ଭଡ଼ାରେ ଲାଗୁଛି ଶରଧାବାଲି

ପୁରୀ ଅଫିସ,୧୪ ।୮: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ଆସିଲେ, ମନକୁ ଚାଲି ଆସେ ଶରଧାବାଲି। ଶ୍ରୀମନ୍ଦିର, ମହୋଦଧି ଓ ତୀର୍ଥ ପୁଷ୍କରିଣୀ ଭଳି ଶ୍ରୀଜଗନ୍ନାଥ ପରମ୍ପରାରେ ଶରଧାବାଲିର ମହତ୍ତ୍ବ ଓ ପ୍ରସିଦ୍ଧି ମଧ୍ୟ ସର୍ବଦା ସ୍ବତନ୍ତ୍ର। ହେଲେ ପୁରୀ ଶରଧାବାଲି ଏବେ ସମ୍ପୂର୍ଣ୍ଣ ରୂପେ ସଙ୍କୁଚିତ ହୋଇଯାଇଛି। ସେଠାରେ ବସ୍‌, ଟ୍ରକ୍‌ ଭଡ଼ାରେ ପାର୍କିଂ କରୁଥିବାରୁ ଜାଗାଟି ଏକ ଛୋଟିଆ ବର୍ଗାକାର କ୍ଷେତ୍ର ମଧ୍ୟରେ ସୀମିତ ହୋଇରହିଛି। ଫଳରେ ଶୌଚାଳୟଠାରୁ ଆରମ୍ଭ କରି ହୋଟେଲର ଆବର୍ଜନା ପାଣି ପର୍ଯ୍ୟନ୍ତ ସବୁ ପ୍ରକାରର ବର୍ଜ୍ୟବସ୍ତୁ ଶରଧାବାଲିରେ ପଡ଼ୁଛି। କେବଳ ରଥଯାତ୍ରା ଆସିଲେ ପ୍ରଶାସନ ଏହାକୁ ସାମାନ୍ୟ ସଫା କରି ପୁଣିଥରେ ତିନି ରଥ ପାଇଁ ପ୍ରସ୍ତୁତ ରଖୁଛି। ଶରଧାବାଲିକୁ ମୁଣ୍ଡରେ ମାରିବା ପାଇଁ ଭକ୍ତ କୋଷ କୋଷ ଦୂରରୁ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚୁଥିଲେ ମଧ୍ୟ ଏହାର ଏକ ବଡ଼ ଅଂଶ ଏବେ ବଡ଼ ଯାନବାହନର ପାର୍କିଂରେ ପରିଣତ ହୋଇଛି। ତାହାର ପବିତ୍ରତା ରକ୍ଷା କରିବା ଦିଗରେ ପ୍ରଶାସନ ମଧ୍ୟ ଧ୍ୟାନ ଦେଉ ନାହିଁ।
ସାହିତି୍ୟକ ବଦ୍ରି ମିଶ୍ର କହିଛନ୍ତି, ଶରଧାବାଲି ଭାର୍ଗବୀ ନଦୀର ଶାଖା ନଦୀ ମାଳିନୀ ନଦୀକୁ ରାଜା ଭାନୁଦେବଙ୍କ ସ୍ତ୍ରୀ ଶ୍ରଦ୍ଧାଙ୍କ ଉଦ୍ୟମରେ ପୋତାଯାଇ ଶ୍ରୀମନ୍ଦିରରୁ ଗୁଣ୍ଡିଚାଘର ଯାଏଁ ହୋଇଥିଲା। ବଡ଼ଦାଣ୍ଡ ଓ ରାଣୀଙ୍କ ନାମାନୁସାରେ ଏହି ସ୍ଥାନର ନାମ ହୋଇଥିଲା ଶରଧାବାଲି। ମାତ୍ର ବ୍ରିଟିଶ ଶାସନଠାରୁ ସ୍ବାଧୀନତାର ୭୫ ବର୍ଷ ମଧ୍ୟରେ ରାଜ୍ୟ ସରକାର କିମ୍ବା ଜିଲା ପ୍ରଶାସନ ଶରଧାବାଲି ସୁରକ୍ଷା ଓ ପ୍ରତିଷ୍ଠା ମର୍ଯ୍ୟାଦା ଦେବା ଦିଗରେ କୌଣସି କାର୍ଯ୍ୟକ୍ରମ ହାତକୁ ନେଇନାହାନ୍ତି। ସହରର ବିକାଶ ପାଇଁ ୨୦୦୨ରେ ବଡ଼ଦାଣ୍ଡ ଜାତୀୟ ରାଜପଥ ଭାବେ ଘୋଷଣା ହେଲା। ନିଷ୍ପତ୍ତି ଅନୁଯାୟୀ ଶରଧାବାଲିରେ ପିଚୁ ଆସ୍ତରଣ ପଡ଼ିଲା। ସେ ସମୟରେ ପୁରୀ ଏମ୍‌ପି ତଥା କେନ୍ଦ୍ର ଇସ୍ପାତ ମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀଙ୍କ ଉଦ୍ୟମରେ ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସଂଲଗ୍ନ ଏକ ଛୋଟ ଅଞ୍ଚଳରେ ଶରଧାବାଲି ବଞ୍ଚି ରହିଲା। ଲୁହା ବ୍ୟାରିକେଡ୍‌ ମଧ୍ୟରେ ଫଳକ ମରାଗଲା, ପବିତ୍ର ଶରଧାବାଲି, ଶ୍ରୀମନ୍ଦିର ପ୍ରଶାସନ। ହେଲେ ଏହାପରଠାରୁ ଶରଧାବାଲିର ବିକାଶ ଦିଗରେ ଜିଲା ପ୍ରଶାସନ ଧ୍ୟାନ ଦେଇ ନାହିଁ। ଓଲଟା କ୍ରମଶଃ ଏହା ଜବରଦଖଲ ହୋଇଆସିଛି। ପୁରୀକୁ ଆସୁଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଶରଧାବାଲିର ମାହାତ୍ମ୍ୟକୁ ଅନୁଭବ କରିପାରୁ ନାହାନ୍ତି। ଶରଧାବାଲି ଭଳି ଏକ ଐତିହ୍ୟକୁ କିଛିବର୍ଷ ହେବ ପୌରସଂସ୍ଥା ଭଡ଼ାରେ ଲଗାଉଛି। ଦିନକୁ ୧୦ ହଜାର ଟଙ୍କାରେ ଶରଧାବାଲିରେ ପୁସ୍ତକ ମେଳା ଓ କୁମାର ଉତ୍ସବ ଭଳି ବିଭିନ୍ନ କାର୍ଯ୍ୟକ୍ରମ, ଗାଡ଼ି ପାର୍କିଂ କରି ଭଡ଼ାରେ ଲାଗୁଛି। ଶରଧାବାଲି ମାଲିକାନା ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଥିବାବେଳେ ମ୍ୟୁନିସିପାଲିଟି ଏହାକୁ ଭଡ଼ାରେ ଲଗାଇ ଟଙ୍କା ଆଦାୟ କରିବାରେ ବ୍ୟସ୍ତ। ଶ୍ରୀମନ୍ଦିର ପ୍ରଶାସନ ହୁଣ୍ଡିକୁ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କା ଆସୁଥିବା ବେଳେ ଶରଧାବାଲିର ବିକାଶ ପାଇଁ ପ୍ରଶାସନ କାହିଁକି ତତ୍ପରତା ଦେଖାଉନି ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି।
ଶରଧାବାଲିକୁ ଜବରଦଖଲ ମୁକ୍ତ କରି ଏହାର ଆଗ ସାମ୍ନାରୁ ଉଠା ଦୋକାନୀଙ୍କୁ ଉଠାଇ ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣ କରି ଶରଧାବାଲିର ଗୌରବ ଫେରାଇ ଅଣାଯାଉ ବୋଲି ସାମାଜିକ କର୍ମୀ ସ୍ବାଧୀନ ପଣ୍ଡା କହିଛନ୍ତି। ପୁରୀ ସହରର ଏହି ଐତିହ୍ୟକୁ ସୁରକ୍ଷା ନ ଯୋଗାଇଲେ ଶରଧାବାଲି ଦିନେ ମାନସପଟରୁ ହଜିଯିବ ବୋଲି ସେ ଆଶଙ୍କା କରିଛନ୍ତି। ଅନ୍ୟପକ୍ଷେ ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ ସ୍ବାଇଁ କହିଛନ୍ତି, ଶରଧାବାଲିରେ ମେଳା, ଉତ୍ସବ ହେଲେ ସାନିଟେଶନ୍‌ ଫି ଆଦାୟ ହେଉଛି। ଶରଧାବାଲି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅଧୀନରେ ଥିବାବେଳେ ମ୍ୟୁନିସିପାଲିଟି ରକ୍ଷଣାବେକ୍ଷଣ ଦାୟିତ୍ୱରେ ରହିଛି। ଏହି ଐତିହ୍ୟର ସୌନ୍ଦର୍ଯ୍ୟକରଣ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରି କାର୍ଯ୍ୟକ୍ରମ ହାତକୁ ନିଆଯିବ। ସେହିପରି ଶ୍ରୀମନ୍ଦିରର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, ରଥଯାତ୍ରା ପାଇଁ ଶରଧାବାଲି ବ୍ୟାରିକେଡ ଖୋଲାଯାଇଥିଲା। ପୁନଶ୍ଚ ପ୍ରଶାସନ ପକ୍ଷରୁ ଏହା ବ୍ୟାରିକେଡିଂ କରାଯିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଖୁବ୍‌ଶୀଘ୍ର ଲୁହା ବ୍ୟାରିକେଡ୍‌ କରାଯିବ। ଅନ୍ୟପଟେ ଏହା ଏକ ହେରିଟେଜ ହୋଇଥିବା ହେତୁ ଏହାକୁ ଭଡ଼ା ଲଗାଇବା ଉଚିତ ନୁହେଁ। ମାତ୍ର ପୁରୀ ପୌର ସଂସ୍ଥା ସହ ଏ ନେଇ ଆଲୋଚନା କରାଯିବ। ପୌରସଂସ୍ଥା ବିକାଶ କାର୍ଯ୍ୟ କରିବାକୁ ଚାହିଁଲେ, ସବୁ ପ୍ରକାର ସହଯୋଗ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri