Categories: ଫୁରସତ

କାଠରେ ତିଆରି ହେଉଛି ୨୦୪ ଫୁଟ ଉଚ୍ଚର ଜାହାଜ, ଖର୍ଚ୍ଚ ହେବ…

ଗୁଜରାଟର ମାଣ୍ଡଭିରେ ଏକ ବିରାଟ ଜାହାଜ ତିଆରି ହେଉଛି। ତାହା ପୁଣି କାଠରେ। ଏହି ଜାହାଜର ଉଚ୍ଚତା ୨୦୪ ଫୁଟ ହୋଇଥିବା ବେଳେ ଏଥିରେ ୯ଟି କୋଠରି କରାଯିବ। ଏଥିରେ ୧୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ଏହା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ର ବୋହିବା ପାଇଁ କରାଯାଉଥିଲା। ମାତ୍ର ଦୁବାଇର ଜଣେ ବ୍ୟବସାୟୀ ଏହାକୁ ମାଛ ବ୍ୟବସାୟ କରିବା ପାଇଁ ଅର୍ଡର ଦେବାରୁ ଏହାକୁ ଆହୁରି ବଡ଼ କରି ତିଆରି କରାଯାଉଛି।

ଏହି ଜାହାଜ ୧୭ ମାସ ଧରି ତିଆରି ହେଉଛି। ମାଣ୍ଡଭିରେ ଆଜିପର୍ଯ୍ୟନ୍ତ ଯେତେ ସବୁ ବୋଟ୍‌ ତିଆରି କରାଯାଇଛି ଏହାର ଲମ୍ବ ୧୮୦-୧୯୦ ମଧ୍ୟରେ ଥିଲା। ମାତ୍ର ଏଥର ୨୦୪ ଫୁଟ ଉଚ୍ଚତାର ଏକ ଜାହାଜ ତିଆରି କରାଯାଉଛି।

ଏହି ଜାହାଜ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପ୍ରକାଶ ପାଇଛି। ଏହାକୁ ତିଆରି କରୁଥିବା କାରିଗରମାନେ କୁହନ୍ତି, ବୋଟ୍‌ ୨୧ ମାସ ମଧ୍ୟରେ ତିଆରି ହେବାର ଥିଲା। ମାତ୍ର ଦୁବାଇର ଜଣେ ବ୍ୟବସାୟୀ ଏହାର ଚାହିଦା ବଢ଼ାଇ ଦେଲେ। ଏହି କାରଣରୁ ଏହା ତିଆରି ହୋଇପାରିନାହିଁ। ଏହା ଆହୁରି ୩/୪ ମାସ ଲାଗିବ। ପ୍ରଥମେ ଏକ ବଡ଼ ବୋଟ୍‌ ତିଆରି କରାଯିବ ବୋଲି ଆକଳନ କରାଯାଇଥିଲା। ଏଥିରେ ୬.୫କୋଟି ଟଙ୍କା ଖର୍ଚ୍ଚ ହୋଇଥାନ୍ତା। ମାତ୍ର ବ୍ୟବସାୟୀ ଏହାର ଦାମ୍‌ ଆଉ ୩.୫ କୋଟି ବଢ଼ାଇ ଦେଲେ। ଏଥିପାଇଁ ଏହାକୁ ଜାହାଜ ପରି କରାଯାଉଛି।

ଏହି ଜାହାଜରେ ୯ଟି କୋଠରି, ଯେଉଁଥିରେ ଦୁଇଟି ଷ୍ଟୋର ରୁମ୍‌ ବି ରହିଛି। ୨ଟି ଫ୍ରିଜର ରହିଛି। ପାର୍ଶ୍ୱରେ ଥିବା କ୍ୟାବିନ୍‌ରେ ୪ଟି କୋଠରି ତିଆରି କରାଯାଇଛି। ଏଥିରେ ଏକ ରୋଷେଇ ଘର ବି ରହିଛି।

Share