ଦେଖ ସହର କେମିତି ବଦଳୁଛି

ମୀରା ବେଉରା

 

ଆମ ଭିତରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜର ଅସଫଳତାକୁ ପ୍ରକାରାନ୍ତରେ ଯୁକ୍ତିଯୁକ୍ତ ବୋଲି ଦର୍ଶାଇବାକୁ ଏବଂ ନିଜ ମୁଣ୍ଡ ଉପରୁ ଦାୟିତ୍ୱ ଖସାଇବାକୁ ଚେଷ୍ଟା କରନ୍ତି। ଏହି ପ୍ରସଙ୍ଗରେ ବିଖ୍ୟାତ ନାଟ୍ୟକାର ଜଜ୍‌ ବର୍ଣ୍ଣାଡ ଶ’ କହିଛନ୍ତି, ‘ଲୋକେ ସର୍ବଦା ଯେଉଁ ସ୍ତରରେ ଅଛନ୍ତି ସେଥିପାଇଁ ସେମାନେ ସବୁବେଳେ ପରିସ୍ଥିତିକୁ ଦୋଷ ଦେଇଥାନ୍ତି’। ଜଜ୍‌ ବର୍ଣ୍ଣାଡ ଶ’ କେବେ ପରିସ୍ଥିତିରେ ବିଶ୍ୱାସ କରନ୍ତି ନାହିଁ। ଯେଉଁ ଲୋକମାନେ ଏ ଜଗତରେ ଉନ୍ନତି କରନ୍ତି ସେମାନେ ପରିସ୍ଥିତିକୁ ଦୋଷ ନ ଦେଇ ନିଜେ ଚାହୁଁଥିବା ପରିସ୍ଥିତିକୁ ସୃଷ୍ଟି କରନ୍ତି। ଏଠାରେ ଏହି ପ୍ରସଙ୍ଗ ଉପସ୍ଥାପନା କରିବାର ଉଦ୍ଦେଶ୍ୟ ହେଲା ଆଜି ଯେଉଁଭଳି କଟକ ଏବଂ ଭୁବନେଶ୍ୱର ଭଳି ସ୍ମାର୍ଟ ସିଟିରେ ବର୍ଷାର ବିପତ୍ାତ ଘଟୁଛି ଏହା କିଛି ନୂଆ କଥା ନୁହେଁ। ସ୍ମାର୍ଟ ସିଟି ବୋଲାଉଥିବା ଭୁବନେଶ୍ୱରରେ ଏଭଳି ବର୍ଷା ହେଲା ଯେ, ଯାହା ୨୬ ବର୍ଷର ରେକର୍ଡ ଭାଙ୍ଗିଦେଲା ପୂର୍ବରୁ ୧୯୯୭ ଅଗଷ୍ଟ ୨୦ ତାରିଖରେ ଯେଉଁ ବର୍ଷା ହୋଇଥିଲା ତାହା ଥିଲା ୨୪ ଘଣ୍ଟାରେ ୨୫୪.୨ ମିଲିମିଟର। କିନ୍ତୁ ଗତ ଜୁଲାଇ ୩୧ ତାରିଖ ଦିନ ଯେଉଁ ବର୍ଷା ହୋଇଥିଲା ତାହା ସବୁ ରେକର୍ଡ ଭାଙ୍ଗି ୨୪ ଘଣ୍ଟାରେ ୨୫୯.୨ ମିଲିମିଟର ପହଞ୍ଚତ୍ଲା। ଆମେ ସତର୍କ ସୂଚନା ପାଇ ମଧ୍ୟ କେତେ ପ୍ରସ୍ତୁତ ଥିଲୁ ତାହା ଏହି ଦୁଇ ପ୍ରମୁଖ ସହରକୁ ଦେଖିଲେ ବୁଝାପଡ଼ିଯିବ। ସବୁବେଳେ ଆମେ ବର୍ଷା ହୋଇସାରିଲାପରେ ତପତ୍ରତା ପ୍ରକାଶ କରି ଅସ୍ତବ୍ୟସ୍ତ ହୋଇପଡ଼ୁ। କିନ୍ତୁ ଆଗରୁ ଆମେ କାହିଁକି ଏଥିପ୍ରତି ଯେତିକି ଦୃଷ୍ଟି ଦେବା କଥା ଦେଇପାରିଲୁ ନାହିଁ। କାହାର ଏଥିପ୍ରତି ନିଘା ନ ଥିଲା। ବର୍ଷା ଜଳରେ ଯେତେବେଳେ ଦୁଇ ସହର ଉବୁଟୁବୁ ହେଉଥିଲା ଆମେ ସମସ୍ତେ ପରିସ୍ଥିତିକୁ ହିଁ ଦୋଷ ଦେଇ ଦାୟିତ୍ୱରୁ ଖସିବା ପାଇଁ ଚେଷ୍ଟା କରୁଥିଲୁ। ବଡ଼ ଦୁଃଖର କଥା ବର୍ଷସାରା ରାସ୍ତାଗୁଡ଼ିକ ଖୋଳାଯାଇ ଯେମିତି ଏହା ମରଣଯନ୍ତା ପାଲଟିଛି । ଖୋଲା ନାଳରେ ପଡ଼ି ଅନେକଙ୍କର ବି ପ୍ରାଣ ଗଲାଣି।
ଏଠାରେ ପ୍ରଶ୍ନ ଉଠୁଛି ଦୁର୍ଘଟଣା ଘଟିଲାପରେ ଯାଇ ଆମେ ସତର୍କ ହେଲାଭଳି ବାହୁସ୍ଫୋଟ ମାରି କଥାହେଉ। ଆଜି ବର୍ଷା ଜଳ ନିଷ୍କାସିତ ନ ହୋଇପାରି ଯେଉଁ କୃତ୍ରିମ ବନ୍ୟା ସୃୃଷ୍ଟି ହୋଇ ରାଜରାସ୍ତା ଉପରେ ଆଣ୍ଠୁଏ ଆଣ୍ଠୁଏ ପାଣି ଲହଡ଼ି ଭାଙ୍ଗୁଛି ଏଭଳି ପରିସ୍ଥିତିରେ ଆମେ କିଭଳି ଚୁପ୍‌ ରହିପାରୁଛୁ। ବୌଦ୍ଧ ଜିଲାରେ ସର୍ବାଧିକ ୩୯୦ ମିଲିମିଟର ବର୍ଷା ହୋଇ କେଉଁଠି ମାଟି କାନ୍ଥ ପଡ଼ି ଲୋକେ ମୃତ୍ୟୁବରଣ କଲେଣି ତ ପୁଣି କେଉଁଠି ମୁକୁଳା ଡ୍ରେନ୍‌ରେ ପିଲାଠୁ ବୃଦ୍ଧା ପଡ଼ି ପ୍ରାଣ ହରେଇଲେଣି। ସତରେ ଆଜି ଜନଜୀବନ ଏହି କୃତ୍ରିମ ବନ୍ୟାରେ ଦୁର୍ବିଷହ ହୋଇପଡ଼ିଛି। ଲୋକମାନଙ୍କର ନାହିଁ ନ ଥିବା ଦୁର୍ଦ୍ଦଶା।
ରାଜ୍ୟର ଜଙ୍ଗଲ ସବୁ ନଷ୍ଟ କରିସାରିଲୁଣି। ଧର୍ମକୁ ଆଖିଠାର ମାରି କେବଳ କାଗଜ କଲମରେ ଜଙ୍ଗଲ ବଢ଼ାଇଲୁ ବୋଲି ଆମତ୍ଗର୍ବରେ ଫାଟି ପଡ଼ୁଛୁ ।
କିନ୍ତୁ ପ୍ରକୃତରେ ଜଙ୍ଗଲକୁ ଧ୍ୱଂସ କରି ଗୁଡ଼ାଏ କଂକ୍ରିଟ୍‌ ଜଙ୍ଗଲ ସୃଷ୍ଟି କରିସାରିଲୁଣି। ତେବେ କାହାକୁ ଠକୁଛେ? ଆପଣା ହସ୍ତେ ଜିହ୍ବା ଛେଦିଲା ଭଳି ପରିସ୍ଥିତି ସୃଷ୍ଟି କରୁଛେ। ସହରବାସୀ ତାଙ୍କର ଦୁଃଖ କଷ୍ଟକୁ ଯେତେ ଜଣାଇଲେ ମଧ୍ୟ ଏହି ସମସ୍ୟାର ଗୋଟିଏ ସ୍ଥାୟୀ ସମାଧାନ ହୋଇପାରୁନାହିଁ।
ସବୁବେଳେ ବାହାଘର ବେଳେ ବାଇଗଣରୁଆ ନୀତିରେ ବର୍ଷା ସମୟରେ ହିଁ ଆମେ ନାଳ ସଫା କରିବା ଆଳରେ ନର୍ଦ୍ଦମାକୁ ରାସ୍ତାକଡ଼ରେ ଅଜାଡ଼ି ରାସ୍ତାକୁ ଆହୁରି ଅପରିଷ୍କାର କରିଦେଉଛୁ। ଯେତେ ଚେଷ୍ଟା କଲେ ମଧ୍ୟ କଟକ ଏବଂ ଭୁବନେଶ୍ୱରକୁ ଦୁର୍ଘଟଣା ମୁକ୍ତ କରିପାରୁନାହୁଁ। ଆଉ କେତେ ପିଲାଙ୍କ ଅମୂଲ୍ୟଜୀବନ ଡ୍ରେନ୍‌ରେ ପଡ଼ି ମୃତ୍ୟୁମୁଖରେ ପଡ଼ିଲେ ଆମର ଚେତନାର ଉଦୟ ହେବ, ଆମେ ସତର୍କ ରହିବୁ ତାହା ବୁଝାପଡ଼ୁନାହିଁ। ଆଉ କେତେ ନଳାପାଣିରେ ତିନ୍ତି ବୁଡ଼ି ପାଣି ଘେରରେ ରହିଲେ ଆମେ ଶିକ୍ଷାଲାଭ କରିବୁ? ମୋଟର ଲଗାଇ ନଳାପାଣିକୁ ଯଦି ଘରୁ ବାହାର କରି ଆମେ ପ୍ରସ୍ତୁତ ଓ ସଜାଗ ସତର୍କ ଅଛୁ ବୋଲି କହିବା ତେବେ ଏହାଠାରୁ ବଳି ଦୁର୍ଭାଗ୍ୟ ଆଉ କ’ଣ ଥାଇପାରେ। ଗ୍ରାମରୁ ସହରକୁ ଆକର୍ଷିତ ହୋଇଆସିଥିବା ସହରବାସୀ ଅଙ୍ଗେ ଲିଭାଉଛନ୍ତି ତାଙ୍କର ଦୁର୍ଦ୍ଦଶା। ୧୦୦୦ବର୍ଷର ସହର କଟକ ଧବଳ ଟଗର ଦୁଃଖ ଦୁର୍ଦ୍ଦଶା ମଧ୍ୟ ନ କହିଲେ ଭଲ। ଅସରାଏ ବର୍ଷାରେ ଛୋଟ ଶିଶୁଠାରୁ, ବରିଷ୍ଠ ନାଗରିକ ପର୍ଯ୍ୟନ୍ତ ସମସ୍ତେ ଖଟ ଉପରେ ଭୋକ ଉପାସରେ ରହୁଛନ୍ତି।
ଇଏତ ଗଲା ଛାତଘର ଲୋକଙ୍କ କଥା। ମୁଣ୍ଡ ଉପରେ ଅସ୍ଥାୟୀ ଛାତ ଥିବା ସହରର ବସ୍ତି ଅଞ୍ଚଳରେ ବାସ କରୁଥିବା ଲୋକଙ୍କ କଥା ପଚାରେ କିଏ? ଏମାନେ ତ ନର୍ଦ୍ଦମା ପାଣିଘେରରେ ମଶା, ମାଛି, ଡାଆଁଶ ପାଖରେ ରହି ଜୀବନ ଜିଇବା ଶିଖିଗଲେଣି। ଏମାନଙ୍କୁ ବର୍ଷା ଆଉ ଏତେ ମାତ୍ରାରେ ବାଧୁନି। ଦିହସୁଆ ହୋଇଗଲାଣି।
ସ୍ବାଧୀନତାର ୭୬ ବର୍ଷ ଅତିକ୍ରମ କରିଥିଲେ ମଧ୍ୟ ସହରରୁ ନଳାପାଣି ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ହୋଇପାରୁନାହିଁ। ବର୍ଷସାରା ଜାଇକା କାର୍ଯ୍ୟ ଜାରି ରହୁଛି। ଜାଇକା ତ ନୁହେଁ ମନେହେଉଛି ଏହା ଯେପରି ଯନ୍ତ୍ରଣାର ଜାଲ ବିଛାଉଛି। ସହରରେ ମନ୍ଦିର ମଧ୍ୟ ଜଳମଗ୍ନ। କେତେ ଅସହାୟ ସତରେ ଆମ ଠାକୁର। ସହରର ମନ୍ଦିର ଏଭଳି ଜଳମଗ୍ନ ହୋଇ ରହିଛି, ଯାହା ଠାକୁରଙ୍କର ଜଳାଧିବେଶକୁ ବୁଝାଇବ। ତେବେ ଏହି ବର୍ଷାଜଳ ନିଷ୍କାସନ ବ୍ୟବସ୍ଥାର ପ୍ରତିକାର କେବଳ ବର୍ଷାଦିନେ ଆମେ କାହିଁକି ଚିନ୍ତାକରି କୁମ୍ଭୀର କାନ୍ଦଣା କାନ୍ଦୁଛୁ ତାହା ବୁଝାପଡ଼ୁନି। ଯଦିଓ ଏହି ସମସ୍ୟା ନୂଆ ନୁହେଁ ତଥାପି ଆମେ କେବଳ ବର୍ଷାଦିନେ ହିଁ ତପତ୍ରତା ଦେଖାଇଛୁ। ବହୁ ବୁଦ୍ଧିଜୀବୀ, ବୈଜ୍ଞାନିକ, ବରିଷ୍ଠ ଯନ୍ତ୍ରୀ, ପ୍ରଶାସକ, ମେୟର ଅନେକ ଦିନ ଧରି ଏହି ସମସ୍ୟାକୁ ଦେଖି ଆସୁଥିବା ସତ୍ତ୍ୱେ ଏହାର ସ୍ଥାୟୀ ସମାଧାନର ସୂତ୍ର ବାହାର ନ କରି ପରସ୍ପରକୁ କେବଳ କାଦୁଅ ପିଙ୍ଗିବାରେ ବ୍ୟସ୍ତ ରହୁଛନ୍ତି। ଏଇଠି ପ୍ରଶ୍ନ ଉଠୁଚି କେବଳ ବର୍ଷାଦିନରେ ତପତ୍ରତା ନ ଦେଖାଇ ନଗର ଉନ୍ନୟନ ବିଭାଗ ଏବଂ ମହାନଗର ନିଗମ ଅନ୍ୟଦିନରେ ତପତ୍ରତା ଦେଖାଇଲେ ଅସୁବିଧା କେଉଁଠି ରହୁଛି। ଏହା କେବଳ ଗୃହ ନଗର ଉନ୍ନୟନ ବ୍ୟବସ୍ଥାର ଦୟନୀୟ ଚିତ୍ରକୁ ହିଁ ଦର୍ଶାଇଛି। କହିବା କାହାକୁ ଶୁଣିବ କିଏ?
ଏହି ବର୍ଷାଜଳ ଏବଂ ନଳାପାଣି ଯେଉଁ ଘରେ ଘରେ ପଶୁଛି ଏହା ମନୁଷ୍ୟକୃତ ବୋଲି ଧରିବାକୁ ହେବ। ପରିସ୍ଥିତି ଯେତେ ଜଟିଳ ହେଉନା କାହିଁକି ଏହାର ସ୍ଥାୟୀ ପ୍ରତିକାର ହେବା ନିହାତି ଆବଶ୍ୟକ। କୋଟି କୋଟି ଟଙ୍କା ବିନିମୟରେ ରାଜ୍ୟରେ ଯେତେବେଳେ ଖୋଲୁଛି ଅତ୍ୟାଧୁନିକ ଆହାର କେନ୍ଦ୍ର, ଯାହା ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା, ପୁଣି ପଞ୍ଚତାରକା ହୋଟେଲ ଢାଞ୍ଚାରେ ଯେତେବେଳେ ନିର୍ମାଣ ହୋଇପାରୁଛି, ଏହି ସମସ୍ୟା ସମାଧାନ ନ ହେବ କିପରି? ସ୍ମାର୍ଟ ସିଟି ପାଇଁ ସମସ୍ତଙ୍କ ମିଳିତ ଉଦ୍ୟମରେ ସ୍ମାର୍ଟ ହୃଦୟଟିଏ ଲୋଡ଼ା। ଦକ୍ଷ ବରିଷ୍ଠ ଯନ୍ତ୍ରୀ ତଥା ପ୍ରଶାସକ ବୁଦ୍ଧିଜୀବୀ ସରକାରଙ୍କୁ ଏହି ଦିଗରେ ଉଚିତ ପରାମର୍ଶ ଦେଇ ରାଜ୍ୟକୁ ବିକାଶ କ୍ଷେତ୍ରରେ ଆଗେଇ ନେଇ ସହରର ପ୍ରକୃତ ବିକଶିତ ଚିତ୍ରକୁ ଆଙ୍କିଲେ ହିଁ ରାଜ୍ୟର ବିକାଶ ସମ୍ଭବ ହେବ।
ରଘୁନାଥଜୀଉ ମହାବିଦ୍ୟାଳୟ
ଦେଉଳ ସାହି, ତୁଳସୀପୁର, କଟକ
ମୋ: ୯୮୫୩୩୫୦୩୮୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri