ବୁଧବାର ଶେଷ ହୋଇପାରେ ଲୋକ ସଭା ଅଧିବେଶନ

ନୂଆଦିଲ୍ଲୀ, ୨୦ା୯: ଲୋକ ସଭାର ଚଳିତ ମୌସୁମୀ ଅଧିବେଶନରେ ଯୋଗ ଦେଇଥିବା ୩ ଜଣ ଏମ୍‌ପି କୋଭିଡ୍‌-୧୯ ପଜିଟିଭ ହେବା ପରେ ଅଧିବେଶନକୁ ବୁଧବାର ବନ୍ଦ କରିଦିଆଯାଇପାରେ ବୋଲି ଜଣାପଡ଼ିଛି। ଶନିବାର ସନ୍ଧ୍ୟାରେ ବିଜନେସ୍‌ ଆଡଭାଇଜରି କମିଟି ସହ ସରକାର ଆଲୋଚନା କରିବା ପରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନକୁ ବନ୍ଦ କରିବା ଲାଗି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। ଏ ନେଇ ସରକାର ବିରୋଧୀ ଦଳ ସହ ଆଲୋଚନା କରିଛନ୍ତି। ଅଧିବେଶନ ବନ୍ଦ କରିଦେବା ଲାଗି ବିରୋଧୀ ଦଳଗୁଡିକ ସହମତ ହୋଇଥିବା ଜଣାପଡିଛି। ରାଜ୍ୟ ସଭା ମଧ୍ୟ ଲୋକ ସଭା ଭଳି ନିଷ୍ପତ୍ତି ନେବ ବୋଲି ଆଶା କରାଯାଉଛି। ଅଧିବେଶନ ଆରମ୍ଭ ପୂର୍ବରୁ ଲୋକ ସଭାର ୧୭ ଏମ୍‌ପି ଓ ରାଜ୍ୟ ସଭାର ୮ ସଦସ୍ୟ କରୋନା ପଜିଟିଭ ବାହାରିଥିଲେ। ସପ୍ତାହେ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଓ ପ୍ରହ୍ଲାଦ ପଟେଲଙ୍କ କୋଭିଡ୍‌ ରିପୋର୍ଟ ନେଗେଟିଭ ଥିବାବେଳେ ଏବେ ସେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଶୁକ୍ରବାର ଭାଜପାର ରାଜ୍ୟ ସଭା ସଦସ୍ୟ ବିନୟ ସହସ୍ରବୁଦ୍ଧି କରୋନା ପଜିଟିଭ୍‌ ବାହାରିଛନ୍ତି। ଅଧିବେଶନ ଶେଷ କରିବା ପୂର୍ବରୁ ସରକାର ପାର୍ଲାମେଣ୍ଟରେ ୧୧ଟି ଅଧ୍ୟାଦେଶକୁ ଗୃହୀତ କରାଇ ନେବାକୁ ଚାହୁଁଥିଲେ। ବର୍ତ୍ତମାନ ସୁଦ୍ଧା ଲୋକ ସଭାରେ କୃଷି କ୍ଷେତ୍ର ସମ୍ପର୍କିତ ୩ଟି ବିଲ୍‌କୁ ଗୃହୀତ କରାଯାଇପାରିଛି। କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ଆବଶ୍ୟକ ପାଣ୍ଠି ସକାଶେ ପାର୍ଲାମେଣ୍ଟର ସଦସ୍ୟମାନଙ୍କ ଦରମା ୩୦ ପ୍ରତିଶତ ହ୍ରାସ କରିବା ସଂକ୍ରାନ୍ତ ଅଧ୍ୟାଦେଶକୁ ଉଭୟ ଗୃହରେ ଗୃହୀତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରମ ଡ୍ୟାମ୍‌ ଭାଙ୍ଗିବା ଘଟଣାରେ ଶିବରାଜଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବନ ହେଲେ ୮ ଇଞ୍ଜିନିୟର

ଭୋପାଳ,୨୬।୮: ମଧ୍ୟପ୍ରଦେଶ ଧର ଜିଲାରେ ନିର୍ମାଣାଧୀନ କରମ ଡ୍ୟାମ୍‌ ଭାଙ୍ଗିବା ଘଟଣାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ରାଜ୍ୟ...

ପୁଣି ଭାରତକୁ ଫେରୁଛି ପବଜୀ

ନୂଆଦିଲ୍ଲୀ,୧୨।୧୧: ପବଜୀ ମୋବାଇଲ୍‌ ଭାରତକୁ ପୁଣି ଫେରୁଛି। ଦକ୍ଷିଣ କୋରିଆର ଗେମିଂ ସଂସ୍ଥା ପବଜୀ କର୍ପୋରେଶନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏଥିସହ କମ୍ପାନୀ ଭାରତୀୟ...

ଆରମ୍ଭ ହେଲା ଅଟଳ ଭୂଜଳ ଯୋଜନା: ୮ ହଜାରରୁ ଅଧିକ ଗାଁରେ ପହଞ୍ଚିବ ପିଇବା ପାଣି

ନୂଆଦିଲ୍ଲୀ,୨୫।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୫ତମ ଜୟନ୍ତୀ ଅବସରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଟଳ ଭୂଜଳ ଯୋଜନା ଆରମ୍ଭ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

୨.୨୭ ଲକ୍ଷରୁ ଅଧିକ ଗର୍ଭବତୀଙ୍କୁ ଦିଆଯାଇଛି ଟିକା…

ନୂଆଦିଲ୍ଲୀ,୩୧।୭: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ଦେଶରେ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଇତିମଧ୍ୟରେ ୪୬ କୋଟି ୧୫ ଲକ୍ଷ ୧୮...

ବିଦେଶରୁ ଭାରତୀୟ ମାଗଣାରେ ସ୍ବଦେଶ ଫେରୁଥିବାବେଳେ ଶ୍ରମିକଙ୍କ ପାଇଁ ଟ୍ରେନ୍‌ ଟିକଟ କାହିଁକି: ପ୍ରଦେଶ କଂଗ୍ରେସ କମିଟି ବହନ କରିବ ଖର୍ଚ୍ଚ କହିଲେ ସୋନିଆ

ନୂଆଦିଲ୍ଲୀ,୪।୫: କରୋନା ସଂକ୍ରମଣ ନେଇ ଭାରତରେ ଆତଙ୍କ ଦେଖାଦେଇଛି। ସୁରକ୍ଷା ଦୃଷ୍ଟିରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ହୋଇଛି।  ବାହାର ରାଜ୍ୟରେ ଅଟକି ରହିଥିବା ଶ୍ରମିକଙ୍କୁ ନିଜନିଜ...

ଲକ୍‌ଡାଉନ୍‌କୁ ନେଇ କଡା ହେଲେ କେନ୍ଦ୍ର ସରକାର: ସିଲ୍‌ ହେବ ରାଜ୍ୟ, ଜିଲାର ସୀମା

ନୂଆଦିଲ୍ଲୀ,୨୯।୩: କରୋନା ଭାଇରସକୁ ନେଇ ସାରା ଦେଶକୁ ଲକ୍‌ ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ରାଜଧାନୀ ଦିଲ୍ଲୀ ଓ ଉତ୍ତରପ୍ରଦେଶ ସୀମାରେ ଏହାକୁ ଖୋଲାଖୋଲି ଭାବେ...

ଗତ ସପ୍ତାହରେ ଉଦ୍ଧବଙ୍କ ଠାକ୍‌ରେ ପାଇଁ କାନ୍ଦୁଥିଲେ, ଆଜି ଦେଲେ ଧୋକା

ମୁମ୍ବାଇ,୪।୭: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ଫ୍ଲୋର ଟେଷ୍ଟର ଗୋଟିଏ ଦିନ ପୂର୍ବରୁ ଉଦ୍ଧବ ଠାକରେଙ୍କୁ ଆଉ ଏକ ଝଟ୍‌କା ଲାଗିଥିଲା। ଉଦ୍ଧବ ସହ ଥିବା...

କରୋନାରେ ୧୪ ମାସ ଶିଶୁର ମୃତ୍ୟୁ

ଗାନ୍ଧୀନଗର,୯ା୪(ଆଇଏଏନ୍‌ଏସ୍‌): ଗୁଜରାଟରେ କରୋନା ସଂକ୍ରମଣରେ ୧୪ ମାସର ଶିଶୁର ମୃତ୍ୟୁ ଘଟିଛି। ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୯ରେ ପହଞ୍ଚତ୍ଥିବାବେଳେ ମୃତ୍ୟୁସଂଖ୍ୟା ୧୬ରେ ପହଞ୍ଚତ୍ଛି। କୋଭିଡ୍‌-୧୯ରେ...

Advertisement
Archives

Model This Week