ମାଲିକଙ୍କ ହାତଗୋଡ଼ ବାନ୍ଧି ଲୁଟିନେଲେ

ସମ୍ବଲପୁର,୩ା୬(ବ୍ୟୁରୋ): ସମ୍ବଲପୁର ଜିଲା ଧନୁପାଲି ଥାନା ସିଟି ଷ୍ଟେଶନର ଏକ ଦୋକାନରୁ ଶୁକ୍ରବାର ଡକାୟତି ହୋଇଛି। ଦୁର୍ବୃତ୍ତମାନେ ଦୋକାନ ମାଲିକଙ୍କ ହାତଗୋଡ ବାନ୍ଧି ଡକାୟତି କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଛାନଭିନ ଆରମ୍ଭ କରିଛି।
ସୂଚନା ଅନୁସାରେ ଅପରାହ୍ନରେ ପ୍ରାୟ ୬ରୁ ୭ ଜଣ ଦୁର୍ବୃତ୍ତ ମୁଖାପିନ୍ଧି ଦୋକାନ ଭିତରକୁ ପ୍ରବେଶ କରିଥିଲେ। ସେମାନେ ଦୋକାନ ମାଲିକଙ୍କୁ ମାରପିଟ କରିବା ସହ ହାତ ଗୋଡ ବାନ୍ଧିଦେଇଥିଲେ। ପରେ ଟଙ୍କା ଓ ସାମଗ୍ରୀ ନେଇ ଫେରାର ହୋଇଯାଇଥିଲେ। ପରିବାର ଓ ସମ୍ପର୍କୀୟ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଥିବା ଜଣାପଡିଛି। ଏ ସମ୍ପର୍କରେ ଧନୁପାଲି ଥାନା ଅଧିକାରିଣୀ ଅନିତା ପ୍ରଧାନ କହିଛନ୍ତି, ଅଭିଯୋଗ କ୍ରମେ ପୋଲିସ ତଦନ୍ତ ଆରମ୍ଭ କରିଛି। ଏକ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।