Posted inଜାତୀୟ

ନିର୍ବାଚନ ପୂର୍ବରୁ ୟୁପି, ଉତ୍ତରାଖଣ୍ଡରେ ନୂଆ ପ୍ରଭାରୀ ଘୋଷଣା କଲା ଭାଜପା

ନୂଆଦିଲ୍ଳୀ,୨୭।୧: ଆସନ୍ତା ଲୋକ ସଭା ନିର୍ବାଚନ ପୂର୍ବରୁ ଶନିବାର ଭାଜପା ୨୩ଟି ରାଜ୍ୟର ନୂଆ ପ୍ରଭାରୀ ନାମ ଘୋଷଣା କରିଛି। ଏହାର ତାଲିକା ପ୍ରକାଶ ପାଇଛି। ଦଳ ପକ୍ଷରୁ ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ମଧ୍ୟ ନୂତନ ପ୍ରଭାରୀ ନାମ ଘୋଷଣା କରାଯାଇଛି। ୟୁପିରେ ଭାଜପା ବୈଜୟନ୍ତ ପଣ୍ଡାଙ୍କୁ ନୂଆ ପ୍ରଭାରୀ କରିଛି।

ଶନିବାର ଭାଜପା ଦ୍ୱାରା ପ୍ରକାଶିତ ତାଲିକାରେ ଉତ୍ତରପ୍ରଦେଶ ବ୍ୟତୀତ ଉତ୍ତରଖଣ୍ଡର ପ୍ରଭାରୀ ଦାୟିତ୍ୱ ଦୁଷ୍ୟନ୍ତ ଗୌତମଙ୍କୁ ଦିଆଯାଇଛି। ୨୩ଟି ରାଜ୍ୟର ପ୍ରଭାରୀ ତାଲିକା ଭାଜପାର ଜାତୀୟ ସାଧାରଣ ସମ୍ପାଦକ ଅରୁଣ ସିଂ ପ୍ରକାଶ କରିଛନ୍ତି। ଏଥିରେ ଲେଖା ଅଛି, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା ଲୋକ ସଭା ନିର୍ବାଚନ ପାଇଁ ରାଜ୍ୟଗୁଡ଼ିକର ନିର୍ବାଚନ ପ୍ରଭାରୀ ଏବଂ ସହ-ପ୍ରଭାରୀ ନିଯୁକ୍ତ କରିଛନ୍ତି।

ଭାଜପା ଆଣ୍ଡାମାନ ନିକୋବର, ଅରୁଣାଚଳ ପ୍ରଦେଶ, ବିହାର, ଚଣ୍ଡିଗଡ଼, ଡାମନ ଏବଂ ଡିୟୁ, ଗୋଆ, ହରିୟାଣା, ହିମାଚଳ ପ୍ରଦେଶ, ଜମ୍ମୁ-କଶ୍ମୀର, ଝାଡଖଣ୍ଡ, କର୍ନାଟକ, କେରଳ, ଲଦାଖ, ଲକ୍ଷାଦ୍ୱୀପ, ମଧ୍ୟପ୍ରଦେଶ, ଓଡ଼ିଶା, ପୁଡୁଚେରୀ, ପଞ୍ଜାବ , ଉତ୍ତରପ୍ରଦେଶ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ପ୍ରଭାରୀ ନାମ ଘୋଷଣା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଜିଲା ମୋହର: ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

କୋଲକାତା,୮ା୫: ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହେବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି। ଶୁକ୍ରବାର ବସିଥିବା ବିଧାୟକ ଦଳ ବୈଠକରେ ଶୁଭେନ୍ଦୁଙ୍କ ନାଁ ଉପରେ ମୋହର ବାଜିଛି। ରାଜ୍ୟ…

ବିଜୟ ହେବେ ତାମିଲନାଡୁର ମୁଖ୍ୟମନ୍ତ୍ରୀ! ପଥ ହେଲା ସ୍ପଷ୍ଟ, ସମର୍ଥନ ଦେଲେ ଏମାନେ…

ଚେନ୍ନାଇ,୮।୫: ବିଜୟଙ୍କ ଦଳ, ଟିଭିକେ, ତାମିଲନାଡୁରେ ସରକାର ଗଠନ କରିବା ପାଇଁ ପଥ ପରିଷ୍କାର ହୋଇଛି। ସିପିଆଇ, ସିପିଏମ ଏବଂ ଭିସିକେ ଟିଭିକେକୁ ସମର୍ଥନ କରିବାକୁ ନିଷ୍ପତ୍ତି…

ଭବାନୀପୁର ନା ନନ୍ଦୀଗ୍ରାମ, କେଉଁ ଆସନ ଛାଡ଼ିବେ ଶୁଭେନ୍ଦୁ ଅଧିକାରୀ, ମୁଖ୍ୟମନ୍ତ୍ରୀ ରେସ୍‌ରେ ଅଛନ୍ତି…

କୋଲକାତା,୮ା୫: ପଶ୍ଚିମବଙ୍ଗ ନିର୍ବାଚନରେ ବିପୁଳ ବିଜୟ ପରେ ଭାଜପା ପ୍ରଥମଥର ପାଇଁ ସରକାର ଗଠନ କରିବାକୁ ଯାଉଛି। ଭାଜପା ନେତା ଶୁଭେନ୍ଦୁ ଅଧିକାରୀ ଦୁଇଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା…

‘ଆମ ଦ୍ୱାରା ଦୁଇଟି ଭୁଲ ହୋଇଛି…’, ମମତାଙ୍କୁ ଭେଟିବା ପରେ ଏମିତିି କାହିଁକି କହିଲେ ଅଖିଳେଶ

କୋଲକାତା,୮।୫: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଏସପି ସୁପ୍ରିମୋ ବର୍ତ୍ତମାନ ପଶ୍ଚିମବଙ୍ଗରେ ଅଛନ୍ତି। ଟିଏମସିର ପରାଜୟ ପରେ ଅଖିଳେଶ ଯାଦବ ମମତା ବାନାର୍ଜୀଙ୍କୁ ଭେଟିବା ପାଇଁ…

ତାମିଲନାଡୁରେ ପୁଣିଥରେ ହେବ ନିର୍ବାଚନ! ଜାତୀୟ ରାଜନୀତିରେ ଚହଳ

ଚେନ୍ନାଇ,୮।୫: ତାମିଲନାଡୁ ରାଜନୀତିରେ ଉଷ୍ମତା କେବଳ ମେ ମାସ ଖରା ପାଗ ଯୋଗୁଁ ନୁହେଁ, ବରଂ କ୍ଷମତାର ପରିବର୍ତ୍ତନଶୀଳ ସମୀକରଣରୁ ଉତ୍ପନ୍ନ ହୋଇଛି। ଅଭିନେତାରୁ ରାଜନେତା ହୋଇଥିବା…

ସ୍କୁଟିକୁ ଧକ୍କାଦେଲା ‘ଆମ ବସ୍‌’

ସମ୍ବଲପୁର,୮ା୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲା ଥାନା ଅନ୍ତର୍ଗତ ପିସି ବ୍ରିଜ୍‌ ନିକଟରେ ଜାତୀୟ ରାଜପଥ(୫୩) ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ବୁର୍ଲାର…

କରଣଙ୍କ ଚମତ୍କାର ଡେବ୍ୟୁ: ଏମିତି ଡ୍ରେସ୍‌ ପିନ୍ଧିଲେ ଚାହିଁ ରହିଗଲେ ସମସ୍ତେ

ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ୨୦୨୬ ମେଟ ଗାଲାରେ ଏକ ଚମତ୍କାର ଡେବ୍ୟୁ କରିଥିଲେ। ଏହି ବିଶେଷ ଅବସର ପାଇଁ ସେ ପ୍ରଖ୍ୟାତ ଚିତ୍ରକର ରାଜା…

ସୁଧୁରି ଯାଅ, ନଚେତ୍‌ କାଶୀରୁ ଇସଲାମାବାଦ ପର୍ଯ୍ୟନ୍ତ… ଚର୍ଚ୍ଚାରେ ରାଘବଙ୍କ ଏହି ଚେତାବନୀ

ନୂଆଦିଲ୍ଲୀ,୮ା୫: ଆମ୍‌ ଆଦ୍‌ମୀ ପାର୍ଟି (AAP) ଛାଡ଼ି ଭାଜପାରେ ଯୋଗ ଦେଇଥିବା ରାଜ୍ୟ ସଭା ଏମ୍‌ପି ରାଘବ ଚଢ଼ା ‘ଅପରେଶନ ସିନ୍ଦୂର’ର ପ୍ରଥମ ବାର୍ଷିକୀରେ ତାଙ୍କ ଇନ୍‌ଷ୍ଟାଗ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri