Categories: ଫୁରସତ

ପୁଅ ନବମ, ହେଲେ ଝିଅ ଡାକ୍ତର-ଇଞ୍ଜିନିୟର: ଜାଣନ୍ତୁ କେତେ ପଢ଼ିଛନ୍ତି ଲାଲୁ ଯାଦବଙ୍କ ସନ୍ତାନ

ଲାଲୁ ପ୍ରସାଦ ଯାଦବ ଭାରତୀୟ ରାଜନୀତିର ଲୋକପ୍ରିୟ ଚେହେରା ମଧ୍ୟରୁ ଅନ୍ୟତମ। ବିହାରର ମୁଖ୍ୟମନ୍ତ୍ରୀ ପଦଠାରୁ ଆରମ୍ଭ କରି କେନ୍ଦ୍ରରେ ରେଳ ମନ୍ତ୍ରୀ ରହିଥିବା ଲାଲୁ ଓକିଲାତି କରିଛନ୍ତି। ବିହାର ପାଟଣାର ବିଏନ୍‌ କଲେଜରେ ଓକିଲାତି ପଢ଼ା ସାରିବା ପରେ ସେ ରାଜନୀତି ବିଜ୍ଞାନରେ ପୋଷ୍ଟ ଗ୍ରାଜୁଏଶନ୍‌ ମଧ୍ୟ କରିଛନ୍ତି। ହେଲେ ତାଙ୍କ ପୁଅମାନଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଅନେକ ଥର ପ୍ରଶ୍ନ ଉଠିଛି।

ଲାଲୁଙ୍କ ବଡ଼ ପୁଅଙ୍କ ନାମ ତେଜ ପ୍ରତାପ ଯାଦବ। ସେ ଏକାଦଶ ପର୍ଯ୍ୟନ୍ତ ପଢ଼ିଛନ୍ତି। ଦ୍ୱାଦଶରେ ଫେଲ୍‌ ହେବା ପରେ ସେ ପାଠପଢ଼ା ଛାଡ଼ି ଦେଇଥିଲେ।

ସେହିଭଳି ବିହାରର ଡେପୁଟି ସିଏମ୍‌ ରହିଥିବା ଲାଲଙ୍କ ପୁଅ ତେଜସ୍ବି ଯାଦବ ମାତ୍ର ୯ମ ପାସ୍‌।

ଅପରପକ୍ଷେ ଲାଲୁଙ୍କ ସବୁଠାରୁ ବଡ଼ ଝିଅ ମିସା ଏମ୍‌ବିବିଏସ୍‌ କରିଛନ୍ତି। ପାଟଣା ମେଡିକାଲ କଲେଜରେ ପଢ଼ିଥିବା ବେଳେ କଲେଜ ଟପ୍ପର ମଧ୍ୟ ହୋଇଥିଲେ।


ଲାଲୁଙ୍କ ଝିଅ ରୋହିଣୀ ଏମ୍‌ବିବିଏସ୍‌ କରିଛନ୍ତି।

ତୃତୀୟ ଝିଅ ଚନ୍ଦା ଏଲ୍‌ଏଲ୍‌ବି କରିଛନ୍ତି। ପୁଣେର ପ୍ରତିଷ୍ଠିତ କଲେଜରୁ ସେ ଓକିଲାତି ଡିଗ୍ରୀ ହାସଲ କରିଛନ୍ତି।


ଲାଲୁଙ୍କ ଝିଅ ରାଗିଣୀ ଇଣ୍ଟର ପାସ କରିଛନ୍ତି। ରାଞ୍ଚିର ବିର୍ଲା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିରେ ବିଟେକ୍‌ କରୁଥିଲେ। ହେଲେ ସେ ଏହାକୁ ପୁରା କରି ନ ଥିଲେ।

ହେମା ଯାଦବ ବିଆଇଟି, ରାଞ୍ଚିରୁ ବିଟେକ୍‌ କରିଛନ୍ତି। ମୁଖ୍ୟମନ୍ତ୍ରୀ କୋଟାରେ ସେ ଆଡମିଶନ ନେଇଥିଲେ।


ଲାଲୁଙ୍କ ୬ଷ୍ଠ ଝିଅ ଅନୁଷ୍କା ଇଣ୍ଟେରିୟର ଡିଜାଇନିଂରେ ଗ୍ରାଜୁଏଶନ୍‌ କରିଛନ୍ତି। ସେ ହରିୟାଣାରେ ରଓ୍ବୋଡିର ଏକ କଲେଜରୁ ଓକିଲାତି ପାଠ ପଢ଼ୁଥିବା ଜଣାପଡ଼ିଛି।


ଲାଲୁଙ୍କ ସବୁଠାରୁ ସାନ ଝିଅ ରାଜଲକ୍ଷ୍ମୀ ନୋଏଡାର ଅମିତ୍‌ ୟୁନିଭର୍ସିଟିରୁ ଗ୍ରାଜୁଏଶନ୍‌ କରିଛନ୍ତି।

Share