ପାଟଣା,୧୮।୫(ବୀର କିଶୋରଦାଶ ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ନିହ୍ନୁଆଁ ଛକରେ ଥିବା ଏକ ହାର୍ଡଓୟାର ଦୋକାନରୁ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ କାନ୍ଥକଣା କରି ଦୋକାନ ଭିତରୁ ନଗଦ ୧୫ ହଜାର ଟଙ୍କା ସହ ଏକ ରିଏଲମି ମୋବାଇଲ ଲୁଟିନେଇ ଛନ୍ତି।
ଦୋକାନ ମାଲିକ ସକାଳୁ ଦୋକାନ ଖୋଲିବାକୁ ଆସି ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଏନେଇ ତୁରୁମୁଙ୍ଗା ଥାନାରେ ଦୋକାନ ମାଲିକ ହିମାଂଶୁ ଶେଖର ପାତ୍ର ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ତୁରୁମୁଙ୍ଗା ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି।


