କଟ୍‌ନୀ ଆଳରେ ଚାଷୀଙ୍କୁ ଲୁଟ୍‌

ବରଗଡ଼ ଅଫିସ୍‌,୯।୧୨: ଚିରାଚରିତ ଢଙ୍ଗରେ ଚାଲିଥିବା ଧାନ ସଂଗ୍ରହ ପ୍ରକ୍ରିୟାରେ ଚାଷୀ ପେଷି ହୋଇ ଗଲେଣି। ଧାନ କିଣାବିକା ସମୟରେ ଗୁଣବତ୍ତାକୁ ନେଇ କଟ୍‌ନୀଛଟ୍‌ନୀ ଆଳ ଅଭାବୀ ବିକ୍ରିର ମୁଖ୍ୟ କାରଣ ପାଲଟିଛି। ଧାନ କିଣାବିକାରେ ରହିଥିବା ଅବ୍ୟବସ୍ଥାକୁ ସୁଧାରିବା ବଦଳରେ ନୂଆ କୃଷି ଆଇନ ଚାଷୀଙ୍କ ପାଇଁ କଟା ଘା’ରେ ଚୂନ ଭଳି ହୋଇଛି। ନୂଆ କୃଷି ଆଇନ ଅଭାବୀ ବିକ୍ରିକୁ ରୋକିପାରିବ, ସେ ଆଶା ମଧ୍ୟ କ୍ଷୀଣ। ଫଳରେ ଧାନ ଭଳି କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସରକାରୀ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ପାଇବା ପାଇଁ ଚାଷୀଙ୍କୁ ରାଜରାସ୍ତାକୁ ଓହ୍ଲାଇବାକୁ ପଡ଼ୁଛି। ଆଉ ନୂଆ କୃଷି ଆଇନ ଯୋଗୁ ଯେତେବେଳେ ଧାନ କିଣାବିକା ସରକାରୀ ସଂସ୍ଥା ହାତରୁ ପୁଞ୍ଜିପତିଙ୍କ ହାତକୁ ଚାଲିଯିବ, ସେତେବେଳେ କୃଷିଜାତ ଦ୍ରବ୍ୟର ଏମ୍‌ଏସ୍‌ପି ପାଇବା ନେଇ ଚାଷୀକୁଳ ଆଶଙ୍କା ପ୍ରକାଶ କରିଛନ୍ତି।
ଚାଷୀମାନେ ଅଭିଯୋଗ କରୁଛନ୍ତି ଯେ, ଗୁଣବତ୍ତାର ସମସ୍ତ ମାପଦଣ୍ଡ ପୂରଣ କରୁଥିବା ଧାନ ମଣ୍ଡିକୁ ଆସିଲେ ମଧ୍ୟ ବସ୍ତା (୭୫ କିଗ୍ରା) ପ୍ରତି ୧ରୁ ୨କିଗ୍ରା ଲେଖାଏ କଟ୍‌ନୀଛଟ୍‌ନୀ କରାଯାଉଛି। ସରକାରଙ୍କ ଗାଇଡ୍‌ ଲାଇନ୍‌ ଅନୁଯାୟୀ, ମଣ୍ଡିରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତିରେ ଧାନର ଗୁଣମାନ ନିର୍ଦ୍ଧାରଣ ହେବା କଥା, କିନ୍ତୁ ତାହା କରାଯାଉ ନାହିଁ। ମଣ୍ଡିଗୁଡ଼ିକରେ ମିଲର୍ସ କିମ୍ବା ସେମାନଙ୍କ ଏଜେଣ୍ଟ ଗୁଣମାନ ପରୀକ୍ଷା କରୁଛନ୍ତି। ସେହିପରି ମଣ୍ଡିରେ ଧାନ ପହଞ୍ଚିବା ପରେ ସେଠାରେ ତାହା ଶୁଖାଇବା ବିଧି ଥିବାବେଳେ ତାହା ମଧ୍ୟ କରାଯାଉନାହିଁ। ଏଥିପାଇଁ ଚାଷୀ ଶୋଷଣର ଶିକାର ହେଉଛି। ବରଗଡ଼ ଜିଲା ଗାଇସୀମାର ଚାଷୀ ନିରଞ୍ଜନ ପ୍ରଧାନ କୁହନ୍ତି, ୧୭ ପ୍ରତିଶତ ପର୍ଯ୍ୟନ୍ତ ଆର୍ଦ୍ରତା ରହିଲେ କଟ୍‌ନୀଛଟ୍‌ନୀ ହେବ ନାହିଁ ବୋଲି ସରକାର ନିର୍ଦ୍ଧାରଣ କରିଛନ୍ତି। ଆଦର୍‌ରତା ପରିମାଣ ୧୭ ପ୍ରତିଶତରୁ ଅଧିକ ହେଲେ କୁଇଣ୍ଟାଲ ପ୍ରତି ୧ କିଗ୍ରା ଧାନ କାଟିବାକୁ ସରକାର ନିୟମ କରିଛନ୍ତି। କିନ୍ତୁ ଚାଷୀଙ୍କୁ ଭୁଆଁ ବୁଲାଇ ୧ କୁଇଣ୍ଟାଲ ବଦଳରେ ୧ବସ୍ତା (୭୫କିଗ୍ରା) ପ୍ରତି ୧କିଗ୍ରା ଧାନ କାଟଛାଣ୍ଟ କରାଯାଉଛି ଏବଂ ଏଥିପାଇଁ ଚାଷୀଙ୍କୁ କ୍ଷତି ସହିବାକୁ ପଡ଼ୁଛି। ଉଭୟ ମଣ୍ଡି ଓ ମିଲ୍‌ରେ କଟ୍‌ନୀଛଟ୍‌ନୀ ଚାଲିଛି। ମିଲର୍ସମାନେ ଆର୍ଦ୍ରତା ଆଳ ଦେଖାଇ ଧାନ ଉଠାଉ ନାହାନ୍ତି। ଫଳରେ ଚାଷୀ ଶେଷ ମୁହୂର୍ତ୍ତରେ କମ୍‌ ଦରରେ ମିଲର୍ସ, ଧାନକ୍ରୟ ସଂସ୍ଥା ପାଖରେ ନିଜ ଧାନକୁ ବିକ୍ରି କରୁଛନ୍ତି। ବରଗଡ଼ ଜିଲା ସରକଣ୍ଡାର ଚାଷୀ ହର ବଣିଆ କୁହନ୍ତି, ଧାନ ଉଠାଣ ଏବଂ କଷ୍ଟମ ମିଲିଂ ଆଧାରରେ ଚାଉଳ ଦେବା ବ୍ୟତୀତ ଧାନ କିଣାବିକାରେ ମିଲର୍ସଙ୍କ ଅନ୍ୟ କୌଣସି ଭୂମିକା ନାହିଁ। କିନ୍ତୁ ମିଲର୍ସଙ୍କ ଏଜେଣ୍ଟମାନେ ମଣ୍ଡିରେ ପହଞ୍ଚି ଧାନ ଓଜନଠାରୁ ଆରମ୍ଭ କରି ମାନ ନିର୍ଦ୍ଧାରଣ ଏବଂ କଟ୍‌ନୀଛଟ୍‌ନୀ କରୁଛନ୍ତି। ଆମ ସରକଣ୍ଡା ମଣ୍ଡିରେ ଏଭଳି ୫/୬ଜଣ ଚାଷୀଙ୍କ ଧାନରୁ ବସ୍ତା ପ୍ରତି ୨କିଗ୍ରା ଲେଖାଏଁ କଟାଯାଇଛି। ସେହିପରି ମଣ୍ଡିକୁ ଧାନ ନ ଆସି ସିଧାସଳଖ ରାଇସ୍‌ ମିଲ୍‌କୁ ଯାଉଛି ଏବଂ ମନଇଚ୍ଛା ମିଲର୍ସମାନେ ଧାନ କଟ୍‌ନୀଛଟ୍‌ନୀ କରୁଛନ୍ତି। ଏହା ସମ୍ପୂର୍ଣ୍ଣ ବେଆଇନ। ଚାଷୀଙ୍କୁ ଏଭଳି ଲୁଟ୍‌ କରାଯାଉଥିଲେ ମଧ୍ୟ ସରକାରୀ କଳ ଚୁପ୍‌ ରହିଛନ୍ତି।
ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ସମନ୍ବୟ ସମିତି ଆବାହକ ଲିଙ୍ଗରାଜ କୁହନ୍ତି ଯେ, ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଜରିଆରେ ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ ଧାନ କିଣୁଛି। ଫଳରେ ଧାନର ଗୁଣମାନ ତଥା ଏଫ୍‌ଏକ୍ୟୁ ନିର୍ଦ୍ଧାରଣ ସମ୍ପୃକ୍ତ ବିଭାଗର ଉପସ୍ଥିତିରେ ହେବା ଦରକାର। ମାତ୍ର ସେଥିରେ ବାସ୍ତବତା ରହୁ ନ ଥିବା ପରିଲକ୍ଷିତ ହେଉଛି। ମଣ୍ଡି ବଦଳରେ ଯେଉଁ ଧାନ ସିଧାସଳଖ ମିଲର୍ସଙ୍କ ପାଖରେ ପହଞ୍ଚୁଛି, ସେଭଳି ସ୍ଥଳେ ମିଲର୍ସଙ୍କ ମର୍ଜିରେ କଟ୍‌ନୀଛଟ୍‌ନୀ ହେଉଛି ଏବଂ ଚାଷୀ ଶୋଷଣର ଶିକାର ହେଉଛନ୍ତି। ବରଗଡ଼ ଜିଲାର ମିଲ୍‌ ମାଲିକ ରାଜୁ ଶର୍ମା କୁହନ୍ତି, ଚାଉଳର ଗୁଣବତ୍ତା ଠିକ୍‌ ନ ରହିଲେ ଏଫ୍‌ସିଆଇ ମିଲର୍ସଙ୍କ ପାଖରୁ ତାହା ନେବ ନାହିଁ। ଭଲ ଗୁଣବତ୍ତାର ଚାଉଳ ପାଇଁ ଠିକ୍‌ ଗୁଣମାନର ଧାନ ମଧ୍ୟ ଦରକାର। ଫଳରେ ଧାନର ଗୁଣମାନ ପରୀକ୍ଷା କରାଯିବା ଜରୁରୀ।
ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ରଜନୀକାନ୍ତ ଦାଶଙ୍କୁ ପଚାରିବାରୁ ସେ କୁହନ୍ତି, କଟ୍‌ନୀଛଟ୍‌ନୀ କରି ଚାଷୀଙ୍କୁ ଶୋଷଣ କରାଯାଉଥିବା ନେଇ ତାଙ୍କ ପାଖକୁ ଅଭିଯୋଗ ଆସିନାହିଁ। ଅଭିଯୋଗ ମିଳିଲେ ସେ ଦିଗରେ ତଦନ୍ତ କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

-ପ୍ରେମାନନ୍ଦ ଖମାରୀ


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri