ପରିବାର ସଦସ୍ୟଙ୍କୁ ବାନ୍ଧି ପକାଇ ସବୁ ଲୁଟିନେଲେ ଦୁର୍ବୃତ୍ତ

ଭବାନୀପାଟଣା,୨୯ା୫(ସ୍ବ.ପ୍ର.): କଳାହାଣ୍ଡି ଜିଲା କେସିଙ୍ଗା ସହରର ଜଗନ୍ନାଥ ପଡ଼ାରେ ଡକାୟତି ହୋଇଥିବା ଜଣାପଡ଼ିଛି। ସୂଚନାନୁଯାୟୀ,ସହରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ସୁବାସ ଅଗ୍ରଓ୍ବାଲ୍‌ଙ୍କ ଘରେ ରବିବାର ବିଳମ୍ବିତ ରାତିରେ ମାରଣାସ୍ତ୍ର ଦେଖାଇ ସଶସ୍ତ୍ର ଡକାୟତି ହୋଇଛି। ପରିବାର ଲୋକଙ୍କ କହିବା ଅନୁଯାୟୀ, ବିଳମ୍ବିତ ରାତିରେ ପ୍ରାୟ ୯ ଜଣ ଦୁର୍ବୃତ୍ତ ଘରକୁ ପଶି ଆସି ମାରଣାସ୍ତ୍ର ଦେଖାଇ ପରିବାର ସମସ୍ତ ସଦସ୍ୟଙ୍କୁ ବାନ୍ଧି ଦେଇ ଘରେ କଳାକାନା ବୁଲାଇଛନ୍ତି। ଘରେ ଥିବା ଆଲମାରୀ ଭାଙ୍ଗି ପ୍ରାୟ ୬ ଲକ୍ଷ ନଗଦ ଟଙ୍କା ଓ ସୁନାଗହଣା ନେଇ ଚମ୍ପଟ ମାରିଥିବା ଜଣାପଡ଼ିଛି। ୯ ଜଣ ଡକାୟତ ହିନ୍ଦୀ ଓ ବିହାରୀ ଭାଷାରେ କଥାବାର୍ତ୍ତା କରୁଥିବା ପରିବାର ଲୋକେ ସୂଚନା ଦେଇଥିବା ବେଳେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।