Categories: ଜାତୀୟ

ବିରୋଧୀ ମେଣ୍ଟ ଇଣ୍ଡିଆକୁ ଡବଲ ଝଟ୍‌କା: ଟିଏମସି ପରେ ଓହରିଲା ଏଏପି, ଏକା ଲଢିବା ନେଇ ଘୋଷଣା

ନୂଆଦିଲ୍ଲୀ,୨୪।୧: ବିରୋଧୀ ମିଳିତ ମେଣ୍ଟ ଇଣ୍ଡିଆକୁ ଡବଲ ଝଟ୍‌କା। ୨୪ନିର୍ବାଚନକୁ ଦୃଷ୍ଟିିରେ ରଖି ଗଠନ ହୋଇଥିବା ଇଣ୍ଡିଆ ମେଣ୍ଟକୁ ଗୋଟିକ ପରେ ଗୋଟିଏ ଶକ୍ତ ଝଟକା ଲାଗିଛି। ଆସନ ବୁଝାମଣାରେ ବିଫଳ ହୋଇ କଂଗ୍ରେସ ଗୋଟିଏ ପରେ ଗୋଟିଏ ସହଯୋଗୀ ଦଳ ହରାଇ ବସିଛି। ବୁଧବାର ସକାଳେ ମମତା ବାର୍ନାଜୀ ପଶ୍ଚିମବଙ୍ଗରେ ଟିଏମସି ଏକାକୀ ଲଢିବା ନେଇ ଘୋଷଣା କରିଛିି। ଟିଏମସି ଓହରିବା ପରେ ଏବେ ଆମ ଆଦମୀ ପାର୍ଟି(ଏଏପିି) ପଞ୍ଜାବରେ ଏକା ଲଢ଼ିବ ବୋଲି ଘୋଷଣା କରିଛି।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ବୁଧବାର ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ କୌଣସି ମେଣ୍ଟ ହେବ ନାହିଁ। ଆମ ଆଦମୀ ପାର୍ଟି(ଏଏପି) ରାଜ୍ୟରେ ଏକାକୀ ୧୩ଟି ଆସନରେ ନିର୍ବାଚନ ଲଢ଼ିବ। କଂଗ୍ରେସ ସହ ଆମର କୌଣସି ସମ୍ପର୍କ ନାହିଁ। ଦଳ ରାଜ୍ୟରେ ଏକାକୀ ୧୩ଟି ଆସନରେ ନିର୍ବାଚନ ଲଢ଼ି ବିଜୟୀ ହୋଇପାରିବ ବୋଲି ସେ ଦାବି କରିଛନ୍ତି।
ତେବେ ଆସନ ବୁଝାମଣାକୁ ନେଇ କଂଗ୍ରେସ ଜିଦିଆ ମନୋଭାବ ପୋଷଣ କରୁଥିବାରୁ
ଦଳ ତାଙ୍କ ସହ ନିର୍ବାଚନ ଲଢ଼ିପାରିବ ନାହିଁ ବୋଲି ଏଏପି କହିଛି।

Share