Categories: ଜାତୀୟ

ବିବାହ ପରେ ଶାଶୁଘରକୁ ଯାଉଥିଲେ କନ୍ୟା;ବାଟରେ ଲାଗିଲା ଶୋଷ: ଆଉ ତା’ପରେ

ଲକ୍ଷ୍ନୌ,୧୩।୯: ଉତ୍ତରପ୍ରଦେଶର ମୈନପୁରୀରେ ଏକ ରୋଚକ ଘଟଣା ଘଟିଛି। ବିବାହ ପରେ କନ୍ୟା ତାଙ୍କ ଶାଶୁ ଘରକୁ ଯାଉଥିବା ବେଳେ ବାଟରେ ସ୍ବାମୀଙ୍କ ଚକ୍‌ମା ଦେଇ ଫେରାର ହୋଇଯାଇଥିଲେ। ବହୁ ଖୋଜାଖୋଜି ପରେ ତାଙ୍କ ପତ୍ତା ମିଳିପାରି ନାହିଁ। ପୀଡିତ ଯୁବକ ଏବଂ ତାଙ୍କ ପିତା କୋଟୱାଲୀ ଥାନାରେ ଅଭିଯୋଗ ଆଣିଛନ୍ତି ଯେ, ତାଙ୍କୁ ଜଣେ ମହିଳା ଓ ଝିଅ ପ୍ରତାରଣା ଦେଇଛନ୍ତି। ସେମାନଙ୍କ ବିରୋଧ ବାପ-ପୁଅ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସୂଚନାନୁସାରେ, ସହରର କରହଲ ଛକ ନିକଟରେ ରହୁଥିବା ଝିଅଟି ବେୱାର ସହରର ଯୁବକ ରାଜୁଙ୍କୁ ବିବାହ କରିଥିଲେ। ବିବାହ ପରେ ଝଅ ବିଦା ହୋି ଘରକୁ ଆସୁଥିବାବେଳେ ବାଟରେ କନ୍ୟାଙ୍କୁ ଶୋଷ ଲାଗିଥିଲା। ଏହି ସମୟରେ ଗାଡି ରଖି ସ୍ବାମୀ ପାଣି ଆଣିବାକୁ ଯାଇଥିବାବେଳେ କନ୍ୟା ଟଙ୍କା ଏବଂ ଅଳଙ୍କାର ଧରି ଚମ୍ପଟ୍‌ ମାରିଥିଲେ। ରାଜୁ ପାଣି ଆଣି ଆସି ଦେଖିଲେ ଯେ କନ୍ୟା ନିଖୋଜ ଅଛନ୍ତି। ବ୍ୟାପକ ଅନୁସନ୍ଧାନ ସତ୍ତ୍ୱେ ତାଙ୍କର କୌଣସି ପତ୍ତା ମିଳିପାରିଲା ନାହିଁ । ରାଜୁଙ୍କ ପିତା ରାଜେନ୍ଦ୍ର ମଧ୍ୟ ବେୱାର ପୋଲିସ ଷ୍ଟେଶନରେ ଏନେଇ ଅଭିଯୋଗ କରିଥିଲେ।

Share