ବୁଧବାର ଶେଷ ହୋଇପାରେ ଲୋକ ସଭା ଅଧିବେଶନ

ନୂଆଦିଲ୍ଲୀ, ୨୦ା୯: ଲୋକ ସଭାର ଚଳିତ ମୌସୁମୀ ଅଧିବେଶନରେ ଯୋଗ ଦେଇଥିବା ୩ ଜଣ ଏମ୍‌ପି କୋଭିଡ୍‌-୧୯ ପଜିଟିଭ ହେବା ପରେ ଅଧିବେଶନକୁ ବୁଧବାର ବନ୍ଦ କରିଦିଆଯାଇପାରେ ବୋଲି ଜଣାପଡ଼ିଛି। ଶନିବାର ସନ୍ଧ୍ୟାରେ ବିଜନେସ୍‌ ଆଡଭାଇଜରି କମିଟି ସହ ସରକାର ଆଲୋଚନା କରିବା ପରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନକୁ ବନ୍ଦ କରିବା ଲାଗି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। ଏ ନେଇ ସରକାର ବିରୋଧୀ ଦଳ ସହ ଆଲୋଚନା କରିଛନ୍ତି। ଅଧିବେଶନ ବନ୍ଦ କରିଦେବା ଲାଗି ବିରୋଧୀ ଦଳଗୁଡିକ ସହମତ ହୋଇଥିବା ଜଣାପଡିଛି। ରାଜ୍ୟ ସଭା ମଧ୍ୟ ଲୋକ ସଭା ଭଳି ନିଷ୍ପତ୍ତି ନେବ ବୋଲି ଆଶା କରାଯାଉଛି। ଅଧିବେଶନ ଆରମ୍ଭ ପୂର୍ବରୁ ଲୋକ ସଭାର ୧୭ ଏମ୍‌ପି ଓ ରାଜ୍ୟ ସଭାର ୮ ସଦସ୍ୟ କରୋନା ପଜିଟିଭ ବାହାରିଥିଲେ। ସପ୍ତାହେ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଓ ପ୍ରହ୍ଲାଦ ପଟେଲଙ୍କ କୋଭିଡ୍‌ ରିପୋର୍ଟ ନେଗେଟିଭ ଥିବାବେଳେ ଏବେ ସେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଶୁକ୍ରବାର ଭାଜପାର ରାଜ୍ୟ ସଭା ସଦସ୍ୟ ବିନୟ ସହସ୍ରବୁଦ୍ଧି କରୋନା ପଜିଟିଭ୍‌ ବାହାରିଛନ୍ତି। ଅଧିବେଶନ ଶେଷ କରିବା ପୂର୍ବରୁ ସରକାର ପାର୍ଲାମେଣ୍ଟରେ ୧୧ଟି ଅଧ୍ୟାଦେଶକୁ ଗୃହୀତ କରାଇ ନେବାକୁ ଚାହୁଁଥିଲେ। ବର୍ତ୍ତମାନ ସୁଦ୍ଧା ଲୋକ ସଭାରେ କୃଷି କ୍ଷେତ୍ର ସମ୍ପର୍କିତ ୩ଟି ବିଲ୍‌କୁ ଗୃହୀତ କରାଯାଇପାରିଛି। କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ଆବଶ୍ୟକ ପାଣ୍ଠି ସକାଶେ ପାର୍ଲାମେଣ୍ଟର ସଦସ୍ୟମାନଙ୍କ ଦରମା ୩୦ ପ୍ରତିଶତ ହ୍ରାସ କରିବା ସଂକ୍ରାନ୍ତ ଅଧ୍ୟାଦେଶକୁ ଉଭୟ ଗୃହରେ ଗୃହୀତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡକୋଦଣ୍ଡାରେ ବ୍ୟାପୁଛି ଜଣ୍ଡିସ: ସ୍ଥିତି ଅନୁଧ୍ୟାନ କଲେ ବିଡିଓ-ତହସିଲଦାର

ଭଞ୍ଜନଗର,୮/୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବଡକୋଦଣ୍ଡାରେ ବିଗତ କିଛି ବର୍ଷ ହେବ ଲଗାତାର ଗ୍ରାମର ଲୋକଙ୍କୁ ଜଣ୍ଡିସ ହେଉଛି। ଏହାଦ୍ୱାରା ଗ୍ରାମର ଶିଶୁଠାରୁ ଆରମ୍ଭ…

୧୦ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ମହିଳାଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୮।୬: ରାଜ୍ୟ କ୍ୟାବିନେଟ୍‌ରେ ସୋମବାର ୧୦ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି। ୫ ବିଭାଗର ୧୦ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ରେ ଅନୁମୋଦନ ମିଳିଛି। ଲୋକସେବା ଭବନର…

ଫେରାର୍‌ ହେବାକୁ ଚେଷ୍ଟା କରୁଥିବାବେଳେ ଅଭିଯୁକ୍ତଙ୍କୁ କାବୁ କଲା ପୋଲିସ, ଜବତ ହେଲା…

ଆନନ୍ଦପୁର/ହାଟଡିହୀ,୮l୬(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ପୋଲିସ ବିଦେଶୀ ମଦ ରଖିବା ଏବଂ ବିକ୍ରି କରିବା ଅଭିଯୋଗରେ ସୋମବାର ପୁରୁଣାଘାଟି ଗ୍ରାମର ସନାତନ ହୋଙ୍କ…

ଇରାନ-ଇସ୍ରାଏଲ ମହାଯୁଦ୍ଧ ଆରମ୍ଭ! ବାଜିଲା ସାଇରନ, ୨୪ ଘଣ୍ଟାରେ ବଦଳିଗଲା ମଧ୍ୟପ୍ରାଚ୍ୟର ଚିତ୍ର

ତେହରାନ, ୮।୬: ପଶ୍ଚିମ ଇରାନରେ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ସମସ୍ତ ବିମାନବନ୍ଦରକୁ ବନ୍ଦ କରିଦିଆଯାଇଛି। ସମସ୍ତ ଭାରତୀୟ ନାଗରିକଙ୍କୁ ଯଥାଶୀଘ୍ର ସମ୍ଭବ ଯେକୌଣସି ଉପାୟରେ ଇରାନ ଛାଡ଼ିବାକୁ…

ପ୍ରକଳ୍ପ ନାହିଁ ତ ଜମି ନାହିଁ, କମ୍ପାନୀ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ: ରାଜସ୍ବ ମନ୍ତ୍ରୀ

ଛତ୍ରପୁର,୮।୬(ଦିଲୀପ ସାମଲ): ମହେନ୍ଦ୍ରମେଳାରେ ଯୋଗଦେଇ ଛତ୍ରପୁର ସର୍କିଟ ହାଉସ ଆସିଥିବାବେଳେ କିଛି କମ୍ପାନୀମାନେ ପ୍ରକଳ୍ପ ପାଇଁ ଜମି ନେଇଥିବା ବେଳେ ତାହା କୌଣସି କାର୍ଯ୍ୟକାରୀ କରୁ ନ…

ଜଣକ ପରେ ଜଣେ ୨୦ ଏମ୍‌ପି ଛାଡ଼ିଲେ ସାଥ୍‌, ତଥାପି ‘ଦିଦି’ଙ୍କ ସହ ପାହାଡ଼ ଭଳି ଛିଡ଼ା ହେଲେ ଏହି ୨ ବିହାରୀ ବାବୁ! ଜାଣନ୍ତୁ ସେମାନେ କିଏ…

କୋଲକାତା, ୮।୬: ପଶ୍ଚିମବଙ୍ଗ ରାଜନୀତିରେ ଏହି ସମୟରେ ମମତା ବାନାର୍ଜୀ ଏବଂ ଟିଏମସି (TMC) ଉପରେ ଏକ ବଡ଼ ପ୍ରକମ୍ପନ ସୃଷ୍ଟି ହୋଇଛି। ଏହି ପ୍ରକମ୍ପନ ତୃଣମୂଳ…

ଚୋରାଚାଲାଣ କରୁଥିଲେ ଗଞ୍ଜେଇ, ପୋଲିସକୁ ଦେଖି ଭୟରେ ବାଇକ ସହ ଗଞ୍ଜେଇ ଛାଡି ଫେରାର୍‌ ମାରିଲେ ୨ ମାଫିଆ

ଡୁଙ୍ଗୁରିପାଲି, ୮।୬ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ସୋମବାର ସକାଳେ ପାଟ୍ରୋଲିଂ କରୁଥିବାବେଳେ ଶୁଖା-କର୍ଲାଯୁରୀ ରାସ୍ତାର ମହୁଲପାଲି ଛକରେ ଏକ ବାଇକ…

ଭବାନୀପାଟଣାରେ ଯୁବକଙ୍କୁ ଛୁରାମାଡ଼: ଗୁରୁତର ଅବସ୍ଥାରେ ବୁର୍ଲାରେ ଭର୍ତ୍ତିି

ଭବାନୀପାଟଣା,୮।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଶବରପଡ଼ାରେ ରବିବାର ରାତିରେ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ଯୁବକଙ୍କ ନାମ ଶିବ ପ୍ରସାଦ ନାଏକ (୨୫)ବୋଲି ଜଣାପଡିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri