Categories: ଜାତୀୟ

ମିଶିଲା ଲୋକ ସଭା, ରାଜ୍ୟ ସଭା ଟିଭି

ନୂଆଦିଲ୍ଲୀ,୨ ।୩: ଲୋକ ସଭା ଓ ରାଜ୍ୟ ସଭା ଟିଭି ମିଶି ସଂସଦ ଟିଭି ହୋଇଛି । ଅବସରପ୍ରାପ୍ତ ଆଇଏଏସ୍ ରବି କପୁର ଏହାର ଚିଫ୍ ଏକ୍‌ଜ୍ୟୁକିଟିଭ ଅଫିସର(ସିଇଓ) ଭାବେ ନିଯୁକ୍ତ ହୋଇଛନ୍ତି । ସେ ଏହି ପଦବୀରେ ଗୋଟିଏ ବର୍ଷ କିମ୍ବା ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ କାର୍ଯ୍ୟ କରିବେ ବୋଲି ଜଣାପଡିଛି । ଏଥିରେ ଅଧିବେଶନ ଅବଧି ଓ ସଂସଦର କାର୍ଯ୍ୟ ସମୟ ବାହାରେ ଉଭୟ ସାଧାରଣ ବିଷୟବସ୍ତୁକୁ ପ୍ରସାରଣ କରିପାରିବେ । ଲୋକ ସଭା ଟିଭି ହିନ୍ଦୀରେ ଓ ରାଜ୍ୟ ସଭା ଟିଭି ଇଂରାଜୀରେ ପ୍ରସାରିତ ହେବ । ସୂଚନାଯୋଗ୍ୟ, କାର୍ଯ୍ୟକାରିଣୀ ସଂଯୋଜନାକୁ ବିଚାର କରିବା ପାଇଁ ଗତ ନଭେମ୍ବରରେ ରାଜ୍ୟ ସଭା ଅଧ୍ୟକ୍ଷ ଏମ୍ ଭେଙ୍କିୟା ନାଇଡୁ ଓ ଲୋକ ସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଦ୍ୱାରା ପ୍ୟାନେଲ ପ୍ରତିଷ୍ଠା କରାଯାଇ ଏହି ସୁପାରିଶ କରାଯାଇଥିଲା ।

Share