Posted inଜାତୀୟ

ବଜେଟ ଅଧିବେଶନକୁ ଅପେକ୍ଷା, ଝିଅଙ୍କ ବିବାହ ବୟସ ୧୮ରୁ ୨୧କୁ ବୃଦ୍ଧି ବିଲ୍‌ ଉପରେ ନିଷ୍ପତ୍ତି…

ନୂଆଦିଲ୍ଲୀ, ୨୨।୧୨: ସଂସଦର ଶୀତକାଳୀନ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ଲାଗି ବୁଧବାର ସ୍ଥଗିତ ରଖାଯାଇଛି। ତେଣୁ ଝିଅଙ୍କ ବିବାହ ବୟସ ୧୮ରୁ ୨୧କୁ ବୃଦ୍ଧି ବିଲ୍‌ ନେଇ ଆଗାମୀ ବଜେଟ ଅଧିବେଶନରେ ନିଷ୍ପତ୍ତି ଗ୍ରହଣ କରାଯିବ। ଲୋକ ସଭାରେ ଏହି ବିଲ୍‌ ଉପସ୍ଥାପିତ ହେବା ପରେ ଏହାକୁ ସଂସଦୀୟ କମିଟିକୁ ପଠାଯାଇଛି। ଲୋକସଭାରେ ବାଲ୍ୟ ବିବାହ ନିଷେଧ ସଂଶୋଧନ ବିଲ ଆଗତ କରିବା ପରେ ସରକାର ଏହାକୁ ସଂସଦର ସ୍ଥାୟୀ କମିଟି ନିକଟକୁ ପଠାଇବାକୁ ପରାମର୍ଶ ଦେଇଛନ୍ତି। ଏହି ବିଲ ଆଗତ ସମୟରେ ଗୃହରେ ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା।

ବିରୋଧୀ ଦଳଙ୍କ ପକ୍ଷରୁ ଏହି ବିଲକୁ ଅସାମ୍ବିଧାନିକ ବୋଲି କହିଛନ୍ତି ଏବଂ ଏହା ବିଭିନ୍ନ ଧର୍ମର ପରମ୍ପରାରେ ହସ୍ତକ୍ଷେପ ବୋଲି କୁହାଯାଇଛି। ଏହି ବିଲ ଆଗତ କରିବା ପୂର୍ବରୁ ହିତାଧିକାରୀଙ୍କ ସହ ପରାମର୍ଶ ନ କରିଥିବାରୁ ବିରୋଧୀ ମଧ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି।

ଅଧୀର ରଞ୍ଜନ ଚୌଧୁରୀ, ସୌଗତ ରାୟ, ଆସାଦୁଦ୍ଦିନ ଓୱାଇସି, ଏନ.କେ ପ୍ରେମଚନ୍ଦ୍ରନ, ଇ ଅହମ୍ମଦ ବଶୀର, ସୁପ୍ରିୟା ସୁଲେ, କାନି ମୋଜି ଏହାକୁ ଆଲୋଚନା ପାଇଁ ସଂସଦୀୟ କମିଟି ନିକଟକୁ ପଠାଇବାକୁ ଦାବି କରିଥିଲେ। ଏହି ବିଲ୍‌ ନେଇ ଏବେ ଆଗାମୀ ବଜେଟ ଅଧିବେଶନରେ ନିଷ୍ପତ୍ତି ଗ୍ରହଣ କରାଯିବ।

ଶୀତ ଅଧିବେଶନରେ ସରକାର ଅଧ୍ୟାଦେଶ ସହ ଜଡିତ ସମସ୍ତ ବିଲ ପାରିତ କରିଛନ୍ତି। ପ୍ରଥମ ଦିନରେ କୃଷି ଆଇନ ପ୍ରତ୍ୟାହାର ପାଇଁ ବିଲ ଉପରେ ମୋହର ଲାଗିଛି। ଭୋଟର ପରିଚୟ ପତ୍ର ସହିତ ଆଧାର, ଏନଡିପିଏସ ବିଲ, ବିବାରପତିଙ୍କ ଦରମା-ଭତ୍ତା ଏବଂ ସେବା ସର୍ତ୍ତ ବିଲ୍‌, ସିବିଆଇ-ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ ମୁଖ୍ୟଙ୍କ କାର୍ଯ୍ୟକାଳକୁ ପାଞ୍ଚ ବର୍ଷ ବୃଦ୍ଧି, ପ୍ରଜନନ ଫର୍ଟିଲିଟି ଟ୍ରିଟମେଣ୍ଟ ଇଣ୍ଡଷ୍ଟ୍ରି ରେଗୁଲେସନ ବିଲ ଆଦି ସଂସଦର ଅନୁମୋଦନ ଲାଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri