ଦିବଙ୍ଗତ ଖବରଦାତା ଅରିନ୍ଦମଙ୍କ ଘରୁ ଲୁଟ୍‌; ଗ୍ରୀଲ ତାଡ଼ି ସୁନାଗହଣା ନେଇଗଲେ

ପାଟଣା,୩।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ରାଇକଳା ଗ୍ରାମର ଦିବଙ୍ଗତ ଖବରଦାତା ଅରିନ୍ଦମ ଦାସଙ୍କ ପୈତୃକ ଘରୁ ବୁଧବାର ବିଳମ୍ବିତ ରାତିରେ ଲୁଟ୍‌ ହୋଇଛି। ଘରର ଗ୍ରୀଲ ତାଡି ଲକ୍ଷାଧିକ ଟଙ୍କା ସହ ସୁନା ଗହଣା ଲୁଟି ନେଇଛନ୍ତି ଦୁର୍ବୁତ୍ତ। ଏନେଇ ଅରିନ୍ଦମଙ୍କ କକା ଧରଣୀ ଧର ଦାସ ତୁରୁମୁଙ୍ଗା ଥାନାରେ ଏତେଲା ଦେଇଛନ୍ତି।

ସୂଚନା ଅନୁଯାୟୀ, ଘରେ ଅରିନ୍ଦମଙ୍କ କକା ଓ ଖୁଡି ଶୋଇଥିବା ବେଳେ ଘର ଝରକାର ଗ୍ରୀଲ ଓ ଆଲମୀରା ତାଡି ଦୁର୍ବୁତ୍ତ ସୁନା ଚେନ, ମୁଦି, ହାର କାନଫୁଲ ସହ ବାହୁଟି ଲୁଟିନେଇଛନ୍ତି। ଏନେଇ ଅରିନ୍ଦମ ଙ୍କ କକା ଧରଣୀ ଧର ଅଭିଯୋଗ କରିବା ପରେ ତୁରୁମୁଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚିି ତଦନ୍ତ ଆରମ୍ଭ କରିଛି।