ବାଇପାସ୍‌ ରାସ୍ତାରେ ଲୁଟୁଛନ୍ତି ଲୁଟେରା

ବୈପାରିଗୁଡ଼ା,୧୯।୧୦(ଡି.ଏନ୍‌.ଏ.): କୋରାପୁଟ ଜିଲାର ବୈପାରିଗୁଡ଼ା-ଜୟପୁର ବାଇପାସ୍‌ ରାସ୍ତା ଏବେ ଲୁଟେରାଙ୍କ କବଳରେ ରହିଛି। ସନ୍ଧ୍ୟା ହେଲେ ରାସ୍ତାକଡ଼ରେ ବିଭିନ୍ନ ମାରଣାସ୍ତ୍ର ଧରି ଲୁଚି ରହୁଛନ୍ତି ଲୁଟେରା ଗ୍ୟାଙ୍ଗ୍‌ ା ସୁଯୋଗ ପାଇଲେ ବାଇକ୍‌ ଆରୋହୀମାନଙ୍କୁ ଆକ୍ରମଣ କରି ଲୁଟୁଛନ୍ତି ଟଙ୍କା। ଏପରି ଘଟଣା ବାରମ୍ବାର ହେଉଥିଲେ ମଧ୍ୟ ପୋଲିସ ପ୍ରଶାସନ ଗୁରୁତ୍ୱ ଦେଉ ନ ଥିବାରୁ ଏହାର ଫାଇଦା ଲୁଟେରାମାନେ ଉଠାଉଥିବା ଅଭିଯୋଗ ହେଉଛି।
ଖବରରୁ ଜଣାପଡ଼ିଛି, ଜୟପୁର ବାଇପାସ୍‌ ରାସ୍ତା ବୈପାରିଗୁଡ଼ାଠାରୁ ବାଲିଆ ଦେଇ ଜୟପୁରକୁ ସଂଲଗ୍ନ କରୁଛି। ଜାତୀୟ ରାଜପଥରେ ବୈପାରିଗୁଡ଼ାଠାରୁ ଜୟପୁର ୨୨ କି.ମି. ଦୂର ହେଉଥିବା ଏହି ବାଇପାସ୍‌ ରାସ୍ତାରେ ଦୂରତା ୧୮ କି.ମି. ପଡ଼େ। ବୈପାରିଗୁଡ଼ାଠାରୁ ୮ କି.ମି. ଦିଗାପୁର ବ୍ରିଜ୍‌ ପର୍ଯ୍ୟନ୍ତ ବୈପାରିଗୁଡ଼ା ଥାନା ନିୟନ୍ତ୍ରଣରେ ଥିବାବେଳେ ଅବଶିଷ୍ଟ ରାସ୍ତା ଜୟପୁର ସଦର ପୋଲିସ ନିୟନ୍ତ୍ରଣରେ ରହିଛି ା ତେବେ ରାସ୍ତାକଡ଼ରେ କେତେକ ଢାବା ରହିଛି। ସନ୍ଧ୍ୟା ସମୟରେ ରାସ୍ତାର ବିଭିନ୍ନ ସ୍ଥାନରେ ବସି କେତେଜଣ ଅସାମାଜିକ ବ୍ୟକ୍ତି ମଦ୍ୟପାନ କରୁଥିବା ଦେଖିବାକୁ ମିଳିଥାଏ। ଏହି ରାସ୍ତାରେ ରାତିରେ ଫେରୁଥିବା ଯାତ୍ରୀଙ୍କୁ ଆକ୍ରମଣ କରି ଲୁଟେରାମାନେ ଲୁଟିଥାନ୍ତି। ଗତ ୧୩ରେ ରାମଗିରି ଅଞ୍ଚଳର ଜଣେ ଯୁବ ବ୍ୟବସାୟୀ ବିଶ୍ୱଜିତ ବରେଇ ତାଙ୍କ ସହ ଅନ୍ୟ ଜଣେ ସହଯୋଗୀଙ୍କ ସହିତ ବାଇକ୍‌ରେ ଜୟପୁରରୁ ଫେରୁଥିବା ବେଳେ ଏଠାରୁ ୨ କି.ମି. ଚନ୍ଦନପୁର ନିକଟରେ ୬ ଜଣ ଲୁଟେରା ସେମାନଙ୍କ ଉପରେ ଆକ୍ରମଣ କରି ୫୦ ହଜାର ଟଙ୍କା ଲୁଟିନେଇଥିଲେ। ୨ଟି ନମ୍ବରବିହୀନ ବାଇକ୍‌ରେ ସେମାନେ ଚାଲିଯାଇଥିଲେ। ଏ ନେଇ ସେ ବୈପାରିଗୁଡ଼ା ଥାନାରେ ଏତଲା ଦେଇଥିବା ବେଳେ ଏପର୍ଯ୍ୟନ୍ତ ଅପରାଧୀମାନେ ଧରାପଡ଼ିନାହାନ୍ତି। ଏଠାରେ ସୂଚନାଯୋଗ୍ୟ, ଗତବର୍ଷ ମେ ୨୪ରେ ବୈପାରିଗୁଡ଼ା ଅଞ୍ଚଳର ଜଣେ ଶିକ୍ଷକ ଜୟପୁରଠାରୁ ବୈପାରିଗୁଡ଼ା ଫେରୁଥିବା ବେଳେ ସେହି ରାସ୍ତାର ଗୌଡ଼ଗୁଡ଼ା ଛକ ନିକଟରେ ଲୁଟେରାମାନେ ତାଙ୍କୁ ଆକ୍ରମଣ କରି ମୋବାଇଲ ଫୋନ୍‌ ସହ ୩୦ ହଜାର ଟଙ୍କା ଲୁଟି ନେଇଥିଲେ। ସେତେବେଳେ ଏ ନେଇ ଶିକ୍ଷକ ଜଣକ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଏତଲା ରଖି ନ ଥିଲା। ଧରିତ୍ରୀରେ ଖବର ପ୍ରକାଶ ପରେ ଏତଲା ରଖି ମାମଲା ରୁଜୁ କରିଥିଲା। ଘଟଣାର ତଦନ୍ତକରି ଜୟପୁର ସଦର ଥାନା ଅନ୍ତର୍ଗତ କଳାଗୁଡ଼ା ଗ୍ରାମରୁ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା। ତାଙ୍କଠାରୁ ଚୋରି ମୋବାଇଲ ଫୋନ ଜବତ ହୋଇଥିଲା। ଉକ୍ତ ଘଟଣା ପରେ ତତ୍କାଳୀନ ଥାନା ଅଧିକାରୀ ବଦଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri