ବଲିଉଡ୍‌ ଷ୍ଟାର୍‌ଙ୍କ ଫଟୋ ଲଗାଇ ବହୁ କୋଟି ଟଙ୍କା ଲୁଟ୍‌

ଭୁବନେଶ୍ୱର,୧୧ା୫(ବ୍ୟୁରୋ): ଅର୍ଥନେତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଏକ ଫ୍ରଡ୍‌ ଆପ୍‌ ଜଏନ ଟ୍ରେଡ’ର ୧ କୋଟି ୨୨ ଲକ୍ଷ ଟଙ୍କା ଜବତ କରିଛି। ଅକ୍ଷୟ କୁମାର ଏବଂ ମନୀଷ ପଲଙ୍କ ପରି ବଲିଉଡ୍‌ର ଲୋକପ୍ରିୟ ଅଭିନେତାଙ୍କ ଫଟୋ ଦେଇ ବିଜ୍ଞାପନ ମାଧ୍ୟମରେ ଜନସାଧାରଣଙ୍କୁ ଠକିବା ଏବଂ ବିଶ୍ୱାସ ସୃଷ୍ଟି କରିବା ନେଇ ଅନୁସନ୍ଧାନ ପରେ ଜଣାପଡ଼ିବା ପରେ ଠକ ସଂସ୍ଥାର ୧ କୋଟି ୨୨ ଲକ୍ଷ ଟଙ୍କା ଜବତ ହୋଇଛି।

ଗୁଗ୍‌ଲରେ ଜଏନ ଟ୍ରେଡ୍‌ ନାମକ ଜାଲିଆତିକାରୀ ଆପ୍‌ ଡାଉନଲୋଡ କରି ୩ଟି ବଡ଼ କମ୍ପାନୀ ସମେତ ୫ଟି ଆକାଉଣ୍ଟରୁ ୧୮.୬୭ କୋଟି ଟଙ୍କାର ଜମା କରିଥିବା ମଧ୍ୟ ଜଣାଯାଇଥିଲା। ଲୋକଙ୍କୁ ୧୦୦ରୁ ୨୦ ହଜାର ଟଙ୍କା ଲେଖାଏ ଜମା କଲେ ବହୁତ ଲାଭ ମିଳିବ ବୋଲି ଉକ୍ତ ସଂସ୍ଥା କହୁଥିଲା। ପ୍ରାୟ ୧ ଲକ୍ଷ ଲୋକ ଏହି ଠକାମୀର ଶିକାର ହୋଇଥିବା ଜଣାଯାଇଛି।