ଆଜବେଷ୍ଟସ ଭାଙ୍ଗି ଦୋକାନରୁ ଲୁଟିନେଲେ ଦାମୀ ମୋବାଇଲ

ଉମରକୋଟ/ରାଇଘର, ୧୫।୧୧(ସ୍ବ.ପ୍ର./ଡି.ଏନ୍‌.ଏ.): ରାଇଘର ମୁଖ୍ୟ ରାସ୍ତା କଡରେ ଥିବା ଏକ ମୋବାଇଲ ଦୋକାନରୁ ଲକ୍ଷାଧିକ ଟଙ୍କାର ଜିନିଷ ଚୋରି ହୋଇଛି। ଏ ନେଇ ଦୋକାନ ମାଲିକ ନିତ୍ୟାନନ୍ଦ ନାୟକ ରାଇଘର ଥାନାରେ ଅଭିଯୋଗ କରିଛନ୍ତି।

ରବିବାର ରାତିରେ ନିତ୍ୟାନନ୍ଦ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ହେଲେ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଦୋକାନ ଆଜବେଷ୍ଟସ ଭାଙ୍ଗି ଭିତରେ ପଶିଥିଲେ। ପରେ ଦୁର୍ବୃତ୍ତମାନେ ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଫୋନ, ପାୱାର ବ୍ୟାଙ୍କ, ନଗଦ ୧୬ ହଜାର ଟଙ୍କା ସହ ବିଭିନ୍ନ ସାମଗ୍ରୀ ଚୋରି କରିଥିବା ଥାନାରେ ଏକ ଅଭିଯୋଗ ହୋଇଛି। ଅଭିଯୋଗକୁ ଭତ୍ତି କରି ପୋଲିସ ଏକ ମାମଲା(ନଂ/୨୧୭/୨୧) ରୁଜୁ କରିଛି। ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଚାଲିଛି ବୋଲି ଥାନା ଅଧିକାରୀ ଟଙ୍କଗିରି ଭୋଇ ସୂଚନା ଦେଇଛନ୍ତି।