Categories: ଫୁରସତ

ଲମ୍ବା କେଶ ରଖି ଗିନିଜ୍‌ ରେକର୍ଡ କରିଥିଲେ ଯୁବତୀ: ଏହି କାରଣ ପାଇଁ ୧୨ ବର୍ଷ ପରେ କାଟିଲେ, କହିଲେ ଏମିତି କିଛି…

ଲମ୍ବା କେଶ ରଖି ଗିନିଜ୍‌ ରେକର୍ଡ କରିଥିବା ଗୁଜରାଟର ନୀଲାଂଶୀ ପଟେଲ ଏବେ କେଶ କାଟି ଦେଇଛନ୍ତି। କେଶ କାଟିବା ସମୟରେ ସେ ନର୍ଭସ ଲାଗୁଥିବା ଭିଡିଓରେ ଦେଖିବାକୁ ମିଳିଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଯେଉଁ କେଶ ବଢ଼ାଇ ସେ ବିଶ୍ୱରେ ରେକର୍ଡ ସୃଷ୍ଟି କରିଥିଲେ ସେହି କେଶକୁ ଆଜି ସେ ଗୋଟିଏ କାରଣ ପାଇଁ କାଟି ଦେଇଛନ୍ତି। ଯାହା ଜାଣିଲେ ଆପଣ ବି ପ୍ରଶଂସା କରିବେ।

ଗୁଜରାଟର ମୋଡାସାରେ ରହୁଥିବା ନୀଲାଂଶୀଙ୍କ କେଶର ଲମ୍ବ ୬ ଫୁଟ ୩ ଇଞ୍ଚ। କେଶ ପାଇଁ ଗିନିଜ୍‌ ରେକର୍ଡ କରିଥିବା ନୀଲାଂଶୀ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାର କରିଛନ୍ତି।

୨୦୦୨ରେ ଗୁଜରାଟରେ ଜନ୍ମିତ ନୀଲାଂଶୀ ପ୍ରଥମଥର ୨୦୧୮ରେ କେଶ ପାଇଁ ଗିନିଜ ରେକର୍ଡ କରିଥିଲେ। ଇଟାଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ତାଙ୍କ କେଶର ଲମ୍ବ ଥିଲା ୫ ଫୁଟ ୭ ଇଞ୍ଚ। ସେହିପରି ୨୦୧୯ରେ ତାଙ୍କ କେଶ ୬ ଫୁଟ ୩ ଇଞ୍ଚ ଲମ୍ବର ହୋଇଥିଲା। ନୀଲାଂଶୀଙ୍କୁ ଯେତେବେଳେ ୬ ବର୍ଷ ହୋଇଥିଲା ସେ ଶେଷଥର ପାଇଁ କେଶ କାଟିଥିଲେ। ସେବେଠାରୁ ଆଉ ସେ କେଶ କାଟି ନ ଥିଲେ।

ଏବେ ୧୨ ବର୍ଷ ପରେ ନୀଲାଂଶୀ ଏକ ଭଲ କାରଣ ପାଇଁ କେଶ କାଟିଛନ୍ତି। ତାଙ୍କର ଏହି ୬ ଫୁଟ ଲମ୍ବ କେଶକୁ ସେ ୟୁଏସ୍‌ଏର ଏକ ମ୍ୟୁଜିୟମକୁ ପଠାଇଛନ୍ତି। ସେ ତାଙ୍କ କେଶକୁ କ୍ୟାନ୍‌ସର ସହ ଲଢୁଥିବା ପିଲାମାନଙ୍କୁ ଦାନ କରିଛନ୍ତି।

ନୀଲାଂଶୀ କହିଛନ୍ତି, ମୁଁ ଏଥିପାଇଁ କେଶ କାଟିଲି କି ମୋ’ଠାରୁ ପ୍ରେରଣା ପାଇଁ ଅନ୍ୟମାନେ କେଶ ଦାନ କରିବାକୁ ଆଗେଇ ଆସିବେ।

Share