ପୂର୍ବତନ ବ୍ୟାଙ୍କ ମ୍ୟାନେଜରଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ : ଗ୍ରୀଲ ଭାଙ୍ଗି ନେଇଗଲେ …

କୋକସରା,୨୯।୧୦(ଡି.ଏନ.ଏ): କଳାହାଣ୍ଡି ଜିଲା କୋକସରା ଥାନା ଟେମରା ହଂସପଡା ଗାଁର ପୂର୍ବତନ ବ୍ୟାଙ୍କ ମ୍ୟନେଜର ନରେନ୍ଦ୍ର ନାଏକଙ୍କ ଘରେ ଗୁରୁବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ କଳାକନା ବୁଲାଇଛନ୍ତି। ତାଙ୍କ ଘରୁ ୧୦ ଭରି ସୁନାଗହଣା, ୫୦ ତୋଳା ରୁପା ଗହଣା ଓ ନଗଦ ୩୦ ହଜାର ଟଙ୍କା ଚୋରି କରି ନେଇଛନ୍ତି। ତାଙ୍କ ଘର ପଛପଟେ ଥିବା ଝରକା ଗ୍ରୀଲ ଭାଙ୍ଗି ପଶିଥିଲେ। ପରେ ୨ଟି ଗଡରେଜରୁ ଗହଣା ସହ ଟଙ୍କା ନେଇଯାଇଛନ୍ତି। ଗଡରେଜ୍‌ ଥିବା ଘରେ କେହି ଶୋଇ ନ ଥିବା ବେଳେ ଏହାର ଫାଇଦା ଉଠାଇ ଦୁର୍ବୃତ୍ତ ଏଭଳି କାଣ୍ଡ କରିଥିଲେ । ଅଭିଯୋଗ ପରେ ଘଟଣାସ୍ଥଳରେ କୋକସରା ଥାନାଧିକାରୀ ରମଣୀ ରଞ୍ଜନ ଦଳେଇ, ଉପଖଣ୍ଡ ପୋଲିସ ଅଧିକାରୀ ଧୀରଜ କୁମାର ଚୋପଦାର ପହଞ୍ଚି ତଦନ୍ତ ଚଳାଇ ଛନ୍ତି। ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍‌ ଟିମ ସାହାଯ୍ୟ ନିଆଯିବ ବୋଲି ଥାନାଧିକାରୀ କହିଛନ୍ତି ।