ପୃଥିବୀ ବଞ୍ଚିରହୁ

ମାନବ ଓ ପରିବେଶ ଅଧିକାର ପାଇଁ ଦୀର୍ଘଦିନ ହେଲା ସ୍ବର ଉଠାଇ ଆସୁଥିଲେ ବି ଏବକାର ଚରମ ପାଣିପାଗ ଘଟଣାଗୁଡ଼ିକର ତୀବ୍ରତାକୁ ନେଇ ମୁଁ ଅତ୍ୟନ୍ତ ଭୟଭୀତ। ଆମେ ଏକ ଜଳବାୟୁ ଜରୁରୀ ସ୍ଥିତି ମଧ୍ୟରେ ରହିଥିବା ସ୍ପଷ୍ଟ ହେଉଛି। ଅତୀତର ପିଢ଼ି ଦେଖୁଥିବା ସର୍ବନାଶକ ବିପର୍ଯ୍ୟୟସବୁ ଏବେ ଆମ ପାଇଁ ସାଧାରଣ ହୋଇଯାଇଛି। ପ୍ରଳୟଙ୍କରୀ ବନ୍ୟା ଏବଂ ଗମ୍ଭୀର ମରୁଡ଼ି ଉଗାଣ୍ଡା ଓ ଆଫ୍ରିକା ମହାଦେଶର ଉତ୍ତର-ପୂର୍ବାଞ୍ଚଳରେ ଅନେକ ଶହ ଲୋକଙ୍କ ଜୀବନ ନେବା ସହ ଲକ୍ଷାଧିକ ଲୋକଙ୍କୁ ବିସ୍ଥାପିତ କରିଛି। ନିକଟରେ ଭୀଷଣ ବନ୍ୟା ଲିବ୍ୟାର ସହରଗୁଡ଼ିକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛି। ଏହି ଘଟଣାଗୁଡ଼ିକ କେବଳ ପ୍ରକୃତି ଯୋଗୁ ହେଉଛି ତାହା ନୁହେଁ, ଏହା ପଛରେ ଅନେକ କାରଣ ରହିଛି। ଅର୍ଦ୍ଧଶତାବ୍ଦୀ ହେଲା ଆମେ ଜାଣୁଛୁ ଯେ, ଜୀବାଶ୍ମ ଇନ୍ଧନ ବ୍ୟବହାର ପୃଥିବୀର ତାପମାତ୍ରା ବୃଦ୍ଧି କରୁଛି ଏବଂ ଜଳବାୟୁ ପରିବର୍ତ୍ତନର ବିନାଶକାରୀ ପରିଣାମ ଅଛି। ହେଲେ ତାହାକୁ ନିରନ୍ତର ବ୍ୟବହାର କରିଆସୁଛୁ। ନିକଟରେ ଦକ୍ଷିଣ ଫ୍ରାନ୍ସରେ ହୋଇଥିବା ଜଳବାୟୁ ପ୍ରତିବାଦର ଏକ ଆକର୍ଷଣୀୟ ଛବିରେ ଜଳବାୟୁ ଆକ୍ଟିଭିଷ୍ଟମାନେ ଅଗ୍ଲୀ ନଦୀର ଶୁଷ୍କ ଶଯ୍ୟାରେ ଫ୍ରାନ୍ସର ବୃହତ୍‌ ତୈଳ କମ୍ପାନୀ ଟୋଟାଲ ଏନର୍ଜିକୁ ଦାୟୀ କରି ସ୍ଲୋଗାନ୍‌ ଲେଖିଥିଲେ। ଏବକାର ସ୍ଥିତି ପାଇଁ ବିଶେଷକରି ବିଶ୍ୱରେ ସର୍ବାଧିକ ସବୁଜଗୃହ ବାଷ୍ପ ନିର୍ଗମନ କରୁଥିବା କେତୋଟି ହାତଗଣତି ଧନୀ ଦେଶ ବେଶି ଦାୟୀ ବୋଲି ଏହି ସ୍ଲୋଗାନ ସ୍ପଷ୍ଟ ସୂଚିତ କରିଛି।
କିନ୍ତୁ ଜୀବାଶ୍ମ ଇନ୍ଧନ କମ୍ପାନୀଗୁଡ଼ିକ ବାସ୍ତବରେ ଦୋଷୀ। ଏହିସବୁ କମ୍ପାନୀ ପୃଥିବୀର ସମ୍ପଦକୁ ଲୁଟୁଛନ୍ତି। ତୈଳ କମ୍ପାନୀଗୁଡ଼ିକ ୧୯୭୦ ଦଶନ୍ଧିରୁ ସେମାନଙ୍କ କାର୍ଯ୍ୟକଳାପର ପରିବେଶ ଉପରେ କ’ଣ ପ୍ରଭାବ ରହିଛି, ସେ ସମ୍ପର୍କରେ ଜାଣିଥିଲେ। କିନ୍ତୁ ସେମାନେ ଏହି ନିଷ୍କର୍ଷକୁ ଲୁଚାଇ ରଖି ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଭୁଲ୍‌ ତଥ୍ୟ ପ୍ରକାଶ କରୁଥିଲେ। ସାରା ବିଶ୍ୱରେ ଆମେ ଦେଖୁଥିବା ଅତ୍ୟଧିକ ତାପମାତ୍ରା ଓ ଅପ୍ରତ୍ୟାଶିତ ବିପର୍ଯ୍ୟୟଗୁଡ଼ିକ ହିଁ ସେମାନଙ୍କ କାର୍ଯ୍ୟକଳାପର ପରିଣାମ। ବିଶ୍ୱ ତାପନକୁ ରୋକିବାକୁ ହେଲେ ଜୀବାଶ୍ମ ଇନ୍ଧନ ବ୍ୟବହାର କମାଇବାକୁ ହେବ ଏବଂ ତା’ ଉପରେ ନିର୍ଭରଶୀଳତାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପଡ଼ିବ। ଉଭୟ ଇଣ୍ଟରଗଭର୍ନମେଣ୍ଟାଲ ପ୍ୟାନେଲ ଅନ୍‌ କ୍ଲାଇମେଟ ଚେଞ୍ଜ୍‌ (ଆଇପିସିସି) ଏବଂ ଅନ୍ତର୍ଜାତୀୟ ଶକ୍ତି ସଂସ୍ଥା (ଆଇଇଏ) ଏହା କରିବାକୁ ଏକ ଉପାୟ ଉପରେ ଗୁରୁତ୍ୱ ଦେଇଛନ୍ତି, ଯେଉଁଥିରେ ତୁରନ୍ତ ଜୀବାଶ୍ମ ଇନ୍ଧନ ଉତ୍ତୋଳନ ଶେଷ କରିବା ଆବଶ୍ୟକ। ଏହା ସ୍ପଷ୍ଟ ଯେ, ନିର୍ଗମନ ହ୍ରାସ କରିବା ଲାଗି ଅଧିକ ସମୟ ଅପେକ୍ଷା କଲେ ସମସ୍ତେ ଅଧିକ ଦୁଃଖ ଭୋଗିବା। କିନ୍ତୁ ଜୀବାଶ୍ମ ଇନ୍ଧନ କମ୍ପାନୀଗୁଡ଼ିକର ଏକ ଭିନ୍ନ ଦୃଷ୍ଟିକୋଣ ଥିବା ଦେଖାଯାଏ। ନିୟାମକ ଅଥରିଟିରେ ଦାଖଲ କରିଥିବା ତଥ୍ୟରେ ଆକ୍ସନ ମୋବିଲ କମ୍ପାନୀ ସ୍ପଷ୍ଟ କରିଛି, ଶୂନ୍ୟ ନିର୍ଗମନ ସ୍ତର ହାସଲ କରିବା ସକାଶେ ବଞ୍ଚତ୍ବା ପାଇଁ ଆବଶ୍ୟକ ବୈଶ୍ୱିକ ମାନକର ଅଧୋଗତିକୁ ସମାଜ ଗ୍ରହଣ କରିବା ସମ୍ଭାବନା ବହୁତ କମ୍‌। ସେମାନଙ୍କ କାର୍ଯ୍ୟକଳାପର ଜଳବାୟୁଗତ ପ୍ରଭାବ ସମ୍ପର୍କରେ ଭଲ ଭାବେ ଅବଗତ ଥିଲେ ବି ସେହି କମ୍ପାନୀଗୁଡ଼ିକ ବିପୁଳ ଲାଭ ପାଇବା ଲାଗି ନିଜ ଜଳବାୟୁ ବିଜ୍ଞାନୀମାନଙ୍କ କଥା ବି ଶୁଣୁନାହାନ୍ତି। ଏହି କମ୍ପାନୀଗୁଡ଼ିକ ମଧ୍ୟରୁ ଏକ୍ସନ ମୋବିଲ ୨୦୨୨ରେ ୫୬ ବିଲିୟନ ଡଲାର ଲାଭ କରିଥିଲା, ଯାହାର ସିଇଓ ପାଇଥିଲେ ୩୬ ମିଲିୟନ ଡଲାର। ଉଗାଣ୍ଡାରେ ଟୋଟାଲ ଏନର୍ଜିର ଟଲେଙ୍ଗା ପ୍ରୋଜେକ୍ଟ ସ୍ଥାନୀୟ ଲୋକଙ୍କର ବ୍ୟାପକ କ୍ଷତି କରିଥିଲା ଏବଂ କୃଷି କ୍ଷେତ୍ରରେ ଦୂଷିତ ଜଳର ବନ୍ୟା ସୃଷ୍ଟି କରିଥିଲା। ଏହା କରି କମ୍ପାନୀ ଗତବର୍ଷ ୩୬ ବିଲିୟନ ଡଲାର ପାଇଥିଲା। ସେଥିପାଇଁ ପ୍ରେଞ୍ଚ ରିଭର ପେଣ୍ଟିଂରେ ଥିବା ଆପ୍ତବାକ୍ୟ ‘ଯଦି ପାଣି ନାହିଁ, ତେବେ ସେମାନଙ୍କୁ ତେଲ ପିଇବାକୁ ଦିଆଯାଉ’ ଏକ ବିଚାରଧାରା ଯାହା ଲୋକମାନଙ୍କୁ ସମ୍ମିଳିତ ଭାବେ କାର୍ଯ୍ୟ କରିବାକୁ ଉତ୍ସାହିତ କରେ। ହେଲେ ଜୀବାଶ୍ମ ଇନ୍ଧନ ଶିଳ୍ପର କାର୍ଯ୍ୟକଳାପ ସମସ୍ତଙ୍କୁ ପ୍ରଭାବିତ କରୁଥିଲେ ମଧ୍ୟ ସେମାନେ କ୍ଷମତା ଓ ପ୍ରଭାବ ତ୍ୟାଗ କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି।
ଶୂନ୍ୟ ନିର୍ଗମନ ସ୍ତରକୁ ପରିବର୍ତ୍ତନ ହେଲେ ଜୀବନ ମାନରେ ଅତ୍ୟଧିକ ହ୍ରାସ ହେବ ବୋଲି ଯାହା ଜୀବାଶ୍ମ ଇନ୍ଧନ ଶିଳ୍ପଗୁଡ଼ିକ ଦାବି କରନ୍ତି, ତାହା ବାସ୍ତବରେ ଘଟିବ ନାହିଁ। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଜୀବାଶ୍ମ ଇନ୍ଧନ ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ କେହି ବି ଦାବି କରୁନାହାନ୍ତି। ଜଳବାୟୁ ମଡେଲଗୁଡ଼ିକ ପ୍ରକାଶ କରନ୍ତି ଯେ, ଏହାକୁ ସମାଧାନ କରିବା ଲାଗି ସବୁଠୁ ଭଲ ଉପାୟ ହେଉଛି ନୂତନ ଅନୁସନ୍ଧାନକୁ ବନ୍ଦ କରି ଅଧିକ ପ୍ରଭାବୀ ପଦ୍ଧତିକୁ ପରିବର୍ତ୍ତନ କରିବା, ଯାହା ଏବକାର ଗଚ୍ଛିତ ସଂସାଧନର ଖୁବ୍‌ କମ୍‌ ବ୍ୟବହାର କରିବ। ସ୍ବଚ୍ଛ ଶକ୍ତି ମାଧ୍ୟମରେ ସାମ୍ପ୍ରତିକ ଜୀବନ ମାନ ବଜାୟ ରଖିବା ପାଇଁ ଆବଶ୍ୟକ ଭିତ୍ତିଭୂମି ଗଢ଼ାଯାଉଥିବାବେଳେ ଏଭଳି ପଦ୍ଧତି ଆପଣାଇବାକୁ ପଡ଼ିବ। ସବୁଜ କ୍ଷେତ୍ରକୁ ପରିବର୍ତ୍ତନ ଏକ ସମାଧାନ ନୁହେଁ, ବରଂ ଏହା ଏକ ପ୍ରତିବଦ୍ଧତା। ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ଅକ୍ଷୟଶକ୍ତି ଓ କମ୍‌ ଶକ୍ତିରେ ଅଧିକ ଲାଭ ପାଇବା ଭଳି ପଦ୍ଧତି ଦ୍ୱାରା ଘର, ଅଫିସ, ସହର ଓ ଶିଳ୍ପଗୁଡ଼ିକ ସହ ବିକାଶଶୀଳ ଦେଶରେ ଅନେକ କୋଟି ଲୋକଙ୍କ ଶକ୍ତି ଚାଦିଦା ପୂରଣ କରିପାରିବା। ସବୁଜ ଶକ୍ତି କ୍ଷେତ୍ରକୁ ପରିବର୍ତ୍ତନ ହେଲେ ତାହା ନୂତନ ନିଯୁକ୍ତି ସୃଷ୍ଟି କରିବ, ବାୟୁ ଓ ଜଳର ମାନରେ ଉନ୍ନତି ଆଣିବ ଏବଂ ଜଳବାୟୁ ପରିବର୍ତ୍ତନର ସବୁଠୁ ଖରାପ ପ୍ରଭାବ କମାଇବାରେ ସାହାଯ୍ୟ କରିବ। ଏହା ବିପଦରେ ଥିବା ଦେଶ ଓ ଜନସମୁଦାୟଗୁଡ଼ିକୁ ଗମ୍ଭୀର ପାଣିପାଗ ଘଟଣାଗୁଡ଼ିକର ମୁକାବିଲା କରିବାକୁ ସକ୍ଷମ କରାଇବ।
ଏହା ନିଶ୍ଚିତ ଯେ, ଶକ୍ତି କ୍ଷେତ୍ରରେ ଏଭଳି ପରିବର୍ତ୍ତନ ପାଇଁ ପାଣ୍ଠି ଯୋଗାଣ ଏକ କଠିନ ଆହ୍ବାନ। ଏଥିପାଇଁ ସମ୍ମିଳିତ ରଣନୀତି ଓ ପ୍ରକ୍ର୍ରିୟା ଆବଶ୍ୟକ। ଉଦାହରଣ ସ୍ବରୂପ, ବାର୍ବାଡସ ପ୍ରଧାନମନ୍ତ୍ରୀ ମିୟା ଅମୋର ମୋଟଲେଙ୍କ ବ୍ରିିଜ୍‌ଟାଉନ ଇନିସିଏଟିଭ (ଜଳବାୟୁ ପ୍ରଭାବକୁ ମୁକାବିଲା କରିବାରେ ନୂଆ ପଦ୍ଧତି ଲାଗି ପଦକ୍ଷେପ) ବୈଶ୍ୱିକ ପାଣ୍ଠି ଯୋଗାଣରେ ଜରୁରୀ ସୁଧାର ଉପରେ ଜୋର ଦିଏ। ସେହିପରି ନିକଟରେ ନାଇରୋବିରେ ଆଫ୍ରିକା ଜଳବାୟୁ ସମ୍ମିଳନୀ ବିଶ୍ୱ ସ୍ତରରେ କାର୍ବନ ଟାକ୍ସ (ଅତ୍ୟଧିକ ସବୁଜ ବାଷ୍ପ ନିର୍ଗମନ କରୁଥିବା ଶିଳ୍ପ ଉପରେ ଲଗାଯାଉଥିବା ଜରିମାନା) ପାଇଁ ସହମତିଭିତ୍ତିକ ପ୍ରସ୍ତାବରେ ଶେଷ ହୋଇଛି।
ଭବିଷ୍ୟତର ସଫଳତା ପାଇଁ ଆଉ ଏକ ବିଚାରକୁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ଏବଂ ଅନେକ ପ୍ରତିଷ୍ଠିତ ଅର୍ଥନୀତିଜ୍ଞ ଓ ଜଳବାୟୁ କାର୍ଯ୍ୟକର୍ତ୍ତାମାନେ ସାମ୍ନାକୁ ଆଣିଛନ୍ତି। ଜଳବାୟୁ ପରିବର୍ତ୍ତନଜନିତ କ୍ଷତି ପୂରଣ କରିବା ଏବଂ ଅତ୍ୟଧିକ କାର୍ବନ ନିର୍ଗମନ କରୁଥିବା ଜୀବାଶ୍ମ ଇନ୍ଧନକମ୍ପାନୀଗୁଡ଼ିକର ପ୍ରଚୁର ଲାଭ ଅର୍ଥରେ ସବୁଜ ଶକ୍ତି କ୍ଷେତ୍ରକୁ ପରିବର୍ତ୍ତନ ପାଇଁ ଏହି ବିଚାର ଉତ୍ସାହିତ କରେ। ନଭେମ୍ବରରେ ସଂଯୁକ୍ତ ଆରବ ସଂଘ (ୟୁଏଇ)ରେ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୮) ପାଇଁ ବିଶ୍ୱ ପ୍ରସ୍ତୁତ ହେଉଥିବାବେଳେ ଏହି ପ୍ରସ୍ତାବ ଉପରେ ଗମ୍ଭୀରତାର ସହ ବିଚାର କରିବା ଉଚିତ। ବିଶ୍ୱର ସର୍ବବୃହତ୍‌ ପ୍ରଦୂଷଣକାରୀଙ୍କୁ ଦାୟୀ କରିବା ଉଭୟ ନୈତିକତା ଦୃଷ୍ଟିରୁ ନ୍ୟାୟସଙ୍ଗତ ଓ ଆର୍ଥିକ ଦଗିରୁ ବି ସମ୍ବେଦନଶୀଳ।
ସାମ୍ପ୍ରତିକ ସମୟରେ ଅସଂଖ୍ୟ ରାଜନୈତିକ ଓ ଆର୍ଥିକ ଉତ୍ଥାନପତନ ମଧ୍ୟରେ ଅଗ୍ଲି ନଦୀରେ କରାଯାଇଥିବା ଜଳବାୟୁ ଚିତ୍ରକଳା ସେଭଳି ଦୃଷ୍ଟି ଆକର୍ଷଣ କରିପାରିନାହିଁ। କିନ୍ତୁ ମୁଁ ଆଶାକରେ, ଏହି ଶକ୍ତିଶାଳୀ ଛବିର ବିଚାର ଯେଭଳି ମୋତେ ପ୍ରଭାବିତ କରିଛି ତାହା ଅନ୍ୟମାନଙ୍କ ମଧ୍ୟରେ ପ୍ରତିଧ୍ୱନିତ ହେଉ। ଶେଷରେ କୁହାଯାଇପାରେ ଯେ, ଏହି ଗ୍ରହ ଆମର ଏକମାତ୍ର ଘର। ଜଳବାୟୁ ପରିବର୍ତ୍ତନ ଦ୍ୱାରା ସୃଷ୍ଟି ହେଉଥିବା ଏବକାର ବିପଦକୁ ଦେଖିଲେ ଆମ ପାଖରେ ଆଉ କୌଣସି ବିକଳ୍ପ ନାହିଁ, କେବଳ ପୃଥିବୀକୁ ବଞ୍ଚାଇ ରଖିବା ଲାଗି ଆମକୁ ସଂଗ୍ରାମ କରିବାକୁ ହେବ।

– ଡିକେନ୍ସ କାମୁଗିଶା
ମୁଖ୍ୟ କାର୍ଯ୍ୟନିର୍ବାହୀ,
ଆଫ୍ରିକା ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଏନର୍ଜି ଗଭର୍ନାନ୍ସ


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri