ପାଟଣା,୧୦ା୯(ବୀରକିଶୋର ଦାଶ): ପରିବାର ଲୋକେ ଅପେରା ଦେଖିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ମଙ୍ଗଳବାର ରାତିରେ ଘରେ କଳାକନା ବୁଲାଇ ଦେଇଛନ୍ତି।
ଏପରି ଘଟଣା ଦେଖିବାକୁ ମିଳିଛି ପାଟଣା ଥାନା ମଲ୍ଲିପୋଷି ଗ୍ରାମ ରଣା ସାହିରେ। ଭାଗବତ ରଣାଙ୍କ ପରିବାରର ସମସ୍ତ ସଦସ୍ୟ ମଲ୍ଲିପୋଷିରେ ପଡ଼ିଥିବା ଅପେରା ଦେଖିବାକୁ ଯାଇଥିବା ବେଳେ ଏହାର ସୁଯୋଗରେ ଦୁର୍ବୃତ୍ତମାନେ ଘରେ ପଶି ଗେଟ୍ ତାଲା ଭାଙ୍ଗିବା ପରେ ଆଲମାରିରୁ ନଗଦ ୩ ଲକ୍ଷ ଟଙ୍କା, ୧ ସୁନା ହାର, ସୁନା କାନ ଫୁଲ ୨ହଳ, ଚୁଡ଼ି ୧ପଟ, ପଦକ ୩, ମଙ୍ଗଳସୂତ୍ର ୧ଲୁଟି ନେଇଥିବା ପାଟଣା ଥାନାରେ ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ପାଟଣା ପୋଲିସ ଛାନ୍ଭିନ୍ ଆରମ୍ଭ କରିଛି।


