯୁକ୍ତମାନଙ୍କ ନଁାରେ ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକ ଜିଲାର ବିଭିନ୍ନ ଥାନାରେ ମାମଲା ରହିଥିବା ଭଦ୍ରକ ଏସ୍‌ଡିପିଓ ପ୍ରଭାସ ରଞ୍ଜନ ପାଲ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଧାମରାରେ ବୁଲୁଛି ମହାବଳ ବାଘ: ଭିଡିଓ ଭାଇରାଲ ପରେ ବନ ବିଭାଗ ନାକେଦମ୍‌

ଚାନ୍ଦବାଲି,୭।୧୨(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଧାମରା ଅଞ୍ଚଳରେ ଏକ ମହାବଳ ବାଘ ବୁଲୁଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା...

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ବିଜେଡିରୁ ଇସ୍ତଫା ଦେଲେ କାଉନସିଲର ଶୁଚିସ୍ମିତା, ହୋଇପାରନ୍ତି ଭାଜପାରେ ସାମିଲ

ବାସୁଦେବପୁର,୬।୧୨ (କାଳିପଦ ରାୟ ): ବାସୁଦେବପୁର ପୌରାଞ୍ଚଳର ଏକ ନମ୍ବର ୱାର୍ଡର କାଉନସିଲର ଶୁଚିସ୍ମିତା ଗିରି ଶନିବାର ସକାଳେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ...

ଖେଳୁଖେଳୁ ପୋଖରୀରେ ପଡ଼ିଗଲା ଶିଶୁପୁତ୍ର, ଖୋଜାଖୋଜି କରିବାରୁ…

ତିହିଡ଼ି,୫ା୧୨(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା କାଁପଡ଼ା ପଞ୍ଚାୟତ ଅଧୀନ ଚିଲପଦା ଗ୍ରାମରେ ଶୁକ୍ରବାର ଏକ ଦୁଃଖଦ ଘଟଣା ଘଟିଛି। ଏକ ପୋଖରୀରୁ ଆଜି...

ଟ୍ରାକ୍ଟର ଧକ୍କାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ: NH-୧୬ରେ ଅବରୋଧ କଲେ ଲୋକେ

ଭଦ୍ରକ,୪ା୧୨: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଜାତୀୟ ରାଜପଥ-୧୬...

ମଦ ପିଇବାକୁ ଟଙ୍କା ଦେଲେନି ମା’, ପେଟ୍ରୋଲ ଢାଳି ଜାଳିଦେଲେ ପୁଅ

ତିହିଡି଼, ୪।୧୨(ସଞ୍ଜିତ ବଳ): ଗୁରୁବାର ସକାଳୁ ସକାଳୁ ମା’କୁ ଟଙ୍କା ମାଗିଥିଲେ ପୁଅ । ପୁଅ ଟଙ୍କା ନେଇ ମଦ ପିଇବ ବୋଲି ମା’ ଜାଣିଥିଲେ।...

୮ଙ୍କୁ ବାଂଲାଦେଶୀ ଭାବି ଉଠାଇ ନେିଥିଲେ, ପରେ…

ଭଦ୍ରକ,୩।୧୨(ସନାତନ ରାଉତ): ଭଦ୍ରକ ଜିଲାରେ ଏବେ ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ଜୋରଦାର ଚାଲିଥିବା ବେଳେ ବାସୁଦେବପୁର ପୋଲିସ ମଙ୍ଗଳବାର ରାତିରେ ସହରରେ ବିଭିନ୍ନ ସ୍ଥାନରେ ଘରଭଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri