Posted inଖେଳ

କୁଲ୍‌ଦୀପ୍‌-ଚହଲଙ୍କ ଉପରେ ନଜର

ମୁମ୍ବାଇ,୧୬ା୩(ପି.ଟି.): ଇଂଲଣ୍ଡରେ ଅନୁଷ୍ଠିତ ୨୦୧୯ ବିଶ୍ୱକପରେ ଭାରତର ପ୍ରଥମ ପସନ୍ଦର ବୋଲର ରହିଥିବା କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ(କୁଲ୍‌-ଚା) ପରବର୍ତ୍ତୀ ସମୟରେ ଅନେକ ପରିବର୍ତ୍ତନର ସାମ୍ନା କରିଛନ୍ତି। ୨୦୨୧ରେ କୁଲଦୀପଙ୍କ ଆଣ୍ଠୁରେ ସର୍ଜରୀ ହୋଇଥିବା ବେଳେ ଖରାପ ପ୍ରଦର୍ଶନ କାରଣରୁ ଚହଲ ଆଉ ପ୍ରଥମ ପସନ୍ଦର ବୋଲର ନାହାନ୍ତି। ଅନେକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଓ ବିଶ୍ୱକପ ଭଳି ଇଭେଣ୍ଟରେ ଚହଲଙ୍କୁ ଗୋଟିଏ ବି ମ୍ୟାଚରେ ସୁଯୋଗ ମିଳୁନାହିଁ। ତେବେ ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଏହି ଦୁଇ ଖେଳାଳିଙ୍କ ଉପରେ ସଭିଙ୍କ ନଜର ରହିବ।

ଦୁଇ ବୋଲରଙ୍କ ଠାରୁ ଗୁଗଲୀ, ଲେଗ୍‌ ବ୍ରେକ୍‌ ଏବଂ ଫ୍ଲିପର ପରି ବିବିଧତା ଦେଖିବାକୁ ପ୍ରଶଂସକ ମାନେ ବ୍ୟଗ୍ର। ଭାରତୀୟ ଦଳର ଷ୍ଟାଣ୍ଡ ଇନ କ୍ୟାପଟେନ୍‌ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ବୁଧବାର ଭାରତୀୟ ଖେଳାଳି ଓ୍ବାଙ୍ଖେଡେରେ ଅଭ୍ୟାସ କରିଥିଲେ। ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଥିବା ଦିନିକିଆ ସିରିଜ୍‌ ପାଇଁ ଭାରତୀୟ ଦଳରେ ରବୀନ୍ଦ୍ର ଜାଡେଜା ଓ ଓ୍ବାଶିଂଟନ୍‌ ସୁନ୍ଦରଙ୍କ ପରି ଖେଳାଳି ରହିଛନ୍ତି। ଉଭୟ ଖେଳାଳି ବଲ୍‌ ଓ ବ୍ୟାଟ ଜରିଆରେ ସମାନ ଭାବରେ ପ୍ରଭାବଶାଳୀ। କୁଲ୍‌-ଚା ଯୋଡିଙ୍କ ନିକଟରେ ସମାନ ବ୍ୟାଟିଂ ଦକ୍ଷତା ନଥିବା ବେଳେ କୁଲ୍‌ଦୀପ ନିମ୍ନକ୍ରମରେ ଉପଯୋଗୀ ବ୍ୟାଟିଂ କରିପାରନ୍ତି।

ତେବେ ଫିଙ୍ଗର ସ୍ପିନରଙ୍କ ଅପେକ୍ଷା ରିଷ୍ଟ ସ୍ପିନରଙ୍କ ଉଇକେଟ ନେବାର ଦକ୍ଷତା ଅଧିକ ରହିଥାଏ। ତେଣୁ କୁଲ୍‌-ଚା ଯୋଡିଙ୍କ ଉପରେ ମ୍ୟାନେଜମେଣ୍ଟ ଭରସା ଦେଖାଇପାରେ। ଭାରତର ନିୟମିତ ଅଧିନୟକ ରୋହିତ ଶର୍ମା ପ୍ରଥମ ଦିନିକିଆରେ ସାମିଲ ନାହାନ୍ତି। ବୁଧବାର ପାଣ୍ଡ୍ୟାଙ୍କ ସମେତ ମହମ୍ମଦ ସିରାଜ, ଜୟଦେବ ଉନାଡକଟ, ଉମ୍ରାନ ମଲିକ, ଶାର୍ଦ୍ଦୂଳ ଠାକୁର, ସୂର୍ଯ୍ୟ କୁମାର ଯାଦବ ଓ ଇଶାନ କିଶନ ଅଭ୍ୟାସ କରୁଥିବାର ନଜର ଆସିଥିଲେ।

ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ୍‌ ଏହି ସେସନରେ ଅନୁପସ୍ଥିତ ଥିବା ବେଳେ ବ୍ୟାଟିଂ କୋଚ୍‌ ବିକ୍ରମ ରାଠୋଡ, ଫିଲ୍ଡିଂ କୋଚ୍‌ ଟି ଦିଲୀପ୍‌, ବୋଲିଂ କୋଚ୍‌ ପାରସ୍‌ ମାହାମ୍ବ୍ରେ ଓ ଥ୍ରୋ ଡାଉନ୍‌ ସ୍ପେଶାଲିଷ୍ଟ ରାଘବେନ୍ଦ୍ର ଓ ନୁଆନ୍‌ ସେନିଭିରାଣ୍ଟେ ଖେଳାଳିଙ୍କୁ ଅଭ୍ୟାସ କରାଇଥିଲେ। ବର୍ଡର ଗାଭାସ୍କର ଟ୍ରଫିର ଅନ୍ତିମ ଦୁଇ ଟେଷ୍ଟରୁ ବାଦ ପଡିଥିବା ଲୋକେଶ ରାହୁଲ ମଧ୍ୟ ଟ୍ରେନିଂ ସେସନରେ ଅନୁପସ୍ଥିତ ଥିଲେ। ସୁର୍ଯ୍ୟକୁମାର ଯାଦବ ଆକ୍ରମଣାତ୍ମକ ବ୍ୟାଟିଂ ଅଭ୍ୟାସ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା କିଛି ସମୟ ବୋଲିଂ ଅଭ୍ୟାସ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ରେଟ୍‌ ଆଗକୁ ବଢିବ କି? ମୋଦି କହିଦେଲେ ସତକଥା…

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇସ୍ରାଏଲ ଏବଂ ଆମେରିକା ଇରାନ ଉପରେ ଆକ୍ରମଣ ଆରମ୍ଭ କଲେ। ପ୍ରତିଶୋଧ ସ୍ୱରୂପ, ଇରାନ ହର୍ମୁଜ…

ଗ୍ରାଉଣ୍ଡକୁ ସେନା ପଠାଇଲା ଆମେରିକା, ଏବେ ଜୋରଦାର ହେବ ବିଶ୍ୱଯୁଦ୍ଧ! ବିଶ୍ୱରେ ଚହଳ

ଓ଼୍ବାଶିଂଟନ,୨୯।୩: ଇରାନ ସହିତ ଚାଲିଥିବା ସଂଘର୍ଷର ଏକ ମାସ ପୂରଣ ହେଉଥିବାରୁ, ଆମେରିକା ମଧ୍ୟପ୍ରାଚ୍ୟରେ ଏହାର ସାମରିକ ଉପସ୍ଥିତିକୁ ଆହୁରି ମଜବୁତ କରିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ…

ଏସ୍‌ସିବି ପ୍ଲାଷ୍ଟିକ ସର୍ଜରି ବହିର୍ୱିଭାଗରେ ନିଅଁା

କଟକ,୨୯ା୩(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲ ପିଛା ଛାଡ଼ୁନି ଅଗ୍ନିକାଣ୍ଡ। ଶନିବାର ପୁଣି ମେଡିକାଲରେ ଶଟ୍‌ସର୍କିଟରୁ ନିଅଁା ଲାଗିଛି। ଅପରାହ୍ନ ପ୍ରାୟ ୪ଟା ସମୟରେ ମେଡିକାଲର ପ୍ଲାଷ୍ଟିକ ସର୍ଜରି…

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଗିରଫ ପରେ ଜାମିନରେ ଖଲାସ ହେଲେ ଏହି ଗଲ୍‌ଫ ଖେଳାଳି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ଜୁପିଟର ଆଇଲାଣ୍ଡ, ୨୮ା୩: ବିଶିଷ୍ଟ ଗଲ୍‌ଫ ଖେଳାଳି ଟାଇଗର ଉଡ୍ସ ନିଶାଗ୍ରସ୍ତ ଅବସ୍ଥାରେ ଡ୍ରାଇଭିଂ କରିଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହେବାପରେ ଶୁକ୍ରବାର ବିଳମ୍ବିତ ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri