Categories: ଫୁରସତ

‘ଭଲ ଜୀବନସାଥୀଟିଏ ଖୋଜୁଛି’

ବିବାହ ପାଇଁ ମ୍ୟାଟ୍ରିମୋନି ସାଇଟ୍‌ସର ସହାୟତା ନିଆଯାଉଥିବା ଦେଖିଥିବେ ବା ଶୁଣିଥିବେ। ମାତ୍ର ଆମେରିକା ଟେକ୍ସାସର ଜଣେ ବ୍ୟକ୍ତି ଝିଅ ଖୋଜିବା ପାଇଁ ଏକ ଭିନ୍ନ ତରିକା ଆପଣାଇଛନ୍ତି। ୬୬ ବର୍ଷୀୟ ଜିମ୍‌ ବେଜ୍‌ ଜୀବନସାଥୀ ଖୋଜିବା ପାଇଁ ଏକ ବୋର୍ଡରେ ନିଜର ଫଟୋ ଲଗାଇ ଜାତୀୟ ରାଜପଥ ପାର୍ଶ୍ୱରେ ଲଗାଇଛନ୍ତି।

ବୋର୍ଡରେ ଲେଖାଯାଇଛି, ମୁଁ ଜଣେ ଭଲ ମହିଳା ଖୋଜୁଛି। ଯାହାଙ୍କ ବୟସ ୫୦ରୁ ୫୫ ହୋଇଥିବ। ଯିଏ ଦୟାଳୁ ହୋଇଥିବେ ଏବଂ ଭଲ କଥା କହୁଥିବେ। ସେମାନେ ବୋର୍ଡର ତଳେ ଦିଆଯାଇଥିବା ଫୋନ୍‌ ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ।

ଜିମ୍‌ଙ୍କର ପୂର୍ବରୁ ଦୁଇଥର ବିବାହ ହୋଇ ଛାଡ଼ପତ୍ର ହୋଇସାରିଛି। ପୂର୍ବ ସ୍ତ୍ରୀଙ୍କର ତାଙ୍କର ୫ଟି ସନ୍ତାନ ମଧ୍ୟ ଅଛନ୍ତି। ଜିମ୍‌ କୁହନ୍ତି,ମୁଁ ଭଲ ମହିଳା ଖୋଜୁଛି। ଡେଟିଂ ଆପ୍‌ରୁ ଆରମ୍ଭ ହୋଇଥିଲା। କିନ୍ତୁ ପରେ ମୋତେ ଲାଗିଲା ଡେଟିଂ ଆପ୍‌ କୌଣସି ବ୍ୟକ୍ତିତ୍ୱ ସମ୍ପର୍କରେ ଠିକ୍‌ରେ ଜଣାପଡ଼ିବ ନାହିଁ। ଯାହା ପରେ ଜିମ୍‌ ଏକ ବୋର୍ଡରେ ଫଟୋ ଲଗାଇ ଜାତୀୟ ରାଜପଥ ପାର୍ଶ୍ୱରେ ଲଗାଇଦେଲେ।

ଜିମ୍‌ କୁହନ୍ତି, ମୁଁ ଏମିତି ଜଣେ ଜୀବନସାଥୀ ଖୋଜୁଛି ଯିଏ ମୋତେ ବିପଦ ସମୟରେ ସାଥ୍‌ ଦେବେ। ସେ ଆହୁରି କହିଛନ୍ତି, ମୋର ବ୍ୟସ୍ତବହୁଳ ଜୀବନ। ମାତ୍ର ଏକୁଟିଆ ବଞ୍ଚିବାକୁ ଚାହେଁନାହିଁ। ମୁଁ ଚାହଁୁଛି କାହା କାନ୍ଧ ଉପରେ ମୁଣ୍ଡ ରଖିବି ଆଉ ସେ ମୋତେ କହିବ ଚିନ୍ତା କରନା, ସବୁ ଠିକ୍‌ ହୋଇଯିବ।

ଅନ୍ୟପକ୍ଷରେ ଜିମ୍‌ଙ୍କ ଏହି ବୋର୍ଡ ଦେଖି ତାଙ୍କ ସହ ଡେଟ୍‌ରେ ୫ ଜଣ ମହିଳା ଯାଇ ସାରିଲେଣି। ୨୪ ଜଣରୁ ଅଧିକ ଭଏଲ ମେଲ୍‌ ବି ପଠାଇଛନ୍ତି। ମାତ୍ର କେହି ତାଙ୍କର ପସନ୍ଦ ହୋଇନାହାନ୍ତି। ଏବେ ବି ସେ ଜଣେ ଭଲ ଜୀବନସାଥୀ ଖୋଜି ଚାଲିଛନ୍ତି।

Share