ରାତି ପାହିଲେ ଲମ୍ବା ଧାଡ଼ି

ବଇଣ୍ଡା,୯।୬(ଡି.ଏନ.ଏ.): ବସୁଧା ଯୋଜନାରେ ସରକାର ଗ୍ରାମାଞ୍ଚଳରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରୁଛନ୍ତି। ସମସ୍ତେ କିପରି ବିଶୁଦ୍ଧ ପାଇପ୍‌ ପାଣି ପାଇପାରିବେ ତାହା ଉପରେ ଗୁରୁତ୍ୱ ଦେଉଛନ୍ତି। ହେଲେ ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କୃତ୍ତିବାସପୁର ପଞ୍ଚାୟତର ୬ ଗଁାକୁ ଏ କ୍ଷେତ୍ରରେ ଅବହେଳା କରାଯାଉଛି। ଏହି ପଞ୍ଚାୟତର ୩ଟି ଗ୍ରାମ ଆଦିବାସୀବହୁଳ ହୋଇଥିଲେ ହେଁ ଏଥିପ୍ରତି ଆଦୌ ଗୁରୁତ୍ୱ ଦିଆଯାଉନାହିଁ। ଉକ୍ତ ୬ଟି ଗ୍ରାମରେ ପାଇପ୍‌ ପ୍ରକଳ୍ପ ନିର୍ମାଣ ତ ଦୂରର କଥା ଅଚଳ ଅବସ୍ଥାରେ ଥିବା ନଳକୂଅଗୁଡ଼ିକର ମରାମତି ମଧ୍ୟ କରାଯାଉନାହିଁ। ଜଳସ୍ତର ହ୍ରାସ କାରଣରୁ ବହୁ ନଳକୂଅ ଓ ଖୋଲାକୂଅରୁ ଆବଶ୍ୟକତା ଅନୁଯାୟୀ ପାଣି ମିଳୁ ନ ଥିବାରୁ ରାତି ପାହିଲେ ପାଣି ପାଇଁ ମହିଳାମାନେ ନଳକୂଅ ନିକଟରେ ଧାଡ଼ି ଲଗାଉଥିବା ଦେଖାଯାଉଛି।
କୃତ୍ତିବାସପୁର ପଞ୍ଚାୟତର ୮ଟି ଗ୍ରାମ ମଧ୍ୟରୁ ୬ଟି ଗଁା ତିଳେଶ୍ୱର, ତେନ୍ତୁଳିପଥର, ଖଡକବାହାଳ, ଆମ୍ବଦର, ବନମାଳୀପୁର ଓ ଭାଗୀରଥିପୁରରେ ପାନୀୟ ଜଳ ପାଇଁ ଦୀର୍ଘଦିନ ହେଲା ଲୋକେ ଡହଳବିକଳ ହେଉଛନ୍ତି। ଏଠାରେ ପିଇବା ପାଣିର ସୁବିଧା ପାଇଁ ୯୪ଟି ନଳକୂଅ ରହିଛି। କିନ୍ତୁ ସେଥିରୁ ୮ଟି ଅଚଳ ଥିବାବେଳେ ଜଳସ୍ତର ହ୍ରାସ ଯୋଗୁ ୧୫ଟି ନଳକୂଅରୁ ପାଣି ବାହାରୁନାହିଁ। ଫଳରେ ଉକ୍ତ ଗ୍ରାମଗୁଡ଼ିକରେ ଜଳ ସଙ୍କଟ ଦେଖାଦେଇଛି। ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହେଉ ନ ଥିବାରୁ ପାଣି ପାଇଁ ଉକ୍ତ ୬ ଗ୍ରାମବାସୀ ଦୈନିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଦିବାସୀବହୁଳ ୩ ଗ୍ରାମ ତିଳେଶ୍ୱର, ଆମ୍ବଦର, ଭାଗୀରଥିପୁରର ଲୋକେ ଖୋଲା କୂଅ, ନାଳରୁ ପାଣି ନେଇ ବ୍ୟବହାର କରୁଛନ୍ତି। ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ପାଇଁ ବନମାଳୀପୁର ଗ୍ରାମବାସୀ ବହୁବାର ପଞ୍ଚାୟତ, ଜିଲା ପ୍ରଶାସନ ଓ ଆଠମଲ୍ଲିକ ବିଧାୟକଙ୍କୁ ଅଭିଯୋଗ କରିଛନ୍ତି। ହେଲେ ପଦକ୍ଷେପ ନିଆଯାଉନାହିଁ। ଆଠମଲ୍ଲିକ ଉପଖଣ୍ଡର ସମସ୍ତ ପଞ୍ଚାୟତକୁ ମେଗା ଜଳ ପ୍ରକଳ୍ପ ଜରିଆରେ ଜଳ ଯୋଗାଣ କରାଯିବ ବୋଲି ପ୍ରଶାସନିକ ଅଧିକାରୀମାନେ କେବଳ ପ୍ରତିଶ୍ରୁତି ଦେଉଥିବାବେଳେ କେବେ ପ୍ରକଳ୍ପ ହେବ ତାହା ଜଣାପଡ଼ୁନି। ତୁରନ୍ତ ଜଳଯୋଗାଣ ପ୍ରକଳ୍ପ ସହ ଅଚଳ ନଳକୂଅ ମରାମତି କରିବା ପାଇଁ ତିଳେଶ୍ୱର ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ କୃତ୍ତିବାସପୁର ସରପଞ୍ଚ ଜୟନ୍ତ କୁମାର ସାହୁ କହିଛନ୍ତି, କିଭଳି ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ହେବ ସେ ନେଇ ଜଳ ଯୋଗାଣ ବିଭାଗ ଓ ବ୍ଲକ ପ୍ରଶାସନକୁ ଅଭିଯୋଗପତ୍ର ମାଧ୍ୟମରେ ଅବଗତ କରାଯିବ।

ଟ୍ୟାଙ୍କର ଯୋଗେ ପାଣି ଦିଆଯାଉ
ପାଣି ପାଇଁ ଦୈନିକ ନଳକୂଅ ନିକଟରେ ଲମ୍ବା ଲାଇନ ଲଗାଉଛୁ। କେତୋଟି ନଳକୂଅରୁ ଆବଶ୍ୟକତା ଅନୁଯାୟୀ ପାଣି ବାହାରୁ ନ ଥିବାରୁ ସମସ୍ୟା ବଢ଼ି ବଢ଼ି ଚାଲିଛି। ତୁରନ୍ତ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯାଉ।
-ସିତ୍ରା ନାୟକ, ତିଳେଶ୍ୱର

ଅଭିଯୋଗ କଲେ ସୁଫଳ ମିଳୁନାହିଁ
ଜଳସ୍ତର ହ୍ରାସ କାରଣରୁ ନଳକୂଅ ଓ କୂଅରୁ ପାଣି ପାଇବାରେ ସମସ୍ୟା ହେଉଛି। ଅଧଘଣ୍ଟାଏରେ ବାଲତିଏ ପାଣି ବାହାରୁଛି। ଗ୍ରାମରେ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ପାଇଁ ବହୁବାର ଦାବି କରାଯାଇଥିଲେ ମଧ୍ୟ ସୁଫଳ ମିଳୁନାହିଁ।
-ଅନିମା ସାହୁ, ତେନ୍ତୁଳିପଥର

ଆଦିବାସୀବହୁଳ ଗ୍ରାମକୁ ଅବହେଳା
ପଞ୍ଚାୟତର ସମସ୍ତ ଗ୍ରାମକୁ ପାଇପ୍‌ ଜଳ ଯୋଗାଇ ଦେବାକୁ ପୂର୍ବରୁ ପଞ୍ଚାୟତ ପକ୍ଷରୁ ବହୁବାର ଅଭିଯୋଗ କରାଯାଇଛି। ଏପରି କି ଆଦିବାସୀବହୁଳ ଗ୍ରାମଗୁଡ଼ିକୁ ମଧ୍ୟ ପ୍ରଶାସନ ଅବହେଳା କରୁଛି। ତୁରନ୍ତ ପ୍ରକଳ୍ପ ନିର୍ମାଣ କରାଯାଉ।
-ସିଦ୍ଧେଶ୍ୱର ସାହୁ, ପୂର୍ବତନ ସରପଞ୍ଚ

ବ୍ଲକ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ
କୃତ୍ତିବାସପୁର ପଞ୍ଚାୟତରେ ଲାଗି ରହିଥିବା ପାଣି ସମସ୍ୟା ସମାଧାନ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ। ଅଚଳ ନଳକୂଅ ମରାମତି କରାଯିବ। ମେଗା ଜଳ ପ୍ରକଳ୍ପ ଜରିଆରେ ଆଗାମୀ ଦିନରେ ଜଳ ଯୋଗାଣ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି।
-ସନ୍ତୋଷ କୁମାର ସାହୁ, ଆଠମଲ୍ଲିକ ବିଡିଓ


Enter your email to get our daily news in your inbox.

All Right Reserved By Dharitri.Com

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

ରାସ୍ତା ଉପରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ

ମାଧପୁର,୨୪।୨(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ଆଠମଲ୍ଲିକ – କିଆକଟା ରାଜ୍ୟ ରାଜପଥର କନ୍ଧପଡ଼ା ଗ୍ରାମ ନିକଟ ହାଟପଦା ଠାରେ ଆଜି ସକାଳେ ଜଣେ ଅଜଣା…

ଜଙ୍ଗଲରେ ଭୋଜି ମନା

ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri