ଲୋକ ସଭା ନିର୍ବାଚନ: ଆଜି ଆସିପାରେ ଭାଜପାର ପ୍ରଥମ ପ୍ରାର୍ଥୀ ତାଲିକା, ଓଡ଼ିଶାରୁ ଏହି ୨ ଜଣଙ୍କୁ ମିଳିପାରେ ଟିକେଟ୍‌

ଭୁବନେଶ୍ୱର/ନୂଆଦିଲ୍ଲୀ,୨୯।୨: ଲୋକ ସଭା ନିର୍ବାଚନ ୨୦୨୪ ସମ୍ପର୍କରେ ଭାଜପାର କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ଗୁରୁବାର ସାରେ ନୂଆଦିଲ୍ଲୀର ପାର୍ଟି ମୁଖ୍ୟାଳୟରେ ଡକାଯାଇଛି। ଏହି ବୈଠକ ପରେ ସାଧାରଣ ନିର୍ବାଚନ ପାଇଁ ଭାଜପା ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ ପାଇପାରେ। ୪୧ଟି ସମ୍ଭାବ୍ୟ ନାମ ମଧ୍ୟ ଉଲ୍ଲେଖ କରାଯାଇଛି। ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ନାମ ଅନ୍ତର୍ଭୁକ୍ତ।

ଏହି ବୈଠକ ସା ୭ଟାରୁ ଆରମ୍ଭ ହେବ, ଯାହାକୁ ଭାଜପା ଅଧ୍ୟକ୍ଷ ଜେପି ନଡ୍ଡା ଅଧ୍ୟକ୍ଷତା କରିବେ। ଏଥିରେ ପ୍ରଧାନମନ୍ତ୍ରୀ ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଭାଜପା ନେତା ବି.ଏଲ ସନ୍ତୋଷ ଏବଂ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହିବେ।

ବୈଠକରେ ରାଜ୍ୟଗୁଡିକର କୋର୍‌ କମିଟିର ପ୍ରମୁଖ ସଦସ୍ୟମାନେ ମଧ୍ୟ ସାମିଲ ରହିବେ। ଏଥିରେ ଉତ୍ତରପ୍ରଦେଶ, ତେଲଙ୍ଗାନା, ପଶ୍ଚିମବଙ୍ଗ, ଛତିଶଗଡ, ରାଜସ୍ଥାନ, ମଧ୍ୟପ୍ରଦେଶ, ରାଜସ୍ଥାନ, ତ୍ରିପୁରା, ଗୋଆ, ଉତ୍ତରପ୍ରଦେଶ, ଗୁଜରାଟ, ଆସାମ, ଝାଡଖଣ୍ଡ, ତାମିଲନାଡୁ, ପୁଡୁଚେରୀ, ଆଣ୍ଡାମାନ-ନିକୋବର, ଓଡ଼ିଶା, ଦିଲ୍ଲୀ, ମଣିପୁର ଏବଂ ଜମ୍ମୁ-କଶ୍ମୀର ଆସନର ପ୍ୟାନେଲକୁ କେନ୍ଦ୍ରୀୟ ନିର୍ବାଚନ କମିଟି ସମ୍ମୁଖରେ ରଖାଯିବ। ତେବେ ଓଡ଼ିଶାର ସମ୍ବଲପୁର ପାଇଁ ଧର୍ମେନ୍ଦ୍ର ପ୍ରଧାନ, ପୁରୀ ପାଇଁ ସମ୍ବିତ ପାତ୍ରଙ୍କୁ ଲୋକ ସଭା ଟିକେଟ୍‌ ମିଳିପାରେ।

 

Share